ଦବିଗଲା ମାର୍କଣ୍ଡପୁର, ବଡ଼ଚଣା ପାକ୍ସ ଦୁର୍ନୀତି

ଯାଜପୁର ଅଫିସ,୨୬ା୧୨: ଯାଜପୁର ଜିଲାରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଥର ୧୨୨ ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ଏବଂ ୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୧୧ ଲକ୍ଷ ୩୯ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ମଞ୍ଜୁରୀ ମିଳିଛି। ତେବେ ୧୨୨ରୁ ୨୬ ପାକ୍ସରେ ମୁଖ୍ୟ ନିର୍ବାହୀ(ସିଇ) ପଦବୀ (ପୂର୍ବରୁ ସମ୍ପାଦକ ପଦବୀ ଥିଲା) ଖାଲି ପଡ଼ିଛି। ଏହାବାଦ ୨୧ା୧୦ା୨୦୨୧ ସୁଦ୍ଧା ୪ ସିଇ ନିଲମ୍ବିତ ହୋଇଛନ୍ତି। ଏହି କାରଣରୁ ଜିଲାରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଓ ଋଣ ଦେଣନେଣରେ ମନମାନି, ଜାଲିଆତି, ଆତ୍ମସାତ ସାଧାରଣ କଥା ହୋଇଛି। ଏହାସହ ମାର୍କଣ୍ଡପୁର, ବଡ଼ଚଣା, ମହିଶରା, ଧନେଶ୍ୱର ଆଦି ପାକ୍ସରେ ଦୁର୍ନୀତିର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ରଫାଦଫା ଯୋଗୁ ପ୍ରତିବର୍ଷ ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟା ପ୍ରତିହତ ହେଉଛି ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।
ଚାଷୀ ପଞ୍ଜୀକରଣରେ ଚଞ୍ଚକତା, ଋଣ ପ୍ରଦାନରେ ଅନିୟମିତତା, ବୀମା ଟଙ୍କା ଆତ୍ମସାତ ଆଦି ପଛରେ ଅଧିକାଂଶ ପାକ୍ସ ମୁଖ୍ୟ ନିର୍ବାହୀ ସମ୍ପୃକ୍ତ ଥିବା ପୂର୍ବରୁ ଅଭିଯୋଗ ହୋଇଆସିଛି। ଏହିକ୍ରମରେ ଯାଜପୁର ବ୍ଲକର ବରୁହଁା, ବଡ଼ଚଣା ବ୍ଲକର ଭରତପୁର ଏବଂ ବିଞ୍ଝାରପୁର ବ୍ଲକର କଲ୍ୟାଣପୁର ଓ ଆଉଁରି ପାକ୍ସର ସିଇ ନିଲମ୍ବିତ ହୋଇଛନ୍ତି। ୨୦୨୧ରେ ବଡ଼ଚଣା, ମାର୍କଣ୍ଡପୁର, ଧନେଶ୍ୱର, ମହିଶରାପୁର ଆଦି ପାକ୍ସରେ ବଡଧରଣର ଦୁର୍ନୀତି ହୋଇଥିବା ଚାଷୀ ମହଲରୁ ଅଭିଯୋଗ ହୋଇଥିଲେ ହେଁ ତାହାର ତଦନ୍ତ କେବଳ ନିର୍ଦ୍ଦେଶରେ ହିଁ ସୀମିତ ରହିଛି। ମାର୍କଣ୍ଡପୁର ପାକ୍ସର ସମ୍ପାଦକ ଚାଷୀଙ୍କ ଋଣ ପାସ୍‌ବୁକଗୁଡିକୁ ବେଆଇନ ଭାବେ ନିଜ ପାଖରେ ରଖି ଋଣ ଦେଣନେଣରେ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସେବା ସମବାୟ ସମିତି(କ୍ରେଡିଟ୍‌)ର ଉପନିବନ୍ଧକ ୨୬ା୧୦ା୨୦୨୧ରେ ଏହି ଅଭିଯୋଗ ଉପରେ କଟକସ୍ଥିତ ଡେପୁଟି ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି (ଡିଆର୍‌ସିଏସ୍‌)ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଜଣେ ବିଭାଗୀୟ ଅଧିକାରୀ ଥରେ ପାକ୍ସ ପରିଦର୍ଶନ କରିଛନ୍ତି ଏବଂ ତଦନ୍ତ ସେତିକିରେ ଅଟକିଛି। ସଲାସୁତରା ଯୋଗୁ ତଦନ୍ତ ଆଗକୁ ବଢ଼ୁ ନ ଥିବା ଆଲୋଚନା ହୋଇଛି।

ମାର୍କଣ୍ଡପୁର ପାକ୍ସରେ ଦୁର୍ନୀତି ନୂଆ କଥା ନୁହେଁ। ଏକ ଚାଷୀ ପରିବାରର ୪ ସଦସ୍ୟଙ୍କ ନାମରେ ଧାନ କିଣାରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିଲା। ହାଇକୋର୍ଟରେ ଏନେଇ ମାମଲା ରୁଜୁ ହେବାପରେ ତଦନ୍ତ କରାଯାଇ ସମ୍ପୃକ୍ତ ପାକ୍ସ ସମ୍ପାଦକ ଏବଂ ଅନ୍ୟ କେତେଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ସେହିପରି ୫ା୪ା୨୦୨୧ରେ ଚାଷୀଙ୍କ ଅଭିଯୋଗ ଅନୁସାରେ ବଡ଼ଚଣା ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ ବିକାଶ କୁମାର ସ୍ବାଇଁ ୨୦ରୁ ଊର୍ଦ୍ଧ୍ୱ ଟୋକନ ନମ୍ବର ଜାଲିଆତି କରିଥିଲେ। ସମିତିରୁ ଟୋକନ ପାଇ ଧାନ ବିକ୍ରି କରିଥିବା ବ୍ୟକ୍ତିମାନେ ଏହି ଜମି ମାଲିକଙ୍କ ନାତି, ପୁତୁରା ଆଦି ସମ୍ପର୍କ ଥିବା ଦର୍ଶାଯାଇଥିଲା। ତେବେ ବାସ୍ତବରେ ବେପାରୀମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଧାନ କିଣାଯାଇଛି। ଚାଷୀମାନେ ପ୍ରମାଣ ସହ ତଥ୍ୟଭିତ୍ତିକ ରିପୋର୍ଟ ଦେଇ ଅଭିଯୋଗ କରିବା ପରେ ୨୦ା୫ା୨୦୨୧ରେ ତଦନ୍ତ ନିର୍ଦ୍ଦେଶ ହୋଇଥିଲା। ତାହା ବି ଆଗକୁ ବଢ଼ିପାରୁନାହିଁି। ଧନେଶ୍ୱର ପାକ୍ସ ଅଧୀନ ୧୫ରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକ୍ରି କରି ସେମାନଙ୍କ ପାଉଣା ପାଇ ନ ଥିଲେ। ଏହିମର୍ମରେ ସମ୍ପୃକ୍ତ ଚାଷୀମାନେ ୧୬ା୭ା୨୦୨୧ରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ତଦନ୍ତ ନିର୍ଦ୍ଦେଶ କେବଳ କାଗଜ କଲମରେ ସୀମିତ ରହିଛି। ମହିଶରା ପାକ୍ସରେ ଜାଲିଆତି ଉପରେ ଭିଜିଲାନ୍ସ ତଦନ୍ତ କରି ପରିଚାଳନା କମିଟିକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲା। ଏଥିରେ ବି ପାକ୍ସ ସମ୍ପାଦକଙ୍କୁ ସୁରକ୍ଷା ଦେବାକୁ ମସୁଧା ଚାଲିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଯାଜପୁର ବ୍ଲକର ବେରୁଦା, ବଡ଼ଚଣା ବ୍ଲକର ଛତିଆ, ଅରଖପୁର, ଦର୍ପଣ, ସାଉଦିଆ ଓ ଚାରିନଙ୍ଗଳ, ଦଶରଥପୁର ବ୍ଲକର ଅକରପଡା, ଅହିୟାସ ଓ ମଙ୍ଗଳପୁର, ବିଞ୍ଝାରପୁର ବ୍ଲକର ଅରେଇ, ଉତ୍ତାଙ୍ଗରା ଓ ଚିକଣ, ରସୁଲପୁର ବ୍ଲକର ପହଙ୍ଗା ଓ ସିଙ୍ଗାପୁର, କୋରେଇ ବ୍ଲକର ଭକଣ୍ଡରି, ପଛିକୋଟ, କଡମା, ତୁଳତି ଓ ବନ୍ଦାଳୋ, ବରି ବ୍ଲକର ଧାରପୁର, ବରିବଗଡା, ଗୋଳକୁଣ୍ଡ ଓ ଉଦୟନାଥପୁର, ସୁକିନ୍ଦା ବ୍ଲକର ହାତିବାଡି, ଦାନଗଦି ବ୍ଲକର ବାଙ୍ଗରକୋଟ ଏବଂ ଧର୍ମଶାଳା ବ୍ଲକର ଆରୁହା ପାକ୍ସରେ ସିଇ ପଦବୀ ଦୀର୍ଘଦିନ ହେଲା ଖାଲି ପଡିଛି। ରିପୋର୍ଟରେ ଖାଲି ପଡ଼ଥିବା ସିଇ ପଦବୀ ପୂରଣ କରିବାକୁ ପ୍ରକ୍ରିୟା ଜାରି ରହିଛି ବୋଲି ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ପ୍ରଶାନ୍ତ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି ଦୁର୍ନୀତି, ଅଭିଯୋଗଗୁଡିକ ଉପରେ ତଦନ୍ତ ଚାଲିଛି। ତେବେ ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ କରିବାକୁ ବିଭାଗ ସଜାଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ଦିବସରେ ୧୧ ମହିଳା ମାଓବାଦୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ମାଲକାନଗିରି,୧୫।୮(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଡିଏନ୍‌କେ ଖେଳ ପଡିଆ ପରିସରରେ ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ: ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ, ଭାଜପା

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ଗଞ୍ଜାମ ଜିଲା ମେଣ୍ଡରାଜ୍‌ପୁରଠାରେ ରବିବାର ଏକ ବସ୍‌ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୧୦ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଗୁରୁତର ଆହତ ହୋଇଛନ୍ତି।...

ଗଞ୍ଜାମ ଜିଲା ଭାରୋତ୍ତୋଳନ ଚାମ୍ପିୟନଶିପ୍‌

ବ୍ରହ୍ମପୁର ଅଫିସ୍‌,୨୬ା୮-ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘ ପକ୍ଷରୁ ସ୍ଥାନୀୟ ଉତ୍ତରେଶ୍ୱର ଭବନ ଠାରେ ରବିବାର ଗଞ୍ଜାମ ଜିଲା ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୩ ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୪,୯୪୬ରେ ପହଞ୍ଚିଲା

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୯୪୬ରେ ପହଞ୍ଚିଛି।...

ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କଠାରୁ ୭ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜେନାପୁର,୧୭।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ କାନ୍ତପଡ଼ା ଛକ ନିକଟସ୍ଥ ନୀଳାଞ୍ଚଳ ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ୭ ଲକ୍ଷ...

ଚାଷୀଙ୍କୁ ଘାରିଛି ଫସଲ ଅମଳ, ବିକ୍ରି ଚିନ୍ତା

ଜଟଣୀ,୧୧ା୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିଯୋଗୁ ଚାଷୀ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଫସଲ ଓ...

ନାବାଳିକାଙ୍କୁ ଗଣବଳାତ୍କାର: ୩ କୋର୍ଟଚାଲାଣ, ସୁଧାର ଗୃହ ଗଲେ ନାବାଳକ

ଫୁଲବାଣୀ ଅଫିସ, ୨୫ା୧୨- ଖଜୁରିପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଛି। ଏହି ଘଟଣାରେ ଅଟକ ଥିବା ୩ ଯୁବକଙ୍କୁ ପୋଲିସ ଗିରଫ...

ଠିକାଦାର ଛୁ: ଫସିରହିଛନ୍ତି ବାହାର ରାଜ୍ୟର ଶ୍ରମିକ

ବ୍ରହ୍ମଗିରି, ୨୫ା୪(ଡି.ଏନ.ଏ): ଚିଲିକା ପାଇଁ ବିପଦ ସାଜୁଛି ମାଲେସିଆର ଏକ ପଣ୍ୟବାହୀ ଜାହାଜର କଣ୍ଟେନର। ଏହା ଦୀର୍ଘଦିନ ଧରି ସମୁଦ୍ର ବେଳାଭୂମିରେ ପଡ଼ିରହିିଥିବାରୁ ସମୁଦ୍ରର ଗତିପଥ...

Advertisement
Archives

Model This Week