ମୌଳିକ ସୁବିଧାରୁ ବଞ୍ଚିତ ମାରାଣ୍ଡି ଗ୍ରାମବାସୀ

ପାରଳାଖେମୁଣ୍ଡି,୧ା୪ (ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମ୍ବାଣ ପଞ୍ଚାୟତ ଅନ୍ତର୍ଗତ ମାରାଣ୍ଡି ଗ୍ରାମବାସୀ ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ। ସରକାରୀ ଯୋଜନା ଏହି ଦୁର୍ଗମ ଅପହଞ୍ଚ ଗ୍ରାମବାସୀଙ୍କ ପାଇଁ ସାତ ସପନ। ଗ୍ରାମକୁ ଯିବାକୁ ରାସ୍ତା ନାହିଁ, ଘଞ୍ଚ ଜଙ୍ଗଲ ଭରା ଖାଲ ଖମା ରାସ୍ତା। ଗ୍ରାମରେ ୨୦୦ରୁ ଉଦ୍ଧର୍‌ବ ପରିବାର ରହୁଛନ୍ତି। ଏହି ଗ୍ରାମରେ ସରକାରଙ୍କ କୌଣସି ଯୋଜନା ପହଞ୍ଚି ପାରୁନାହିଁ। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ଏଠାରେ ରାସ୍ତା ଖଣ୍ଡେ ନାହିଁ। ଛାତ୍ରୀଛାତ୍ର ମଧ୍ୟ ସ୍କୁଲ ଯିବାକୁ ଅସୁବିଧା ଅନୁଭବ କରୁଛନ୍ତି। ଏଠାରେ ପିଇବା ପାଣି ନାହିଁ। ଯେଉଁ ନଳକୂପ ରହିଛି ତାହା କାମ କରୁନାହିଁ। ନିର୍ବାଚନ ପୂର୍ବରୁ ନେତା ମନ୍ତ୍ରୀ ଆସି ଲୋକଙ୍କୁ ଭୁଆଁ ବୁଲାଇ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ମିଛ ପ୍ରତିଶ୍ରୁତି ଦେବା ସହ ନିର୍ବାଚନ ପରେ ସେମାନଙ୍କ ଆଉ ଦେଖା ମିଳୁନାହିଁ ବୋଲି ଗ୍ରାମର ମିକଲ ଦଳବେହେରା, ବିନତି ଗମାଙ୍ଗ, ଅନିଲ କାର୍ଜି, ମାନୁଏଲ ଗମାଙ୍ଗ ପ୍ରମୁଖ କହିଛନ୍ତି। ଚଳିତ ନିର୍ବାଚନ ପୂର୍ବରୁ ଯଦି ଏହାର ସମାଧାନ ନହୁଏ ତାହାହେଲେ ନେତାଙ୍କୁ ଗ୍ରାମରେ ପୁରାଇ ଦେବୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଖରା ଦିନରେ ଗ୍ରାମରେ ଥିବା କୂପଗୁଡିକ ମଧ୍ୟ ଶୁଖି ଯାଇଥିବା କହିଛନ୍ତି ଗ୍ରାମବାସୀ। ବସୁଧା ଯୋଜନାରେ ଘରେ ଘରେ ଜଳ ଯୋଜନା ଅପହଞ୍ଚ ଥିବା ଯୋଗୁ ଲୋକେ ନିଜ ନିଜ ଟଙ୍କା ଖର୍ଚ୍ଚ କରି ପାଣିଟାଙ୍କି ନିର୍ମାଣ କରିଛନ୍ତି। ମାତ୍ର ସେହି ପାଣିଟାଙ୍କି ସମସ୍ତଙ୍କ ଘରେ ନାହିଁ। ଗ୍ରାମରେ ଦୁଇଟି କୂଅ ରହିଛି। ମାତ୍ର ତାହା ଗ୍ରୀଷ୍ମ ଆରମ୍ଭରୁ ଶୁଖିଯାଉଛି। ଫଳରେ ସ୍ଥାନୀୟ ଲୋକେ ଚୁଆ ପାଣି ଆଣିବା ପାଇଁ ସେହି ମାଟି ରାସ୍ତାରେ ବହୁ ଦୂର ଯାଇ ପାଣି ଅଣୁଥିବା କହିଛନ୍ତି ଗ୍ରାମବାସୀ। ଆମ୍ବୁଲାନ୍ସ ନ ପହଞ୍ଚତ୍ପାରୁ ଥିବାରୁ ଗର୍ଭବତୀ ମହିଳାମାନଙ୍କୁ ଖଟିଆରେ ବୋହି ନେଉଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ବହୁବାର ଲିଖିତ ଅଭିଯୋଗ କରିଛନ୍ତି। ହେଲେ ପ୍ରଶାସନ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ କହିଛନ୍ତି। ତେଣୁ ଚଳିତ ବର୍ଷ ଭୋଟ ଦେବୁନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ସ୍ଥାନୀୟ ସରପଞ୍ଚ ବୟାଜ ଗମାଙ୍ଗ କହିଛନ୍ତି, ଗତ ଦୁଇ ବର୍ଷ ହେଲା ସେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଛନ୍ତି, କିନ୍ତୁ କିଛି ବି ସୁଫଳ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri