ଆତ୍ମହତ୍ୟା କଲେ ପୁଣି ଜଣେ ଲୋକପ୍ରିୟ ଅଭିନେତା

ମରାଠୀ ଅଭିନେତା ଆଶୁତୋଷ ଭାକରେ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା। ମହାରାଷ୍ଟ୍ରର ନାନ୍ଦେଡରେ ଥିବା ତାଙ୍କ ଘରେ ଆଶୁତୋଷ ଫାଶୀ ଦେଇତବବା ସୂଚନା ମିଳିଛି। ପୋଲିସର ସୂଚନାନୁସାରେ, ଆଶୁତୋଷଙ୍କ ମୃତଦେହ ନନ୍ଦେଡରେ ଥିବା ତାଙ୍କ ବଙ୍ଗଳାରେ ଝୂଲୁଥିବା ଦେଖିବାକୁ ମିଳିଥିଲା। ଏକ ମାସ ପୂର୍ବରୁ ଆଶୁତୋଷ ନାନ୍ଦେଡକୁ ଆସିଥିଲେ। ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଆଶୁତୋଷଙ୍କ ମୃତ୍ୟୁକୁ ନେଇ ସହିତ ଶୋକର ଲହରୀ ଖେଳିଯାଇଛି। ସେ ହଠାତ୍‌ ଆତ୍ମହତ୍ୟା କରିବାକୁ ନେଇ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଶୁତୋଷ କାହିଁକି ଏତେ ବଡ ପଦକ୍ଷେପ ନେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଶୁତୋଷ ଫିଲ୍ମ ଏବଂ ଟିଭି ଅଭିନେତ୍ରୀ ମୟୂରୀ ଦେଶମୁଖଙ୍କ ସ୍ବାମୀ ଥିଲେ। ୨୦୧୬ଜାନୁୟାରୀ ୨୧ରେ ମୟୂରୀ ଏବଂ ଆଶୁତୋଷ ବିବାହ କରିଥିଲେ। ଉଭୟଙ୍କ ବନ୍ଧନ ବେଶ୍‌ ଥିଲା। ନନ୍ଦେଡାର ଗଣେଶ ନାଗର ଅଞ୍ଚଳରେ ତାଙ୍କର ଏକ ବଙ୍ଗଳା ଥିଲା। କିଛି ଦିନ ପୂର୍ବରୁ ଦୁହେଁ ନିଜ ଘରକୁ ଆସିଥିଲେ। ଆଶୁତୋଷ ଇଣ୍ଡଷ୍ଟ୍ରିରେ ଜଣେ ଲୋକପ୍ରିୟ ଅଭିନେତା ଥିଲେ। ସେ ଇଚାର୍‌ ଥର୍ଲା ପାକ୍କା ନାମକ ଏକ ଚଳଚ୍ଚିତ୍ର କରିଥିଲେ। ଏହି ଚଳଚ୍ଚିତ୍ରଟି ହିଟ୍‌ ହୋିଥିଲା। ମୟୂର ମଧ୍ୟ ମରାଠୀ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସେ ସିରିଏଲ ଖୁଲଟା କାଲି ଖୁଲେନା ଜରିଆରେ ଘରେ ଘରେ ପରିଚିତ ହୋଇଥିଲେ।
ସୂଚନାଯୋଗ୍ୟ, ନିକଟରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମି ନାହିଁ। ସେ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ପୋଲିସ ତଦନ୍ତୁ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ୮୩ ହଜାର ଟଙ୍କା ସହାୟତା ମାଗିଲେ ପ୍ରଶଂସକ, ଆଉ ତା’ପରେ

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କିଛି ତାରକା କେବଳ ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ପ୍ରଭାବିତ କରନ୍ତି ନାହିଁ, ବାସ୍ତବ ଜୀବନରେ କିଛି ଅନୁକମ୍ପାମୂଳକ କାର୍ଯ୍ୟ କରି...

‘ଅନୁପମା’ ଫେମ୍‌ କରୋନା ପଜିଟିଭ: ଘର ବାହାରେ ଜନ୍ମଦିନ ପାଳନ କଲେ ପରିବାର ଲୋକେ

ମୁମ୍ବାଇ,୬।୪: ଟେଲି ଜଗତର ବେଶ୍‌ ପପୁଲାର ଶୋ’ ‘ଅନୁପମା’ ଫେମ୍‌ ରୁପାଲୀ ଗାଙ୍ଗୁଲୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ହୋମ୍‌...

‘ମୁସ୍କୁରାଏଗା ଇଣ୍ଡିଆ’ ଗୀତକୁ ପ୍ରଶଂସା

ମୁମ୍ବାଇ: କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଭୂତାଣୁ ସହ ଲଢ଼େଇ କରିବା ଲାଗି ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ...

ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିସାରିଛି ଏହିସବୁ ପୁରସ୍କାର

ହିନ୍ଦୀ ସିନେମା ଜଗତର ବିଗ ବି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ। ଜୀବନବ୍ୟାପୀ ସାଧନା ପାଇଁ...

୪୭ ବର୍ଷରେ ବି ଫିଟ୍‌ ଅଛନ୍ତି ମଲାଇକା: ଏଥିପାଇଁ କରିଥାନ୍ତି ଏସବୁ…

ନିଜର ଫିଟ୍‌ନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ମଲାଇକା ଆରୋରା ଇତିମଧ୍ୟରେ ୪୭ ବର୍ଷର ହୋଇସାରିଛନ୍ତି। ୨୩ ଅକ୍ଟୋବର, ୧୯୭୩ରେ ମହାରାଷ୍ଟ୍ରର ଥାନେରେ ଜନ୍ମଗ୍ରହଣ...

କପି ପେଷ୍ଟ କରି ପୁଣି ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍‌ର କେତେଜଣ ନାୟିକା ବୋଲ୍ଡନେସ୍‌ ପାଇଁ ବେଶ୍‌ ପରିଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉର୍ବଶୀ ରୌତେଲା ଅନ୍ୟତମ। ଏହି ଅଭିନେତ୍ରୀ ମଧ୍ୟ ଅନେକ...

ଖୁସିରେ ବିଭୋର ଜ୍ୟାକଲିନ

ମୁ୍‌ମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ ଫର୍ନାଡିଜଙ୍କ ଖୁସି କହିଲେ ନ ସରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକାଙ୍କର ଫଲୋର‌୍ୟସ ସଂଖ୍ୟା ଏବେ...

ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ୧୮ ଦିନରେ ୯ ଶହ କିମି ଚାଲି ମୁମ୍ବାଇରେ ପହଞ୍ଚିଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଫଟୋ ଶେୟାର

ମୁମ୍ବାଇ,୧।୯: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ଜଣେ ଯୁବକ ୧୮ ଦିନରେ ୯ ଶହ କିଲୋମିଟର ପାଦରେ ଚାଲି ଚାଲି ମୁମ୍ବାଇ ପହଞ୍ଚିଛନ୍ତି।...

Advertisement
Seven Jackpot


Archives

Model This Week