ନୌବାଣିଜ୍ୟ ଓ ଓଡ଼ିଶା

ଡ. ପ୍ରମୋଦ କୁମାର ପଣ୍ଡା

କରୋନା ମହାମାରୀ ପାଇଁ ଏବର୍ଷ କଟକ ବାଲିଯାତ୍ରା ହେବ ନାହିଁ। ଏହି ବାଲିଯାତ୍ରା ଓ ନୌବାଣିଜ୍ୟର ଅନେକ ବିଶେଷତ୍ୱ ରହିଛି, ଯାହା କି ଉତ୍କଳୀୟଙ୍କ ପାଇଁ ଗୌରବର ବିଷୟ। ନୂତନ ପିଢ଼ି ବାଲିଯାତ୍ରାର ପ୍ରକୃତ ଅର୍ଥ ଜାଣିବା ନିତାନ୍ତ ଆବଶ୍ୟକ। ତା’ ହେଲେ ପ୍ରଶ୍ନ ଉଠେ ଯେ ଏହି ବାଲିଯାତ୍ରା କ’ଣ ଏକ ଯାତ୍ରା, ମେଳା ନା ଏକ ସାଂସ୍କୃତିକ ସମନ୍ବୟନ ନା ଏକ ବ୍ୟବସାୟିକ ମିଳନ।
ଉପରୋକ୍ତ ୪ଟି ମଧ୍ୟରୁ ଏହା କେଉଁଟି ବି ନୁହେଁ।
ତା’ ହେଲେ ବାଲିଯାତ୍ରାର ପ୍ରକୃତ ଅର୍ଥ କ’ଣ? ବାଲିଯାତ୍ରାର ପ୍ରକୃତ ଅର୍ଥ ହେଲା – Voyage to Bali କିମ୍ବା Journey to Bali।sland of।ndonesia। ଅର୍ଥାତ୍‌ କଟକର ମହାନଦୀର ଏହି ଗଡ଼ଗଡ଼ିଆ ଘାଟରୁ ପ୍ରାଚୀନ ଉତ୍କଳ ସାଧବ ପୁଅମାନେ କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶାରୁ ଉତ୍ପନ୍ନ ସାମଗ୍ରୀକୁ ବୋଇତରେ ଲଦି ସୁଦୂର ବାଲି, ଜାଭା, ସୁମାତ୍ରା ଆଦି ଦୀପକୁ ବିକ୍ରି କରିବାକୁ ଯାଉଥିଲେ। ସେଠାରେ ସେଗୁଡ଼ିକ ବିକ୍ରିକରି ଆମ ରାଜ୍ୟକୁ ପ୍ରଚୁର ପରିମାଣରେ ଧନ ରତ୍ନ ବୋହି ଆଣୁଥିଲେ। ସେମାନଙ୍କୁ ବିଦାୟ ଦେବାପାଇଁ ସେମାନଙ୍କ ପତ୍ନୀ ଓ ଆତ୍ମୀୟସ୍ବଜନ ଉପବାସ ବ୍ରତ କରୁଥିଲେ ଓ ସେମାନଙ୍କର ଶୁଭଯାତ୍ରା କାମନା କରୁଥିଲେ। ଆଜି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରତ୍ୟେକ ଓଡ଼ିଆବାସୀ କାଗଜ, ସୋଲ ଓ କଦଳୀ ପଟୁକା ନିର୍ମିତ ଡଙ୍ଗା ବା ନୌକାକୁ ଯେ କୌଣସି ଜଳାଶ୍ରୟରେ ଭସାଇ କହନ୍ତି – ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର।
ସମଗ୍ର ଓଡ଼ିଶାରେ କାର୍ତ୍ତିକ ମାସକୁ ଧର୍ମ ମାସ ହିସାବରେ ଗଣାଯାଏ ଓ ପୂରା ମାସ ଯାକ ନିରାମିଷ ସମସ୍ତେ ଭୋଜନ କରନ୍ତି। ପୂର୍ବେ ସେହି ସମୟରେ ଏକାବେଳେ ଶହ ଶହ ବୋଇତ ଓଡ଼ିଶାରେ ଉତ୍ପନ୍ନ ସାମଗ୍ରୀ ନେଇ ଦୂର ବିଦେଶକୁ ବିକ୍ରି ପାଇଁ ଯାଉଥିବାର ଐତିହାସିକ ପ୍ରମାଣ ମିଳେ। ବିଦେଶକୁ ସାଧବ ପୁଅଙ୍କ ବୋଇତ ଯାତ୍ରା ବନ୍ଦ ହୋଇଯିବା ପରେ ନୌବାଣିଜ୍ୟର ସ୍ମୃତି ରକ୍ଷା ଲାଗି ବାଲିଯାତ୍ରା ଆୟୋଜିତ ହେଉଛି। ହେଲେ ବାଲିଯାତ୍ରାର ଅସଲ ଉଦ୍ଦେଶ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଯାଇଛି। ବାଲିଯାତ୍ରାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ବାଲି ଦେଶକୁ ଯାତ୍ରା ଅର୍ଥାତ୍‌ ଓଡ଼ିଶାର ଉତ୍ପାଦ ନେଇ ସେହି ଦେଶରେ ବିକ୍ରି କରିବା। ଏବେ ସେମିତି ଆମର ଉତ୍ପାଦ ବାହାର ରାଜ୍ୟରେ କିମ୍ବା ବାହାର ଦେଶରେ ବିକ୍ରି କରିବାର ବ୍ୟବସ୍ଥା ତ କରିପାରିବା । ଏହା କଲେ ଆମ କାରିଗର ବା ଉତ୍ପାଦନକାରୀଙ୍କ ଆର୍ଥିକ ପ୍ରଗତି ହେବ ଓ ଆମେ ଆମର ବେରୋଜଗାରି ଦୂର କରିବାରେ ସକ୍ଷମ ହେବା। ଯେପରି ଆମର ସାଧବ ପୁଅ ବାଲିଯାତ୍ରା ମାଧ୍ୟମରେ ଓଡ଼ିଶାରେ ଉତ୍ପନ୍ନ ହେଉଥିବା ସାମଗ୍ରୀକୁ ବାଲି, ଜାଭା, ସୁମାତ୍ରା, କାମ୍ବୋଡିଆ ଓ ଭିଏତ୍‌ନାମ ଦେଶରେ ବିକ୍ରି କରି ଆମ ରାଜ୍ୟକୁ ପ୍ରଚୁର ଧନ ରତ୍ନ ବୋହି ଆଣୁଥିଲେ, ଆମକୁ ବାଲିଯାତ୍ରାର ନାମ ସାର୍ଥକ କରିବା ପାଇଁ ସେପରି କରିବାକୁ ପଡ଼ିବ। ଅର୍ଥାତ୍‌ ଓଡ଼ିଶାର ଉତ୍ପାଦିତ ସାମଗ୍ରୀକୁ ନେଇ ବାଲିଯାତ୍ରା ପ୍ରଦର୍ଶନୀ ମାଧ୍ୟମରେ ବାଲି, ଜାଭା, ସୁମାତ୍ରା ଓ ଅନ୍ୟାନ୍ୟ ଦେଶରେ ବିକ୍ରିକରି ଆମର ଉତ୍ପାଦନକାରୀଙ୍କ ଆର୍ଥିକ ପ୍ରଗତିରେ ସହାୟତା କରିବାକୁ ପଡ଼ିବ। ବାଲିଯାତ୍ରା ମାଧ୍ୟମରେ ଆମେ ଆମର ସାମଗ୍ରୀକୁ ଭାରତର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ବିକ୍ରି କରିବାର ସୁଯୋଗ ସୃଷ୍ଟି କରିବା। ଏହାଦ୍ୱାରା ଆମେ ତିନୋଟି ଲାଭ ପାଇପାରିବା। ପ୍ରଥମଟି ଆମ ରାଜ୍ୟର ସାମଗ୍ରୀକୁ ଆମେ ଅନ୍ୟ ଦେଶ ବା ରାଜ୍ୟରେ ବିକ୍ରି କରି ଆମର ଉତ୍ପାଦନକାରୀଙ୍କୁ ପ୍ରଚୁର ଲାଭ ଦେବା। ଆମ ରାଜ୍ୟକୁ ବିଭିନ୍ନ ସାମଗ୍ରୀର ଉତ୍ପାଦନ ପେଣ୍ଠସ୍ଥଳୀ କରି ତା’ ମାଧ୍ୟମରେ ବେରୋଜଗାରି ଦୂର କରିବା। ଅନ୍ୟ ରାଜ୍ୟ ଓ ବିଦେଶରେ ବାଲିଯାତ୍ରା ନାମର ପ୍ରଚାର ପ୍ରସାର ଦ୍ୱାରା ଆମର ଐତିହ୍ୟ, ସାହସିକତା ଓ ପ୍ରାଚୀନତାକୁ ଓଡ଼ିଶା ବାହାରେ ପ୍ରଚାର କରି ଓଡ଼ିଆଙ୍କ ସ୍ବାଭିମାନ ବୃଦ୍ଧି କରିବା। ବିଶେଷ କରି ଆମକୁ ଅନ୍ୟ ରାଜ୍ୟର ବଡ଼ ବଡ଼ ସହରଗୁଡ଼ିକରେ ବାଲିଯାତ୍ରା ପ୍ରଦର୍ଶନୀ ଆୟୋଜନ କରିବାପାଇଁ ସରକାରୀ ସ୍ତରରେ ବ୍ୟୟବ୍ୟବସ୍ଥା କରିବାକୁ ପଡ଼ିବ। ଏହି ପ୍ରଦର୍ଶନୀରେ କେବଳ ଓଡ଼ିଶାର ଉତ୍ପାଦିତ (କାରିଗରି, ହସ୍ତଶିଳ୍ପ, କୃଷିଜାତ ପଦାର୍ଥ ଇତ୍ୟାଦି ସାମଗ୍ରୀ ବିକ୍ରି ହେବାର ବ୍ୟବସ୍ଥା କଲେ, ଆମର ଉତ୍ପାଦନକାରୀ ନିଶ୍ଚିତ ରୂପେ ଲାଭବାନ ହେବେ ଓ ଆମର ବେକାରି ସମସ୍ୟା ମଧ୍ୟ ଦୂରୀଭୂତ ହେବ। ବିଦେଶ କଥା ଛାଡ଼ନ୍ତୁ, ଆମ ଦେଶର ଅନ୍ୟାନ୍ୟ ରାଜ୍ୟର ଲୋକମାନେ ମଧ୍ୟ ଓଡ଼ିଶା ପ୍ରାଚୀନ ନୌବାଣିଜ୍ୟର ଜନକ ବୋଲି ଜାଣି ନାହାନ୍ତି। ଏହି ସତ୍ୟକୁ ଆମକୁ ବିଶ୍ୱ ସମ୍ମୁଖକୁ ଆଣିବାକୁ ପଡ଼ିବ। ବାଲିଯାତ୍ରା ଓଡ଼ିଶା ବାହାରେ ପ୍ରଚାରିତ ହେଲେ ଆମର ଐତିହ୍ୟ, ସାହସିକତା, ପ୍ରାଚୀନତା ବିଷୟରେ ଅନ୍ୟମାନେ ଅବଗତ ହେବେ ଓ ଓଡ଼ିଆଙ୍କ ପ୍ରତି ବିଶ୍ୱବାସୀଙ୍କ ସମ୍ମାନ ବୃଦ୍ଧି ପାଇବ ।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
ଭୁବନେଶ୍ୱର, ଓଡ଼ିଶା
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?