୨୧ରେ ମାଓବାଦୀ ପାଳିବେ ପ୍ରତିଷ୍ଠା ଦିବସ: ବ୍ୟାନର ଲଗାଇ…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା, ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍‌କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଏକାଧିକ ସ୍ଥାନରେ ଗୁରୁବାର କେକେବିଏନ୍‌ ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାନର ଲଗାଯାଇଛି।

ଆସନ୍ତା ୨୧ ତାରିଖରେ ମାଓବାଦୀମାନେ ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିବେ। ଏହି ଅବସରରେ ବିପ୍ଳବୀଙ୍କୁ ଉତ୍ସାହିତ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି।

ଦୀର୍ଘ ଦିନପରେ କେକେବିଏନ୍‌ ମାଓବାଦୀ ସଙ୍ଗଠନର ଏହି ବ୍ୟାନର ଦେଖି ଅଞ୍ଚଳରେ ପୁଣି ଭୟ ସୃଷ୍ଟି ହୋଇଛି। ସେପଟେ କନ୍ଧମାଳ ପୋଲିସ୍‌ ପକ୍ଷରୁ ମାଓବାଦୀ ଦମନ ପାଇଁ ଜୋରଦାର୍‌ ପ୍ରଚେଷ୍ଟା ଚାଲିଥିବା ବେଳେ ଦୀର୍ଘଦିନ ପରେ ପୁଣି ଥରେ ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀ ସଙ୍ଗଠନର ନିଜର ସ୍ଥିତି ଜାହିର କରିଛି। ଏହା ପୋଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ପୋଡୁ ଚାଷବେଳେ ହଠାତ୍‌ ମାଡିଆସିଲା ଭୟଙ୍କର ବର୍ଷା, ପବନ: ଗଛ ମୂଳେ ଆଶ୍ରୟ ନେଇଥିବା ୩ ମହିଳାଙ୍କୁ ମାରିଲା ବିଜୁଳି

  ଥୁଆମୂଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଗ୍ରାମର ନୁନ ପାଣି ପାହାଡ଼ ନିକଟରେ ଆଜି ଏକ…

ଦିଗପହଣ୍ଡି ଏନଏସି ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଶୁଭାରମ୍ଭ; ନାଗରିକଙ୍କ ସହଭାଗିତା, ସଚେତନତା, ସୁଶାସନ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସହରରେ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏନଏସି କାର୍ଯ୍ୟାଳୟ ସମ୍ମିଳନୀ…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆସନ୍ତାକାଲି ଖୋଲିବନି ସ୍କୁଲ: ଏହି ୨ ଜିଲାରେ ବଢ଼ିଲା ଖରାଛୁଟି ଅବଧି

ଭୁବନେଶ୍ୱର, ୧୭।୬: ବଲାଙ୍ଗୀର ଜିଲାରେ ବଢ଼ିଲା ଖରାଛୁଟି ଅବଧି। ୨୦ ତାରିଖ ଯାଏ ଖରାଛୁଟି ଅବଧି ବଢ଼ିଛି। ତେବେ ୨୨ ତାରିଖରେ ବଲାଙ୍ଗୀରରେ ଶିକ୍ଷାନୁଷ୍ଠାନ ଖୋଲିବ। ପ୍ରବଳ…

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri