୧୬ ବର୍ଷ ଧରି ଜବରଦଖଲରେ ମାର୍କେଟ କମ୍ପ୍ଲେକ୍ସ

ପ୍ରୀତିପୁର,୨୮ା୮(ସୁଶାନ୍ତ ବେହୁରିଆ): ସରକାର ଗ୍ରାମ ପଞ୍ଚାୟତର ଆୟବୃଦ୍ଧି, ସ୍ଥାୟୀ ଭିତ୍ତିଭୂମି ବିକାଶ ଓ ଶିକ୍ଷିତ ବେକାରିଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ପ୍ରତ୍ୟେକ ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ ନିମନ୍ତେ ଅନୁଦାନ ଯୋଗାଇ ଦେଉଛନ୍ତି। ମାତ୍ର ସରକାରୀ କର୍ମଚାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ବହୁ ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ଘର ଭୂତକୋଠି ପାଲଟିଲାଣି। ଆଉ କେତେକ ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବା ଜଣାଯାଇଛି, ଯାହାର ଏକ ଉଦାହରଣ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧୀନ ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଲକୁଡ଼ି ପଞ୍ଚାୟତରେ ଦେଖିବାକୁ ମିଳିଛି। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏହି ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣବନ୍ଧ ଛକରେ ୨୦୦୫ରେ ତତ୍କାଳୀନ ସରପଞ୍ଚ ଶଶଧର ବେହୁରିଆଙ୍କ କାର୍ଯ୍ୟକାଳ ସମୟରେ ୮ ବଖରା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ୨୦୦୭ରେ ଏହା ସମ୍ପୂର୍ଣ୍ଣ ହେବାପରେ ସେତେବେଳେ ନିର୍ବାଚିତ ହୋଇଥିବା ସରପଞ୍ଚ ଏହି ଘରକୁ ଆବଣ୍ଟନ ନ କରି ପକାଇ ରଖିଥିଲେ। ଫଳରେ ଏଥି ମଧ୍ୟରୁ କେତେକ ଘରକୁ ସ୍ଥାନୀୟ ଲୋକେ ଜବରଦଖଲ କରି ଦୋକାନ ଖୋଲିଥିବା ଦେଖାଯାଇଥିଲା। ଯାହାକୁ ଏଯାବତ ହଟାଯାଇ ପାରିନାହିଁ। ଏଥିମଧ୍ୟରେ ୧୬ ବର୍ଷ ଅତିକ୍ରାନ୍ତ ହେବା ସହିତ ୪ ଜଣ ସରପଞ୍ଚ ଦାୟିତ୍ୱ ନେଲେଣି, ତଥାପି ଉକ୍ତ ଜବରଦଖଲକାରୀଙ୍କୁ କାହିଁକି ଉଚ୍ଛେଦ କରାଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ଉକ୍ତ କମ୍ପ୍ଲେକ୍ସର କେହି ରକ୍ଷଣାବେକ୍ଷଣ କରୁ ନ ଥିବା ଯୋଗୁ କାଳକ୍ରମେ ଏହା ଜରାଜୀର୍ଣ୍ଣ ପାଲଟିଲାଣି। ତେଣୁ ବ୍ଲକ ପ୍ରଶାସନ ତୁରନ୍ତ କମ୍ପ୍ଲେକ୍ସରୁ ଜବରଦଖଲ ହଟାଇ ଏହାକୁ ମରାମତି କରି ଲଟେରି ମାଧ୍ୟମରେ ଲୋକଙ୍କୁ ଯୋଗାଇ ଦେବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ବ୍ଲକ୍‌ ପ୍ରଶାସନକୁ ଆର୍‌ଟିଆଇରେ ତଥ୍ୟ ମଗାଯାଇଥିଲା। ମାତ୍ର ବ୍ଲକ୍‌ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ସେଠାରେ ମାର୍କେଟ କମ୍ପ୍ଲେକ୍ସ ନାହିଁ ବୋଲି ଦର୍ଶାଯାଇଛି। ଏ ସମ୍ପର୍କରେ ବ୍ଲକ୍‌ ଗ୍ରାମ ପଞ୍ଚାୟତ ଅଧିକାରୀ(ଜିପିଓ)ସୁମନ୍ତ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କେଉଁ ପଞ୍ଚାୟତରେ କେତେ ସରକାରୀ ମାର୍କେଟ କମ୍ପ୍ଲେକ୍ସ ରହିଛି ତାହାର ତଥ୍ୟଦେବା ପାଇଁ ବ୍ଲକର ସମସ୍ତ ପିଇଓଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତଥ୍ୟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri