Posted inଫୁରସତ

ପଥରରେ ଗୁପ୍ତ ଟ୍ରେଜର ନକ୍ସା

ପ୍ୟାରିସ୍‌: ନିକଟରେ ବୈଜ୍ଞାନିକମାନେ ୪ହଜାର ବର୍ଷ ପୁରୁଣା ଏକ ରହସ୍ୟମୟ ପଥର ବାବଦରେ କିଛି ତଥ୍ୟ ହାସଲ କରିଛନ୍ତି। ସେମାନଙ୍କ କହିବା କଥା କି, ପଥର ଉପରେ ହୋଇଥିବା କଳାକୃତି ପ୍ରକୃତରେ ଏକ ପ୍ରକାରର ଗୁପ୍ତ ଟ୍ରେଜର। ନକ୍ସା ଅଟେ। କାଂସ୍ୟ ଯୁଗର ଏହି ପଥର ସେଣ୍ଟ ବେଲାକ ସ୍ଲାବ୍‌ ନାମରେ ପରିଚିତ, ଯାହାକୁ ବୈଜ୍ଞାନିକମାନେ ୨୦୦୧ରେ ୟୁରୋପର ସବୁଠୁ ପୁରୁଣା ନକ୍ସା ବୋଲି କହିଥିଲେ। ସେବେଠାରୁ ବୈଜ୍ଞାନିକମାନେ ଏହି ନକ୍ସା ବାବଦରେ ଜାଣିବାକୁ ପ୍ରୟାସ କରୁଥିଲେ। ରିପୋର୍ଟ ମୁତାବକ, ବର୍ତ୍ତମାନ ବୈଜ୍ଞାନିକମାନେ ଫ୍ରାନ୍ସରେ ହଜିଯାଇଥିବା ପର୍ବତକୁ ଖୋଜିବାକୁ ଖଜାନା ନକ୍ସା ଭାବେ ବ୍ୟବହାର କରୁଛନ୍ତି। ୱେଷ୍ଟର୍ନ ବ୍ରିଟାନି ୟୁନିଭର୍ସିଟିର ପ୍ରଫେସର ୟବନ ପିଲାର କହିଛନ୍ତି, ପ୍ରତ୍ନତାତ୍ତ୍ୱିକ ସ୍ଥାନ ବାବଦରେ ଜାଣିବାକୁ ନକ୍ସା ଏକ ଉତ୍ତମ ମାଧ୍ୟମ। ଏଥିସହ ସେ କହିଛନ୍ତି, ଏହା ଏକ ଖଜାନାର ନକ୍ସା ଅଟେ। ତେବେ ଏହି ନକ୍ସା ବାବଦରେ ବୈଜ୍ଞାନିକଙ୍କୁ ଜାଣିବାକୁ ପ୍ରାୟ ୧୫ ବର୍ଷ ସମୟ ଲାଗିଯିବ। ଏହି ନକ୍ସା ୩୦ କିମି. ଲମ୍ବା ଓ ୨୧ କି.ମି. ଚଉଡ଼ା। ପଥରରେ ଛୋଟ ଛୋଟ ଗାତ ରହିଛି, ଯାହା କବର ସ୍ଥାନ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। କିଛିଟା ଜିନିଷ ନଦୀ ଏବଂ ପାହାଡ଼କୁ ଦର୍ଶାଉଛି। ଏହି ପଥର ପ୍ରଥମଥର ୧୯୦୦ରେ ଖୋଜାଯାଇଥିଲା। ପରେ ସେ ଏକ ମହଲର ଷ୍ଟୋର ରୁମ୍‌ରେ ୨୦୧୭ ପର୍ଯ୍ୟନ୍ତ ପଡ଼ିରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri