Posted inଖେଳ

ମରାଠା ଏକାଦଶ ଭଞ୍ଜ ଟ୍ରଫି ଚାମ୍ପିଅନ

ଭଞ୍ଜନଗର,୩୦ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ୍‌ ପଡ଼ିଆରେ ଚାଲିଥିବା ଭଞ୍ଜ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ୍‌ ରବିବାର ସୁନ୍ଦରଗଡ଼ ଦୋସ୍ତି ଫୁଟବଲ
କ୍ଲବକୁ ଭଞ୍ଜନଗର ମରାଠା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମରାଠା ଏକାଦଶ ୩-୧ ଗୋଲରେ ଚାମ୍ପିଅନ ହୋଇଛି। ମରାଠା ଏକାଦଶ ଏକପାଖିଆ ଭାବେ ବିଜୟୀ ହୋଇଛି। ଏଥିସହ ଶ୍ରେଷ୍ଠ ଗୋଲ କିପର ସୁନ୍ଦରଗଡର ବିଷ୍ଠୁ, ଶ୍ରେଷ୍ଠ ଡିଫେଣ୍ଡର ଖେଳାଳି ମରାଠା ଏକାଦଶର ସିପୁ , ମ୍ୟାନ ଅଫ ଦି ମ୍ୟାଚ ମରାଠା ଏକାଦଶର ଜଳିଆ, ମ୍ୟାନ ଅଫ୍‌ ଟୁର୍ନାମେଣ୍ଟ ସୁନ୍ଦରଗଡ଼ର ଆକାଶ ଓରାମଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବିତରଣ ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଦଳକୁ ୫୫ ହଜାର ୫୫୫ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।

ସେହିଭଳି ରନର୍ସ ଅପ୍‌ ସୁନ୍ଦରଗଡ଼ ଦଳକୁ ୩୩ ହଜାର ୩୩୩ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ଘୁମୁସର ମାଟି ବହୁ ଆଗକୁ ଯାଇଥିଲା। ପୂର୍ବତନ ବାଚସ୍ପତି ସ୍ବର୍ଗତ ସୋମନାଥ ରଥଙ୍କ ଏଥିପ୍ରତି ଅବଦାନ ବିଶେଷ ଥିଲା। ବର୍ତ୍ତମାନ ଘୁମୁସର ମାଟିର କ୍ରୀଡ଼ାର ବିକାଶ ଦାୟିତ୍ୱ ମୁଁ ବିଧାୟକ ନିର୍ବାଚିତ ହେବାପରେ ନେଇଛି। ଆଗାମୀ ଦିନରେ ଏହି ଖେଳ ପଡିଆର ବିକାଶ ମଧ୍ୟ କରାଯିବ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ଏସ୍‌ଡି ପି ଓ ଡା ଦୀପକ କୁମାର ମିଶ୍ର, ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ଭଞ୍ଜ ଟ୍ରଫି ଆୟୋଜକ କମିଟିର ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସୁଶାନ୍ତ ବେହେରା ସଂଯୋଜନା କରିଥିଲେ। ଆଜିର ମ୍ୟାଚ୍‌ରେ ରେଫରୀ ଶିବ ଶଙ୍କର ପଣ୍ଡା ଥିବା ବେଳେ ଲାଇନ୍ସ ମ୍ୟାନ ରୋଷନ ଖାନ, ସୁଜିତ୍‌ ରାଜହଂସ, ଦିଲୀପ କୁମାର ରାଉତ, ବିଚିତ୍ର ଜେନା ଥିଲେ। ପି. ରମେଶ ମ୍ୟାଚ କମିଶନର ଥିଲେ। ଏହି ଅବସରରେ ଅଞ୍ଚଳର ବରିଷ୍ଠ ଫୁଟବଲ ଖେଳାଳି ମିଲନ ବେହେରା, ସୁଧିର କୁମାର ବେହେରା, ପି. ଆନନ୍ଦ ରାଓ, ବିଚିତ୍ର ଜେନା, ଗଣେଶ ବାହାଦୂର, ରାଧା କାନ୍ତ ନାୟକ, ସୁବାସ ଚନ୍ଦ୍ର ଗୌଡ଼, ପି କାର୍ତ୍ତିକ ରାଓ, ଦିଲୀପ କୁମାର ବେହେରା, ଗୌରୀ ମହାରଣା, ରମେଶ ବେହେରା, ବାବୁ ମହାନ୍ତି, ଏ ନାରାୟଣ, ଏ. କ୍ରିଷ୍ଣା, ଉଷାକାନ୍ତ ପଟ୍ଟନାୟକ, ଶରତ କୁମାର ମହାନ୍ତି, ବାବୁ ମହାନ୍ତି, କୁଲୁ ସାମନ୍ତ, ଆଶିଷ ସେଠୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri