ଭୀମବେଟ୍‌କାର ଖୋଦେଇ କଳା

ଅନେକେ ଯୁକ୍ତି କରନ୍ତି, ଘୋଡ଼ାର ଜନ୍ମ ଭାରତରେ ଏବଂ ଏଠାରେ ପ୍ରାକ୍‌ ଐତିହାସିକ ସମୟରେ ଏହାକୁ ପାଳନ କରାଯାଉଥିଲା। ସେମାନେ ଆଉ ମଧ୍ୟ ଯୁକ୍ତି ଉପସ୍ଥାପନ କରନ୍ତି ଭୀମବେଟ୍‌କାରେ ଥିବା ଘୋଡ଼ାର ପେଣ୍ଟିଂ ବା ଚିତ୍ରକଳା ପ୍ରମାଣ କରେ ଯେ, ହରପ୍ପା ସଭ୍ୟତା (ଖ୍ରୀଷ୍ଟପୂର୍ବ ୨୫୦୦-୨୦୦୦) ପୂର୍ବରୁ ଭାରତରେ ଘୋଡ଼ା ଥିଲେ। ଏହା କୁହାଯାଉଥିଲେ ବି ସତ୍ୟ ନୁହେଁ। ଭାରତୀୟ ଉପମହାଦେଶରେ ଥିବା ଇକ୍କୁସ୍‌ ନାମାଡିକସ୍‌ ପ୍ରଜାତିର ଏକ ପ୍ରକାର ଆକର୍ଷକ ଘୋଡ଼ା ପାଖାପାଖି ୧୧,୭୦୦ ବର୍ଷ ପୂର୍ବେ (ହୋଲୋସିନ ଯୁଗ)ରେ ବିଲୁପ୍ତ ହୋଇଯାଇଥିଲେ। କିନ୍ତୁ ଏହାକୁ କୌଣସି କଳାକୃତିରେ ଚିତ୍ରଣ କରାଯାଇନାହିଁ। କେବଳ ନର୍ମଦା ଉପତ୍ୟକାରେ ଏହାର ଜୀବାଶ୍ମ ମିଳିଛି।
ଭୋପାଳ ନିକଟବର୍ତ୍ତୀ ବିନ୍ଧ୍ୟ ପର୍ବତମାଳାରେ ଭୀମବେଟ୍‌କା ରହିଛି। ଏହା ଏକ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ, ଯାହା ମାନବ ଭାବନାର କେତେକ ପୁରାତନ ଅସ୍ତିତ୍ୱକୁ ସୂଚିତକରେ। ଭୀମବେଟ୍‌କା ୭ଟି ପାହାଡ଼ରେ ପରିବ୍ୟାପ୍ତ, ଯେଉଁଠି ୭୦୦ରୁ ଊର୍ଦ୍ଧ୍ୱ ଶିଳ ଆଶ୍ରୟସ୍ଥଳୀ ବା ଗୁମ୍ଫା ରହିଛି। ଏହିସବୁ ଗୁମ୍ଫା କେବଳ ପ୍ରାଗ୍‌ ଐତିହାସିକ ସମୟର ନୁହେଁ, ବରଂ ଏଠାରେ ପ୍ରାଚୀନ ମାନବଙ୍କ ପଥର ଖୋଦେଇ କଳାକୃତି ଓ ଚିତ୍ରକଳା ଶୋଭାପାଉଛି। ୧୯୫୭ରେ ଭୀମବେଟ୍‌କାର ପ୍ରାଗ୍‌ ଐତିହାସିକ ମହତ୍ତ୍ୱକୁ ପ୍ରଥମ ଥର ପାଇଁ ପ୍ରତ୍ନତତ୍ତ୍ୱବିତ ଭି.ଏସ୍‌.ଓ୍ବାକନ୍‌କର ସାମ୍ନାକୁ ଆଣିଥିଲେ। ସେବେଠାରୁ ମାନବୀୟ କ୍ରମବିକାଶର ଏବଂ ଦକ୍ଷିଣ ଏସିଆରେ ସାଂସ୍କୃତିକ ଇତିହାସର ଏହା ଆମ ବୈଚାରିକ କେନ୍ଦ୍ରବିନ୍ଦୁ ପାଲଟିଯାଇଛି।
ଭୀମବେଟ୍‌କାରେ ଖୋଦେଇ ହୋଇଥିବା କପ୍‌ ଆକୃତିର ଏବଂ ସିଧା ଟଣାଯାଇଥିବା ଗହୀରିଆ ରେଖାଗୁଡ଼ିକ ବାସ୍ତବରେ ଏହାର ଗୁରୁତ୍ୱ ପ୍ରତିପାଦନକରେ। ଏହିସବୁ କୃତି ପ୍ରାୟ ୭,୦୦,୦୦୦ ବର୍ଷ ତଳର, ସମ୍ଭବତଃ ପୃଥିବୀରେ ହୋମୋ ସାପିଆନ ବା ଆଧୁନିକ ମାନବଙ୍କ ସମୟ ପୂର୍ବର ବୋଲି ବିଶେଷଜ୍ଞ ରବର୍ଟ ବେଡ୍‌ନାରିକ୍‌ କହିଛନ୍ତି । ପ୍ରସିଦ୍ଧ ଅଡିଟୋରିୟମ ଗୁମ୍ଫାରେ ଶୋଭା ପାଉଥିବା ଚର୍ଚ୍ଚ ଭଳି ଖୋଦେଇ କଳାକୃତି ପୁରାତନ ମାନବଙ୍କ ଦ୍ୱାରା କରାଯାଇଥିଲା ବୋଲି କୁହାଯାଉଛି। ଯଦି ଏହା ସତ, ତେବେ କୁହାଯାଇପାରେ ଯେ ମଧ୍ୟପ୍ରଦେଶର ଡର୍‌କି ଛତାନ ସହ ଭୀମବେଟ୍‌କା ହେଉଛି ବିଶ୍ୱର ସର୍ବପୁରାତନ ଶିଳାକୃତି। ଭୀମବେଟ୍‌କାରେ ଥିବା ନର୍ତ୍ତକୀ, ଶିକାର ଓ ଅଶ୍ୱାରୋହୀଙ୍କ କାନ୍ଥଚିତ୍ର ଅତ୍ୟନ୍ତ ଲୋକପ୍ରିୟ। ଏହା ୩୦,୦୦୦ ବର୍ଷ ପୂର୍ବର ବୋଲି ଅନେକେ ଦାବି କରନ୍ତି। କିନ୍ତୁ ଐତିହାସିକମାନେ କହନ୍ତି, ଏହା ସତ୍ୟ ନୁହେଁ, ବରଂ ଏହାକୁ ଅତିରଞ୍ଜିତ କରାଯାଉଛି। ପଥର ଖୋଦେଇ କଳାକୃତି ଭଳି ଚିତ୍ରକଳାଗୁଡ଼ିକର ସମୟକୁ ନେଇ କୌଣସ ବିଶ୍ୱସନୀୟ ବୈଜ୍ଞାନିକ ପ୍ରମାଣ ନାହିଁ। ପୁରାତନ ସମୟରୁ ଲୋକେ ଯେଉର୍ଁସବୁ ଶିଳାଚିତ୍ର ଆଙ୍କିଛନ୍ତି ତାହାର ସମୟ ନିର୍ଦ୍ଧାରଣ କରିବା କଷ୍ଟକର। ହେଲେ ଅଧିକ ସଂଖ୍ୟକ ବିଶେଷଜ୍ଞ ଏକମତ ଯେ, ଅଧିକାଂଶ ପେଣ୍ଟିଂ ପ୍ରାଚୀନ ପ୍ରସ୍ତରଯୁଗ ଏବଂ ହୋଲୋସିନ ବା ଆଧୁନିକ ଭୂବୈଜ୍ଞାନିକ ଯୁଗର( ପାଖାପାଖି ୧୦,୦୦୦ ବର୍ଷ ପୂର୍ବର)। ଏହା ପ୍ରସ୍ତର ଯୁଗ ଏବଂ ପରେ ତାମ୍ରଯୁଗର କଳାକୃତି ବୋଲି ସ୍ପଷ୍ଟ ପ୍ରମାଣ ମିଳେ, ଯେଉଁ ସମୟରେ କୃଷି ଓ ପଶୁପାଳନ ଆରମ୍ଭ ହୋଇଥିଲା।
ଭୀମବେଟ୍‌କାରେ ଅଶ୍ୱାରୋହୀ କିମ୍ବା ଗଜାରୋହୀ ଖୋଦେଇ ଦୃଶ୍ୟ ଦେଖିବାକୁ ମିଳେ। ଏଣୁ ଭାରତରେ ଏହିସବୁ ପ୍ରାଣୀ ଥିବା ସମୟ ପୂର୍ବର ଏହି ଦୃଶ୍ୟଗୁଡ଼ିକ କେବେ ବି ହୋଇ ନ ପାରେ। ଡିଏନ୍‌ଏ ସମ୍ପର୍କିତ ଏବକାର ଗବେଷଣାଗୁଡ଼ିକରୁ ଜଣାପଡ଼ିଛି, ପୂର୍ବ ୟୁରୋପ ଓ କେନ୍ଦ୍ର ଏସିଆର ତୃଣଭୂମି ଅଞ୍ଚଳରେ ପାଖାପାଖି ଖ୍ରୀଷ୍ଟପୂର୍ବ ୨୨୦୦ରେ ଘୋଡ଼ା ପାଳନ କରାଯାଉଥିଲା। କେବଳ ଖ୍ରୀଷ୍ଟପୂର୍ବ ୧୦୦୦ ପାଖାପାଖିରେ ମେଗାଲିଥିକ ସମୟ( ଯେଉଁ ସମୟରେ ବିଶାଳ ଶିଳା କଳାକୃତି କରାଯାଉଥିଲା)ରେ ଭାରତରେ ଘୋଡ଼ା ରହୁଥିବା ପ୍ରମାଣ ମିଳେ। ବୈଦିକ ଯୁଗର ଲୋକଙ୍କ ସହ ଘୋଡ଼ା ଭାରତକୁ ଆସିଥିଲେ। ଖ୍ରୀଷ୍ଟପୂର୍ବ ୧୫୦୦ ସମୟର ବେଦ (ଋଗ୍‌ବେଦ)ରେ ଘୋଡ଼ା ସମ୍ପର୍କିତ ବିଶ୍ୱର ସର୍ବପ୍ରଥମ କାବ୍ୟ ବା ସ୍ତୋତ୍ର ରହିଛି। ଖ୍ରୀଷ୍ଟପୂର୍ବ ୧୫୦୦ ପୂର୍ବରୁ କୌଣସି ସଭ୍ୟତାରେ କୌଣସି ଘୋଡ଼ା ନ ଥିଲେ। ଏହି ସମୟରେ ଘୋଡ଼ା ଇଜିପ୍ଟ, ଗ୍ରୀସ୍‌ ଓ ଚାଇନାରେ ଦେଖାଯାଉଥିଲା। ଭାରତୀୟ ଉପମହାଦେଶରେ ଘୋଡ଼ା ଥିବାର ସର୍ବପୁରାତନ ନିର୍ବିବାଦୀୟ ପ୍ରମାଣ ପ୍ରାଚୀନ ସ୍ବାତ ସଂସ୍କୃତି (ପାଖାପାଖି ଖ୍ରୀଷ୍ଟପୂର୍ବ ୧୬୦୦)ର, ଯାହା ହରପ୍ପା ସହରଗୁଡ଼ିକର ପତନ ହେବାର ବହୁ ପୂର୍ବରୁ ଥିଲା।
ପ୍ରଥମରେ ଘୋଡ଼ାଗୁଡ଼ିକ ଅତି ଛୋଟ ଥିବାରୁ ସେମାନଙ୍କ ଉପରେ ବସି ଯିବା ସମ୍ଭବ ନ ଥିଲା। ଏଣୁ ରଥରେ ସେମାନଙ୍କୁ ବ୍ୟବହାର କରାଯାଉଥିଲା ଓ ଲୋକେ ଏଭଳି ରଥରେ ବସି ଯାଉଥିଲେ। ପରେ ଘୋଡ଼ାଚଢ଼ା ପରମ୍ପରା ଆସିଲା। ଖ୍ରୀଷ୍ଟପୂର୍ବ ୭୦୦ ପରେ ସାରା ବିଶ୍ୱରେ ଅଶ୍ୱାରୋହୀଙ୍କୁ ଦେଖିବାକୁ ମିଳିଲା। ତା’ ପୂର୍ବରୁ ଏମାନଙ୍କୁ କେବେ ବି ଦେଖାଯାଇ ନ ଥିଲା। ଏଣୁ ଭୀମବେଟ୍‌କାରେ ଘୋଡ଼ାର ପେଣ୍ଟିଂ (ରଥାରୋହୀ ଓ ଅଶ୍ୱାରୋହୀ) ୨୫୦୦ ବର୍ଷ ପୂର୍ବର ପୁରୁଣା। ଭାରତୀୟ ମୌସୁମୀ ନିର୍ଭରଶୀଳ ଜଳବାୟୁରେ ଘୋଡ଼ା ବଂଶବୃଦ୍ଧି କଷ୍ଟକର। ମହାରାଷ୍ଟ୍ରରେ (ଭୀମଥାଡ଼ି ଘୋଡ଼ା), ଗୁଜରାଟରେ (କାଠିଆଓ୍ବାଡ ଘୋଡ଼ା) ଏବଂ ରାଜସ୍ଥାନରେ (ମାରଓ୍ବାଡ଼ି ଘୋଡ଼ା) ପାଳନ ଓ ବଂଶବୃଦ୍ଧି ଖ୍ରୀଷ୍ଟାବ୍ଦ ୧୨୦୦ ପରେ ଆରମ୍ଭ ହୋଇଥିଲା, ଏହା ପୂର୍ବରୁ ନୁହେଁ। ସେହିଭଳି ସିନ୍ଧୁ ସଭ୍ୟତାରେ ପାଖାପାଖି ଖ୍ରୀଷ୍ଟପୂର୍ବ ୨୫୦୦ ସମୟର ସିଲ୍‌ ବା ମୋହରଗୁଡ଼ିକରେ ହାତୀ ଚିତ୍ର ଦେଖିବାକୁ ମିଳେ। ସେତେବେଳେ ହାତୀଗୁଡ଼ିକୁ ଜଙ୍ଗଲରୁ ଧରାଯାଉଥିଲା, କିନ୍ତୁ ପାଳନ କିମ୍ବା କୌଣସି ବଂଶବୃଦ୍ଧି କରାଯିବାର କୌଣସି ବ୍ୟବସ୍ଥା ନ ଥିଲା। ତେବେ ଘରେ ହାତୀପାଳନର ସର୍ବପୁରାତନ ଉଦାହରଣ ଖ୍ରୀଷ୍ଟପୂର୍ବ ୮୦୦ ସମୟର ବୈଦିକ କର୍ମକାଣ୍ଡ ନିୟମାବଳୀରୁ ଦେଖିବାକୁ ମିଳେ।
ଭୀମବେଟ୍‌କାର ଶିଳାଗୁମ୍ଫାଗୁଡ଼ିକ ମଣିଷ ରହିବା ଲାଗି ସମ୍ପୂର୍ଣ୍ଣ ଉପଯୋଗୀ ଥିଲା। ପର୍ଯ୍ୟାପ୍ତ ଝରଣା ପାଣି, ମୃଗ ଓ ବାର୍‌ହାଙ୍କ ବିଚରଣ ସହ ପ୍ରାକୃତିକ ସୁରକ୍ଷା ବ୍ୟବସ୍ଥା ଭୀମବେଟ୍‌କାକୁ ଅନେକ ହଜାର ବର୍ଷ ଧରି ଏକ ଭରସାଯୋଗ୍ୟ ତଥା ସମୃଦ୍ଧ ଆଶ୍ରୟସ୍ଥଳୀ କରିପାରିଥିଲା। ସେଠାକାର ଖନନରୁ ପୁରାତନ ପ୍ରସ୍ତରଯୁଗର କୁରାଢ଼ି, କଟୁରି ଏବଂ ହାତୁଡ଼ି ମିଳିଛି ଏବଂ ଏହା ପ୍ରମାଣ କରୁଛି, ମଧ୍ୟପ୍ରସ୍ତରଯୁଗ ଦେଇ ସେଠାରେ ପ୍ରାରମ୍ଭିକ ଆଧୁନିକ ଯୁଗ ଯାଏ ଲଗାତର ଭାବେ ଲୋକେ ରହିଆସିଛନ୍ତି। ଏପରିକି ୭୪,୦୦୦ ବର୍ଷ ପୂର୍ବେ ତୋବା ଉଦ୍‌ଗୀରଣ ଯୋଗୁ ମାନବଜାତିର ମହାପ୍ରଳୟ ଘଟିଥିଲା ବୋଲି ବିଚାର କରାଯାଉଥିଲା। ହେଲେ ତାହା ଭୀମବେଟ୍‌କାରେ ଜୀବନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିପାରି ନ ଥିଲା। ଫଳରେ ପ୍ରସ୍ତର ନିର୍ମିତ ଯନ୍ତ୍ରପାତିର ପରମ୍ପରା ଲଗାତର ଭାବେ ସମୟ ସହ ତାଳଦେଇ ଆଗକୁ ବଢ଼ିଥିଲା।
ଭୀମବେଟ୍‌କା ହେଉଛି ସେହି ସ୍ଥଳ ଯେଉଁଠି ହନୁମାନଙ୍କୁ ମହାଭାରତର ଭୀମ ଭେଟ କରିଥିଲେ। କିନ୍ତୁ ପ୍ରାଗ୍‌ ଐତିହାସିକ ମାନବଙ୍କ ସହ ଏହାର ଗଭୀର ସମ୍ପର୍କ ଅଛି। ଏଠାରେ ସମ୍ଭବତଃ ୫ ଲକ୍ଷ ବର୍ଷ ପୂର୍ବର ପୁରାତନ ମାନବଙ୍କ ପଥର ଖୋଦେଇ ଚିତ୍ରଠାରୁ ଆରମ୍ଭକରି ମଧ୍ୟ-ପ୍ରସ୍ତର ଯୁଗର ଶିକାର ତଥା ଘୋଡ଼ା ଓ ହାତୀକୁ ନେଇ କରାଯାଇଥିବା ଐତିହାସିକ ଯୁଦ୍ଧର ଦୃଶ୍ୟ ରହିଛି। ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, କଳା ହଠାତ୍‌ ଆଧୁନିକ ମଣିଷ ପଖରେ ପହଞ୍ଚି ନାହିଁ, ବରଂ କ୍ରମବିକାଶ ଧାରାରେ ଏହାକୁ ଅନେକ ହଜାର ବର୍ଷ ଲାଗିଯାଇଛି, ଯାହା ଅର୍ଥନୀତି, ଟେକ୍‌ନୋଲୋଜି ଏବଂ ରୀତିନୀତିର ପରିବର୍ତ୍ତନକୁ ପ୍ରକାଶ କରୁଛି।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri