ବଜାର ଦର

ଆଜିକାଲି ବଜାର ଦରରେ ସମାନତା ଦେଖାଯାଉ ନାହଁି। ବିଭିନ୍ନ ଦେକାନରେ ଦର ଅସମାନ ରହିବା ଗ୍ରାହକମାନଙ୍କ ପାଇଁ ସମସ୍ୟା। ସବୁ ଜିନିଷର ଦର ଜିନିଷ ଉପରେ ଲେଖା ଯାଇ ନ ଥାଏ ା କେବଳ କିଛି ପାକେଟ ଜିନିଷ ଉପରେ ଦର ଲେଖା ଯାଇଥାଏ। ପନିପରିବାର ଦର ମନଇଚ୍ଛା କସାଯାଇଥାଏ। ସମାନ ପରିବା, ବଜାରର ଏମୁଣ୍ଡରେ ଗୋଟିଏ ଦର ଥିବା ବେଳେ ବଜାରର ସେମୁଣ୍ଡରେ ଆଉ ଗୋଟିଏ ଦର ଥାଏ। ଯଦି ଜଣେ ବ୍ୟକ୍ତି ବଜାର ଭିତରକୁ ନ ଯାଇ ଏମୁଣ୍ଡରୁ ପରିବା କିଣି ଚାଲିଆସିବେ ସେ ନିଶ୍ଚିତ ଭାବରେ କିଛି କ୍ଷତି ସହିବେ। ଆଜିକାଲି ଅନେକ ଜିନିଷର ପ୍ୟାକେଟ ମିଳୁଛି। ତେଜରାତି ଦୋକାନରେ କେତେକ ଜିନିଷ ଖୋଲାରେ ମଧ୍ୟ ମିଳିଥାଏ। ପ୍ୟାକେଟ ଜିନିଷଗୁଡିକର ଦର ଯେତିକି ଲେଖା ଯାଇଥାଏ କେତେକ ଦୋକାନୀ ସେତିକିରେ ବିକ୍ରି କଲାବେଳେ ଆଉ କିଛି ଦୋକାନୀ ଲେଖାଯାଇଥିବା ଦରରୁ କିଛି କମ୍‌ କରି ବିକ୍ରି କରନ୍ତି। ତେବେ ଲେଖାଯାଇଥିବା ଦରଠାରୁ କମ୍‌ରେ ବିକ୍ରିକଲେ ମଧ୍ୟ ତାଙ୍କର କିଛି ଲାଭ ଅଛି। ଯେଉଁମାନେ ପୂରା ଦାମ୍‌ ନେଉଛନ୍ତି ସେମାନେ ନିଶ୍ଚିତ ଭାବରେ ବହୁତ ଲାଭ ପାଉଛନ୍ତି। ଠିକ୍‌ ସେହିପରି ଖୋଲାରେ ମିଳୁଥିବା ଜିନିଷ ମଧ୍ୟ ଗୋଟିଏ ଦୋକାନରେ ଗୋଟିଏ ଦର ଥାଏ। ବଜାରରେ ଯେଉଁ ଦୋକାନ ଠିକ୍‌ ଦରରେ ଜିନିଷ ଯୋଗାଏ ସେହି ଦୋକାନରେ ଅଧିକ ଭିଡ଼ ଦେଖାଯାଏ। ଯଦି ଏହି ଦରକୁ ନେଇ ଦୋକାନୀକୁ କିଛି ପଚରାଯାଏ, ତେବେ ସେ ଉତ୍ତର ଦିଅନ୍ତି, ଆମ ଜିନିଷ ଭଲ କମ୍ପାନୀର।
ଔଷଧ ଦୋକାନୀମାନେ ଔଷଧର ଧାର୍ଯ୍ୟମୂଲ୍ୟ ଉପରେ ୧୦ ଶତକଡା କିମ୍ବା ୧୫ ଶତକଡା ପର୍ଯ୍ୟନ୍ତ ରିହାତି ଦିଅନ୍ତି। କିନ୍ତୁ କିଛି ଔଷଧ ଦୋକାନୀ ପୂରା ଧାର୍ଯ୍ୟ ମୂଲ ନିଅନ୍ତି। ଥରେ ମଁୁ ଗୋଟିଏ ଔଷଧ ଆଣିବାକୁ ଗଲି। ସେ ଔଷଧର ଲିଖିତ ମୂଲ୍ୟ ଥିଲା ୧୦୦ ଟଙ୍କା। ମଁୁ ଯେତେବେଳେ ଦୋକାନୀଙ୍କୁ କେତେ ଟଙ୍କା ବୋଲି ପଚାରିଲି, ସେ ମୋତେ କହିଲେ ୧୦୦ ଟଙ୍କା। ମୁଁ ଆଶ୍ଚର୍ଯ୍ୟ ହେଲି। କାରଣ ୧୦ ଦିନ ଆଗରୁ ସେହି ସମାନ ଔଷଧକୁ ଆଉ ଗୋଟିଏ ଦୋକାନରୁ ମଁୁ ୯୦ ଟଙ୍କା ଦେଇ ଆଣିଥିଲି। ମୁଁ ସେହି ଦୋକାନୀଙ୍କୁ କହିଲି, ଭାଇ ୧୦ ଦିନ ଆଗରୁ ଏହି ଔଷଧ ମଁୁ ୯୦ ଟଙ୍କାରେ ନେଇଥିଲି। ଆପଣ କ’ଣ ୧୦୦ ଟଙ୍କା କହୁଛନ୍ତି। ସେ ଦୋକାନୀ ମୋତେ କହିଲେ ଆପଣ ଯେଉଁଠାରୁ ୯୦ ଟଙ୍କାରେ ନେଇଥିଲେ, ସେଠାରୁ ନିଅନ୍ତୁ। ମଁୁ ଭାବିଲି ବୋଧହୁଏ ଏହି ଦୋକାନୀ କିଛିବି ରିହାତି ଦିଅନ୍ତି ନାହଁି ା ବାଧ୍ୟ ହୋଇ ୧୦୦ ଟଙ୍କା ଦେଇ ସେହି ଔଷଧ ଆଣିଲି। କାରଣ ଆଉଗୋଟିଏ ଦୋକାନକୁ ଯିବା ପାଇଁ ସମୟ ନ ଥାଏ। ଯେଉଁ ଔଷଧ ଦୋକାନୀମାନେ ରିହାତି ଦେଉ ନାହାନ୍ତି ସେମାନେ ଅଧିକ ଲାଭ ପାଉଛନ୍ତି ା
ବଡ଼ ବଡ଼ ସହରରେ ଔଷଧ ଦୋକାନୀମାନେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ କିଏ କେତେ ରିହାତି ଦେଉଛନ୍ତି ତା’ର ବୋର୍ଡ ଲଗାଇଛନ୍ତି ା କିଏ ଲେଖିଥିବେ ୧୫ ଶତକଡ଼ା ତ କିଏ ଲେଖିଥିବେ ୨୦ ଶତକଡ଼ା। ପୁଣି ଯଦି କିଏ ଅଧିକ ମୂଲ୍ୟର ଔଷଧ ନେଲେ ରିହାତିର ପରିମାଣ ବଢ଼ିଯାଏ।
ମାଛ ମାଂସ ବଜାରରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳେ ା ମାଛ ବଜାରରେ ସମାନ ମାଛକୁ ବିଭିନ୍ନ ଦରରେ ବିକ୍ରି କରାଯାଉଥାଏ। ବେଳେ ବେଳେ ଶଢ଼ା ମାଛ ମଧ୍ୟ କିଣିବାକୁ ପଡ଼େ। ଆମ ରାଜ୍ୟରେ ମାଛ ଉପତ୍ାଦନ ଆଶାନୁରୂପ ହେଉ ନ ଥିବାରୁ ଆନ୍ଧ୍ରପ୍ରଦେଶରୁ ବହୁତ ମାଛ ବଜାରକୁ ଆସିଥାଏ ା ମାଛକୁ ଆମେ ବଜାରରୁ ବିଭିନ୍ନ ଦରରେ କିଣିଥାଉ। ସେହିପରି ଚିକେନ,ମଟନ୍‌ ମଧ୍ୟ ବିଭିନ୍ନ ଦରର ରହିଛି ା କେତେବେଳେ କେଉଁ ଦର ଥାଏ ତା’ର ଠିକଣା ନାହଁି ା ଯଦି ଦେଖିବା ପ୍ରାୟ ପ୍ରତ୍ୟେକ ଜିନିଷର ଦର ସମାନ ରହୁ ନାହଁି ା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଦୋକାନୀ ନିଜ ନିଜ ଦୋକାନ ଆଗରେ ଦର ତାଲିକା ଲଗାଇବା କଥା କିନ୍ତୁ ତାହା କେହି ପାଳନ କରୁନାହାନ୍ତି। ନିଜର ସୁବିଧା ଅନୁସାରେ ନିଜକୁ ସୁହାଇଲା ଭଳି ଦରରେ ଜିନିଷ ବିକ୍ରି କରୁଛନ୍ତି। ଏଭଳି ଅସମାନ ଦରପ୍ରତି ଜନସାଧାରଣ ସତର୍କ ରହିବା ଆବଶ୍ୟକ।

ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ
ମୋ: ୯୯୩୮୭୫୮୩୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?