ନୌବାଣିଜ୍ୟ ଓ ଓଡ଼ିଶା

ଡ. ପ୍ରମୋଦ କୁମାର ପଣ୍ଡା

କରୋନା ମହାମାରୀ ପାଇଁ ଏବର୍ଷ କଟକ ବାଲିଯାତ୍ରା ହେବ ନାହିଁ। ଏହି ବାଲିଯାତ୍ରା ଓ ନୌବାଣିଜ୍ୟର ଅନେକ ବିଶେଷତ୍ୱ ରହିଛି, ଯାହା କି ଉତ୍କଳୀୟଙ୍କ ପାଇଁ ଗୌରବର ବିଷୟ। ନୂତନ ପିଢ଼ି ବାଲିଯାତ୍ରାର ପ୍ରକୃତ ଅର୍ଥ ଜାଣିବା ନିତାନ୍ତ ଆବଶ୍ୟକ। ତା’ ହେଲେ ପ୍ରଶ୍ନ ଉଠେ ଯେ ଏହି ବାଲିଯାତ୍ରା କ’ଣ ଏକ ଯାତ୍ରା, ମେଳା ନା ଏକ ସାଂସ୍କୃତିକ ସମନ୍ବୟନ ନା ଏକ ବ୍ୟବସାୟିକ ମିଳନ।
ଉପରୋକ୍ତ ୪ଟି ମଧ୍ୟରୁ ଏହା କେଉଁଟି ବି ନୁହେଁ।
ତା’ ହେଲେ ବାଲିଯାତ୍ରାର ପ୍ରକୃତ ଅର୍ଥ କ’ଣ? ବାଲିଯାତ୍ରାର ପ୍ରକୃତ ଅର୍ଥ ହେଲା – Voyage to Bali କିମ୍ବା Journey to Bali।sland of।ndonesia। ଅର୍ଥାତ୍‌ କଟକର ମହାନଦୀର ଏହି ଗଡ଼ଗଡ଼ିଆ ଘାଟରୁ ପ୍ରାଚୀନ ଉତ୍କଳ ସାଧବ ପୁଅମାନେ କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶାରୁ ଉତ୍ପନ୍ନ ସାମଗ୍ରୀକୁ ବୋଇତରେ ଲଦି ସୁଦୂର ବାଲି, ଜାଭା, ସୁମାତ୍ରା ଆଦି ଦୀପକୁ ବିକ୍ରି କରିବାକୁ ଯାଉଥିଲେ। ସେଠାରେ ସେଗୁଡ଼ିକ ବିକ୍ରିକରି ଆମ ରାଜ୍ୟକୁ ପ୍ରଚୁର ପରିମାଣରେ ଧନ ରତ୍ନ ବୋହି ଆଣୁଥିଲେ। ସେମାନଙ୍କୁ ବିଦାୟ ଦେବାପାଇଁ ସେମାନଙ୍କ ପତ୍ନୀ ଓ ଆତ୍ମୀୟସ୍ବଜନ ଉପବାସ ବ୍ରତ କରୁଥିଲେ ଓ ସେମାନଙ୍କର ଶୁଭଯାତ୍ରା କାମନା କରୁଥିଲେ। ଆଜି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରତ୍ୟେକ ଓଡ଼ିଆବାସୀ କାଗଜ, ସୋଲ ଓ କଦଳୀ ପଟୁକା ନିର୍ମିତ ଡଙ୍ଗା ବା ନୌକାକୁ ଯେ କୌଣସି ଜଳାଶ୍ରୟରେ ଭସାଇ କହନ୍ତି – ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର।
ସମଗ୍ର ଓଡ଼ିଶାରେ କାର୍ତ୍ତିକ ମାସକୁ ଧର୍ମ ମାସ ହିସାବରେ ଗଣାଯାଏ ଓ ପୂରା ମାସ ଯାକ ନିରାମିଷ ସମସ୍ତେ ଭୋଜନ କରନ୍ତି। ପୂର୍ବେ ସେହି ସମୟରେ ଏକାବେଳେ ଶହ ଶହ ବୋଇତ ଓଡ଼ିଶାରେ ଉତ୍ପନ୍ନ ସାମଗ୍ରୀ ନେଇ ଦୂର ବିଦେଶକୁ ବିକ୍ରି ପାଇଁ ଯାଉଥିବାର ଐତିହାସିକ ପ୍ରମାଣ ମିଳେ। ବିଦେଶକୁ ସାଧବ ପୁଅଙ୍କ ବୋଇତ ଯାତ୍ରା ବନ୍ଦ ହୋଇଯିବା ପରେ ନୌବାଣିଜ୍ୟର ସ୍ମୃତି ରକ୍ଷା ଲାଗି ବାଲିଯାତ୍ରା ଆୟୋଜିତ ହେଉଛି। ହେଲେ ବାଲିଯାତ୍ରାର ଅସଲ ଉଦ୍ଦେଶ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଯାଇଛି। ବାଲିଯାତ୍ରାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ବାଲି ଦେଶକୁ ଯାତ୍ରା ଅର୍ଥାତ୍‌ ଓଡ଼ିଶାର ଉତ୍ପାଦ ନେଇ ସେହି ଦେଶରେ ବିକ୍ରି କରିବା। ଏବେ ସେମିତି ଆମର ଉତ୍ପାଦ ବାହାର ରାଜ୍ୟରେ କିମ୍ବା ବାହାର ଦେଶରେ ବିକ୍ରି କରିବାର ବ୍ୟବସ୍ଥା ତ କରିପାରିବା । ଏହା କଲେ ଆମ କାରିଗର ବା ଉତ୍ପାଦନକାରୀଙ୍କ ଆର୍ଥିକ ପ୍ରଗତି ହେବ ଓ ଆମେ ଆମର ବେରୋଜଗାରି ଦୂର କରିବାରେ ସକ୍ଷମ ହେବା। ଯେପରି ଆମର ସାଧବ ପୁଅ ବାଲିଯାତ୍ରା ମାଧ୍ୟମରେ ଓଡ଼ିଶାରେ ଉତ୍ପନ୍ନ ହେଉଥିବା ସାମଗ୍ରୀକୁ ବାଲି, ଜାଭା, ସୁମାତ୍ରା, କାମ୍ବୋଡିଆ ଓ ଭିଏତ୍‌ନାମ ଦେଶରେ ବିକ୍ରି କରି ଆମ ରାଜ୍ୟକୁ ପ୍ରଚୁର ଧନ ରତ୍ନ ବୋହି ଆଣୁଥିଲେ, ଆମକୁ ବାଲିଯାତ୍ରାର ନାମ ସାର୍ଥକ କରିବା ପାଇଁ ସେପରି କରିବାକୁ ପଡ଼ିବ। ଅର୍ଥାତ୍‌ ଓଡ଼ିଶାର ଉତ୍ପାଦିତ ସାମଗ୍ରୀକୁ ନେଇ ବାଲିଯାତ୍ରା ପ୍ରଦର୍ଶନୀ ମାଧ୍ୟମରେ ବାଲି, ଜାଭା, ସୁମାତ୍ରା ଓ ଅନ୍ୟାନ୍ୟ ଦେଶରେ ବିକ୍ରିକରି ଆମର ଉତ୍ପାଦନକାରୀଙ୍କ ଆର୍ଥିକ ପ୍ରଗତିରେ ସହାୟତା କରିବାକୁ ପଡ଼ିବ। ବାଲିଯାତ୍ରା ମାଧ୍ୟମରେ ଆମେ ଆମର ସାମଗ୍ରୀକୁ ଭାରତର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ବିକ୍ରି କରିବାର ସୁଯୋଗ ସୃଷ୍ଟି କରିବା। ଏହାଦ୍ୱାରା ଆମେ ତିନୋଟି ଲାଭ ପାଇପାରିବା। ପ୍ରଥମଟି ଆମ ରାଜ୍ୟର ସାମଗ୍ରୀକୁ ଆମେ ଅନ୍ୟ ଦେଶ ବା ରାଜ୍ୟରେ ବିକ୍ରି କରି ଆମର ଉତ୍ପାଦନକାରୀଙ୍କୁ ପ୍ରଚୁର ଲାଭ ଦେବା। ଆମ ରାଜ୍ୟକୁ ବିଭିନ୍ନ ସାମଗ୍ରୀର ଉତ୍ପାଦନ ପେଣ୍ଠସ୍ଥଳୀ କରି ତା’ ମାଧ୍ୟମରେ ବେରୋଜଗାରି ଦୂର କରିବା। ଅନ୍ୟ ରାଜ୍ୟ ଓ ବିଦେଶରେ ବାଲିଯାତ୍ରା ନାମର ପ୍ରଚାର ପ୍ରସାର ଦ୍ୱାରା ଆମର ଐତିହ୍ୟ, ସାହସିକତା ଓ ପ୍ରାଚୀନତାକୁ ଓଡ଼ିଶା ବାହାରେ ପ୍ରଚାର କରି ଓଡ଼ିଆଙ୍କ ସ୍ବାଭିମାନ ବୃଦ୍ଧି କରିବା। ବିଶେଷ କରି ଆମକୁ ଅନ୍ୟ ରାଜ୍ୟର ବଡ଼ ବଡ଼ ସହରଗୁଡ଼ିକରେ ବାଲିଯାତ୍ରା ପ୍ରଦର୍ଶନୀ ଆୟୋଜନ କରିବାପାଇଁ ସରକାରୀ ସ୍ତରରେ ବ୍ୟୟବ୍ୟବସ୍ଥା କରିବାକୁ ପଡ଼ିବ। ଏହି ପ୍ରଦର୍ଶନୀରେ କେବଳ ଓଡ଼ିଶାର ଉତ୍ପାଦିତ (କାରିଗରି, ହସ୍ତଶିଳ୍ପ, କୃଷିଜାତ ପଦାର୍ଥ ଇତ୍ୟାଦି ସାମଗ୍ରୀ ବିକ୍ରି ହେବାର ବ୍ୟବସ୍ଥା କଲେ, ଆମର ଉତ୍ପାଦନକାରୀ ନିଶ୍ଚିତ ରୂପେ ଲାଭବାନ ହେବେ ଓ ଆମର ବେକାରି ସମସ୍ୟା ମଧ୍ୟ ଦୂରୀଭୂତ ହେବ। ବିଦେଶ କଥା ଛାଡ଼ନ୍ତୁ, ଆମ ଦେଶର ଅନ୍ୟାନ୍ୟ ରାଜ୍ୟର ଲୋକମାନେ ମଧ୍ୟ ଓଡ଼ିଶା ପ୍ରାଚୀନ ନୌବାଣିଜ୍ୟର ଜନକ ବୋଲି ଜାଣି ନାହାନ୍ତି। ଏହି ସତ୍ୟକୁ ଆମକୁ ବିଶ୍ୱ ସମ୍ମୁଖକୁ ଆଣିବାକୁ ପଡ଼ିବ। ବାଲିଯାତ୍ରା ଓଡ଼ିଶା ବାହାରେ ପ୍ରଚାରିତ ହେଲେ ଆମର ଐତିହ୍ୟ, ସାହସିକତା, ପ୍ରାଚୀନତା ବିଷୟରେ ଅନ୍ୟମାନେ ଅବଗତ ହେବେ ଓ ଓଡ଼ିଆଙ୍କ ପ୍ରତି ବିଶ୍ୱବାସୀଙ୍କ ସମ୍ମାନ ବୃଦ୍ଧି ପାଇବ ।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
ଭୁବନେଶ୍ୱର, ଓଡ଼ିଶା
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri