ମାସ୍କ, ପିପିଇ କିଟ୍‌ ଦୁର୍ନୀତିକୁ ନେଇ ହଟ୍ଟଗୋଳ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):ସରକାରଙ୍କ କୋଭିଡ୍‌-୧୯ ପରିଚାଳନାକୁ ମଙ୍ଗଳବାର ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ଭାଜପା ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। କରୋନା ପାଇଁ ମାସ୍କ ଓ ପିପିଇ କିଟ୍‌ କିଣାରେ ବହୁ କୋଟି ଟଙ୍କାର ଅନିୟମିତତା ହୋଇଥିବା ନେଇ ବିରୋଧୀ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅଡି ବସିଥିଲେ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗୃହରେ ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ଏ ନେଇ ସେ ପ୍ରିଭିଲେଜ୍‌ ମୋଶନ ଆଣିଥିଲେ। ମାସ୍କ ଓ ପିପିଇ କିଟ୍‌ କିଣାରେ ଦୁର୍ନୀତି ହୋଇଥିବା କଥା ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ କରୋନା ପାଇଁ ରାଜ୍ୟ ଔଷଧ ନିଗମ ମାଧ୍ୟମରେ ବହୁ କୋଟି ଟଙ୍କାର ସାମଗ୍ରୀ କିଣାଯାଇଥିଲା। ସାମଗ୍ରୀ କିଣିବାକୁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ଏହି କମିଟି ସମସ୍ତ ସାମଗ୍ରୀକୁ ଯାଞ୍ଚ କରିବା ସହ ସାମଗ୍ରୀ କିଣିବା ଉପରେ ମୋହର ମାରୁଥିଲେ। ମାତ୍ର ଯାଞ୍ଚ ସମୟରେ ଆଇସିଏମ୍‌ଆର୍‌ ଗାଇଡ୍‌ଲାଇନ୍‌କୁ ନ ମାନି ମନଇଚ୍ଛା ନିମ୍ନାମାନର ପିପିଇ କିଟ୍‌ ଏବଂ ଅନ୍ୟ ସାମଗ୍ରୀ କିଣାଯାଇଥିଲା। କମିଟି ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମାଙ୍କ ଭୂମିକାକୁ ସେ ସନ୍ଦେହ କରିଥିଲେ। ବ୍ଲାଙ୍କ ଚେକ୍‌ ପ୍ରସଙ୍ଗ ମଧ୍ୟ ଉଠାଇ ସେ କହିଥିଲେ, କୋଭିଡ୍‌ ମୁକାବିଲା ପାଇଁ ଯେଉଁ କମ୍ପାନୀରୁ ସାମଗ୍ରୀ କିଣାଯାଉଥିଲା ସେମାନଙ୍କୁ କାହିଁକି ବ୍ଲାଙ୍କ ଚେକ୍‌ ଦିଆଯାଇଥିଲା। କରୋନା ମୁକାବିଲାରେ ରାଜ୍ୟ ସରକାର ରାଜକୋଷରୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ ରାଜ୍ୟରେ ମେଡିକାଲ ଭିତ୍ତିଭୂମି ସୁଧୁରି ନାହିଁ। କରୋନା ପରିଚାଳନାରେ ତ୍ରୁଟି ଯୋଗୁ ରାଜ୍ୟ ଏବେ ଋଣରେ ବୁଡ଼ିଥିବା ସେ ଅଭିଯୋଗ କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ମଧ୍ୟ ଗୃହରେ କୋଭିଡ୍‌ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, କୋଭିଡ୍‌ ଯୋଗୁ ରାଜ୍ୟରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଭୁବନେଶ୍ୱର, ଖୋର୍ଦ୍ଧା ଓ ଜଟଣୀରେ ୪୦୦ ଲୋକଙ୍କ ମୃତ୍ୟୁ ଘଟିଛି। ସାଧାରଣ ରୋଗୀମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଭୁବନେଶ୍ୱରରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଅନ୍ୟ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରୁ ନାହିଁ। ସରକାର ତୁରନ୍ତ ଅନ୍ୟ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ଦାବି କରିଥିଲେ।
ବିରୋଧୀ ଦଳ ନେତା ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ଟେଣ୍ଡର ପ୍ରଦାନରେ ଅର୍ଥ ହେରଫେର ହୋଇଥିବାବେଳେ କେବଳ ସିରାଜ ଉଦ୍ଦିନ ମାଇନ୍ସ ପାଇଁ ରାଜ୍ୟ ସରକାର ୨୧ ହଜାର କୋଟି ଟଙ୍କାର କ୍ଷତି ସହିଥିବା କହିଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭା ଅଧିବେଶନକୁ ବୁଧବାର ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଜିଲାକୁ ଡେଇଁଲା କରୋନା

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୪ ଜିଲାରେ କରୋନା କାୟା ବିସ୍ତାର କରିସାରିଲାଣି। କିଛି...

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଛୁଇଁଲା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୨ ଜଣ ହେଲେ ବାଲେଶ୍ୱର ଜିଲାର।...

ଓଡିଶାରେ ଆରମ୍ଭ ହେବ କ୍ରୁଜ୍‌ ପର୍ଯ୍ୟଟନ

ଭୁବନେଶ୍ୱର,୬ା୬(ବ୍ୟୁରୋ)- ଓଡ଼ିଶାରେ ବ୍ୟାପକ ହେବ କ୍ରୁଜ୍‌ ଟୁରିଜିମ୍‌ ବା ଜାହାଜ ପର୍ଯ୍ୟଟନ। ରାଜ୍ୟର ୫ଟି ପ୍ରମୁଖ ସ୍ଥାନରେ ଆରମ୍ଭ ହେବ ‘ଡେ କ୍ରୁଜ୍‌ ସର୍ଭିସ୍‌’। ଘରୋଇ...

୧୨୩ କୋଟି ଟଙ୍କା ଜିଏସ୍‌ଟି ଠକେଇ

କଟକ ଅଫିସ, ୨୪ା୧:ସାମଗ୍ରୀ କିଛି କିଣାବିକା ନ ହୋଇ କାଗଜରେ ୧୧୮୦ କୋଟି ଟଙ୍କାର କାରବାର ଦର୍ଶାଯାଇଛି। ଜାଲ୍‌ କାଗଜପତ୍ର ମାଧ୍ୟମରେ କୋଟି କୋଟି ଟଙ୍କାର...

ମୁକ୍ତା ଯୋଜନାରେ ଶିଶୁ ଉଦ୍ୟାନ ଉନ୍ନତୀକରଣ ବିଫଳ

ବ୍ରହ୍ମପୁର ଅଫିସ,୧୦।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବ୍ରହ୍ମପୁର ସହରର ଖୋଲା ସ୍ଥାନଗୁଡିକରେ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି। ସହରରେ ଏଭଳି ଭାବେ ପ୍ରାୟ...

‘ଡିସ୍‌ଚାର୍ଜ ପୂର୍ବରୁ କରାଯାଇ ନ ଥିଲା ସ୍ବାବ୍‌ ପରୀକ୍ଷା’

ଯାଜପୁର ଅଫିସ୍‌/ରସୁଲପୁର, ୨।୬ (ଡି.ଏନ୍‌.ଏ.): କରୋନା ଚିକିତ୍ସାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଆରୋଗ୍ୟ ହୋଇ ଫେରିଥିବା ଜଣେ ସଂକ୍ରମିତ। ମେଡିକାଲରୁ ଡିସ୍‌ଚାର୍ଜ କରାଯିବା ପୂର୍ବରୁ...

ଅନ୍ଧାରୁଆରେ ହେବ କୋଭିଡ୍‌ ଟିକା ଉତ୍ପାଦନ

ଭୁବନେଶ୍ୱର,୪ା୮(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାଶନାଲ ଲିମିଟେଡ(ବିବିଆଇଏଲ୍‌) ଦ୍ୱାରା ନିର୍ମିତ ଟିକା ଉତ୍ପାଦନ କେନ୍ଦ୍ରରୁ ୨୦୨୨ ଜୁନ୍‌ରୁ କୋଭିଡ୍‌-୧୯ ଟିକା ଉତ୍ପାଦନ ଆରମ୍ଭ...

ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି: ଗତ ୨୪ ଘଣ୍ଟାରେ ୧୩୧ ପିଲା କରୋନା ସଂକ୍ରମିତ

ଭୁବନେଶ୍ୱର,୫।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ଙ୍କ ବୟସ ୧୮ ବର୍ଷ ମଧ୍ୟରେ ରହିଛି। ନୂଆ...

Advertisement
Archives

Model This Week