ଇତିହାସ ରଚିଲେ ମରିୟମ, ହେଲେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

ଇସଲାମାବାଦ,୨୬।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ମରିୟମ ନୱାଜ ଇତିହାସ ସୃଷ୍ଟି କରିଛନ୍ତି କାରଣ ମରିୟମ ନୱାଜ ପଞ୍ଜାବର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ମରିୟମ ନୱାଜ ୨୨୦ ଭୋଟ ପାଇ ସୁନ୍ନି ଇଟେହାଦ ପରିଷଦ ପ୍ରାର୍ଥୀ ରାଣା ଆଫତାବ ଅହମ୍ମଦଙ୍କୁ ପରାସ୍ତ କରିଛନ୍ତି। ସୁନ୍ନି ଇଟେହାଦ ପରିଷଦ ସଦସ୍ୟମାନେ ଭୋଟ ବହିଷ୍କାର କରିଥିଲେ, ତେଣୁ ରାଣା ଆଫତାବ ଅହମ୍ମଦଙ୍କୁ କୌଣସି ଭୋଟ ମିଳିଲା ନାହିଁ।

ସଂଖ୍ୟା ଅନୁଯାୟୀ, ଏହା ନିଶ୍ଚିତ ଥିଲା ଯେ ମରିୟମ ନୱାଜ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ। ପଞ୍ଜାବ ବିଧାନସଭା ବାଚସ୍ପତି ମଲିକ ଅହମ୍ମଦ ଖାନ ସ୍ପଷ୍ଟ କରିସାରିଛନ୍ତି ଯେ କେବଳ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଭୋଟ ଗ୍ରହଣ କରାଯିବ ଏବଂ ବିଧାନସଭାର କୌଣସି ସଦସ୍ୟଙ୍କୁ କହିବାର ସୁଯୋଗ ଦିଆଯିବ ନାହିଁ। ଏହା ପରେ ଅନୁଷ୍ଠିତ ଭୋଟିଂରେ ମରିୟମ ନୱାଜ ସହଜରେ ଜିତିଲେ। ଏହାପୂର୍ବରୁ ପଞ୍ଜାବ ବିଧାନସଭା ସଦସ୍ୟଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୩୭୧ ଜଣ ସଦସ୍ୟଙ୍କ ମଧ୍ୟରୁ ୩୨୧ ଜଣ ଶପଥ ଗ୍ରହଣ କରିଥିଲେ। ପଞ୍ଜାବ ବିଧାନସଭାର ବାଚସ୍ପତି ତଥା ଡେପୁଟି ବାଚସ୍ପତି ନିର୍ବାଚନରେ ନୱାଜ ସରିଫଙ୍କ ଦଳ ପିଏମଏଲ-ଏନ ମଧ୍ୟ ଜିତିଛି। ପିଏମଏଲ-ଏନର ମଲିକ ମହମ୍ମଦ ଅହମ୍ମଦ ଖାନ ବାଚସ୍ପତି ଭାବରେ ନିର୍ବାଚିତ ହୋଇ ୨୨୪ଭୋଟ ପାଇଥିଲେ। ମଲିକ ଜହିର ଚାନେର୍‌ ଡେପୁଟି ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିବାବେଳେ ୨୨୦ ଭୋଟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ ପୂର୍ବରୁ ଶରଣାର୍ଥୀଙ୍କୁ ବିଦାକଲା ଫ୍ରାନ୍ସ ପୋଲିସ

ପ୍ୟାରିସ୍‌,୨୭ା୭: ଅନେକ ହଜାର ଶରଣାର୍ଥୀ ନିଜ ଆସବାବପତ୍ର ଓ ପିଲାଙ୍କୁ ଧରି ପ୍ୟାରିସ୍‌ ରାସ୍ତାକଡ଼ରେ ଶୋଇଥିଲେ। ଅଲିମ୍ପିକ୍ସ ଗେମ୍ସର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଫ୍ରାନ୍ସ ପୋଲିସ...

ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଳା ହାରିସ

ଓ୍ବାଶିଂଟନ,୨୭।୭: ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଳା ହାରିସ । ସୋସିଆଲ ମିଡିଆରେ ଉପରାଷ୍ଟ୍ରପତି ହାରିସ ସୂଚନା ଦେଇ କହିଛନ୍ତି, ପ୍ରତି ଭୋଟ ଜିତିବା...

ଅବସର ବୟସ ବଢ଼ାଇବାକୁ ଚାଇନାର ଯୋଜନା

ବେଜିଂ,୨୭ା୭(ପି.ଟି.): ଚାଇନାରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବାରୁ କର୍ମଚାରୀଙ୍କ ଅବସର ବୟସସୀମା ବଢ଼ାଇବାକୁ ଚାଇନିଜ୍‌ କମ୍ୟୁନିଷ୍ଟ ପାର୍ଟି ଯୋଜନା କରୁଥିବାରୁ ଏହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି।...

ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ନିର୍ବାଚନ ଲଢ଼ିବେ ଇମ୍ରାନ୍‌

ଇସ୍‌ଲାମାବାଦ/ଲଣ୍ଡନ,୨୭ା୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକଦା ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢ଼ୁତ୍ଥିଲେ। ଇମ୍ରାନ୍‌ ଏବେ ଏହି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟର...

ଅଲିମ୍ପିକ୍ସ ପୂର୍ବରୁ ଶରଣାର୍ଥୀଙ୍କୁ ବିଦାକଲା ଫ୍ରାନ୍ସ ପୋଲିସ

ପ୍ୟାରିସ୍‌,୨୭ା୭: ଅନେକ ହଜାର ଶରଣାର୍ଥୀ ନିଜ ଆସବାବପତ୍ର ଓ ପିଲାଙ୍କୁ ଧରି ପ୍ୟାରିସ୍‌ ରାସ୍ତାକଡ଼ରେ ଶୋଇଥିଲେ। ଅଲିମ୍ପିକ୍ସ ଗେମ୍ସର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଫ୍ରାନ୍ସ ପୋଲିସ...

ବାଇଡେନଙ୍କ ପରେ କମଲାଙ୍କୁ ସମର୍ଥନ କଲେ ଓବାମା-ମିଶେଲ; ଟ୍ରମ୍ପଙ୍କ ଅଡୁଆ ବଢ଼ିଲା…

ଓ୍ବାଶିଂଟନ,୨୬।୭: ଆମେରିକା ରାଷ୍ଟ୍ରପତି ପଦ ଲାଗି କମଲା ହାରିସଙ୍କ ପ୍ରାର୍ଥୀତ୍ୱ ମଜଭୂତ ହେବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ

ଓ୍ବାଶିଂଟନ,୨୬।୭: ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ତେବେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri