Advertisement

ଓଡ଼ିଶାରେ ମାଓବାଦୀ ହିଂସା କମିଛି

ଭୁବନେଶ୍ବର,୨୯ା୧୦(ବ୍ୟୁରୋ): ହରିୟାଣାର ସୂରଯକୁଣ୍ଡଠାରେ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆନୁକୂଲ୍ୟରେ ସମସ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କୁ ନେଇ ଚିନ୍ତନ ଶିବିର ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଓଡ଼ିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଜାତୀୟ ସଂହତି ଦୃଢ଼ୀଭୂତ କରିବାରେ ଓଡ଼ିଶାର ଅବଦାନ ଯଥେଷ୍ଟ ରହିଛି। ଆଭ୍ୟନ୍ତରୀଣ ନିରାପତ୍ତା ଓ ଆଇନଶୃଙ୍ଖଳା, ପୋଲିସ ବ୍ୟବସ୍ଥା, ବେସାମରିକ ପ୍ରତିରକ୍ଷା ଏବଂ ହୋମ୍‌ଗାର୍ଡ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସେ ତଥ୍ୟ ଉପସ୍ଥାପନ କରିଛନ୍ତି। ଓଡ଼ିଶା ବାମପନ୍ଥୀ ଉଗ୍ରବାଦ ଦମନ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିବା ସହ ମାଓବାଦୀ ହିଂସା କମ୍‌ ଥିବା ପ୍ରକାଶ କରିଛନ୍ତି। ପୋଲିସ ଗୁପ୍ତଚର ବ୍ୟବସ୍ଥା ଓ ନିରାପତ୍ତା ଦୃଢ଼ୀକରଣ ଯୋଗୁ ଏହା ସମ୍ଭବ ହୋଇପାରିଛି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଯୋଗୁ ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ସ୍ବାଭିମାନରେ ପରିଣତ ହୋଇଛି। ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା ଜିଲାରେ ଜଏଣ୍ଟ ଟାସ୍କ ଫୋର୍ସ ମୁତୟନ ହୋଇଛନ୍ତି। ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକତା ପ୍ରଦାନ କରାଯାଇଥିବା ମନ୍ତ୍ରୀ ବେହେରା କହିଛନ୍ତି। ଓଡ଼ିଶାର ପୋଲିସ ଆଧୁନିକୀକରଣ, ସମୁଦ୍ରତଟ ସୁରକ୍ଷା, ଆଭ୍ୟନ୍ତରୀଣ ଆଇନଶୃଙ୍ଖଳାର ସ୍ଥିତି ଓ ମହତ୍ତ୍ୱ ସମ୍ବନ୍ଧରେ କହିବା ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ ଅଫିସ, ୨୦।୫: ମଙ୍ଗଳବାର ସକାଳ ୯ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଦିନ ୧୧ଟାରେ ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ଏ ନେଇ...

ରାତି ପାହିଲେ ବାହୁଡ଼ା ଯାତ୍ରା, ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ

ପୁରୀ ଅଫିସ,୮।୭: ରାତି ପାହିଲେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ମହାପ୍ରଭୁ ଜନ୍ମବେଦୀ ଛାଡି ରତ୍ନବେଦୀକୁ ବାହୁଡିବେ। ଶୁକ୍ରବାର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ...

ହକି ଖେଳାଳି ନମିତା ଟୋପ୍ପୋ ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୮ା୧୧(ବ୍ୟୁରୋ)-ଅର୍ନ୍ତଜାତୀୟ ହକି ଖେଳାଳି ନମିତା ଟୋପ୍ପୋ ଚଳିତବର୍ଷ ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର। ତାଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।...

କାର୍ଯ୍ୟରେ ଯୋଗଦେଲେ ଟ୍ରାଫିକ ଡିସିପି ସାଗରିକା ନାଥ : ଟ୍ରାଫିକ୍‌ ବ୍ୟବସ୍ଥାରେ ଆସିବ ସୁଧାର

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ଭୁବନେଶ୍ୱରର ଟ୍ରାଫିକ ଡିସିପି ଭାବେ ରବିବାର କାର୍ଯ୍ୟରେ ଯୋଗଦେଇଛନ୍ତି ୨୦୧୬ ବ୍ୟାଚ୍‌ର ଓଡିଆ କ୍ୟାଡ୍‌ର ଆଇପିଏସ୍‌ ଅଫିସର ସାଗରିକା ନାଥ। ସେ କମିଶନରେଟ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୫୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୦୨, ପୁରୀରୁ ୧୮୫,...

ପ୍ରାଣୀ ଚିକିତ୍ସା ସାଙ୍ଗକୁ ଘାସଚାଷ

ବନ୍ତ,୨ ।୪(ସ୍ବ.ପ୍ର.) ପ୍ରାଣୀ ଚିକିତ୍ସା ସାଙ୍ଗକୁ ଘାସ ଚାଷ କରୁଛନ୍ତି। ସାମାଜିକ ସେବା ସହ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଅବିରତ ସେବା ଯୋଗାଇ ଆସୁଛନ୍ତି। ଏବେ...

ଅନ୍‌ଲାଇନ୍‌ରେ ଡିଏଲ୍‌, ଏଲ୍‌ଏଲ୍‌ ଆବେଦନ ବନ୍ଦ

କଟକ ଅଫିସ,୨୫ା୩: ନୂତନ ମୋଟର ଯାନ ଆଇନ୍‌ କଡ଼ାକଡ଼ି ଭାବେ ଲାଗୁ ହେବା ପରେ ରାଜ୍ୟର ପ୍ରାୟତଃ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ରେ ଲୋକମାନଙ୍କ ଭିଡ...

ଗ୍ରାହକ ସେବା ସର୍ବୋଚ୍ଚ ଲକ୍ଷ୍ୟ: ଶିଭମ୍‌ ହୋଣ୍ଡା

ପୁରୀ ଅଫିସ, ୨୦।୧୨:ପୁରୀ ଭିଆଇପି ରୋଡରେ ଥିବା ଶିଭମ୍‌ ହୋଣ୍ଡା ୪ର୍ଥ ବର୍ଷରେ ପଦାର୍ପଣ କରିଛି। ଗ୍ରାହକ ସେବାକୁ ସର୍ବୋଚ୍ଚ ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ହୋଣ୍ଡାର...

Advertisement
Archives

Model This Week