ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୩୧ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପୋଲିସ ଓ ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି।

ତଥ୍ୟ ଅନୁଯାୟୀ, ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ସାମଗ୍ରୀ ଥିବା ବିଶେଷ ସୂତ୍ରରୁ ଖବର ପାଇ ଜଡାମ୍ବ ଥାନା ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ତାବେର ଓ ଆରଲିଙ୍ଗପଡ଼ା ଜଙ୍ଗଲରେ ମାଲକାନଗିରି ପୋଲିସ ଓ ବିଏସ୍‌ଏଫ୍‌ ଯବାନମାନେ କମ୍ବିଂ ଅପରେଶନ କରିଥିଲେ। ଏହା ପରେ ଉକ୍ତ ଜଙ୍ଗଲର ଏକ ସ୍ଥାନରେ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଦେଖିବାକୁ ପାଇ ଏହାକୁ ଜବତ କରିଥିଲେ। ତେବେ ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ୬ଟି ଟିଫିନ୍‌ ବୋମା, ଦୁଇଟି ପ୍ରେସର ବୋମା, କଡେକ୍ସ ତାର ଏକ ମିଟର, ୭.୬୨ ଅଫୁଟା ଗୁଳି ଦୁଇଟି, ଇନସାସ୍‌ ମାଗାଜିନ୍‌ ଗୋଟିଏ, ମୋବାଇଲ ଚାର୍ଜର, ବ୍ୟାଟେରି, ମାଓବାଦୀ ପୋଷାକ, ପଲିଥିନ୍‌, ଔଷଧ, ମାଓବାଦୀ ପୁସ୍ତକ, ବୁଟ୍‌ ଜବତ କରିଛନ୍ତି। ତେବେ ଏହି ସାମଗ୍ରୀଗୁଡିକ ପୋଲିସକୁ ଟାର୍ଗେଟ କରି ଆନ୍ଧ୍ରଓଡିଶା ବର୍ଡର ଜୋନାଲ କମିଟିର ମାଓବାଦୀମାନେ ରଖିଥିବା ଏସ୍‌ଡିପିଓ ଅଭିଳାଷ ଜୀ ଶୁକ୍ରବାର ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇଟିୟୁସି ପକ୍ଷରୁ ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ: ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବଡ଼ବିଲ,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଏଆଇଟିୟୁସି(ଅଖିଳ ଭାରତ ଟ୍ରେଡ୍‌ ୟୁନିୟନ କଂଗ୍ରେସ) ପକ୍ଷରୁ ବୁଧବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛିି। ଶ୍ରମିକମାନେ ଏକ...

ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ମୂଲ୍ୟବାନ୍‌ କାଠ

ଚନ୍ଦ୍ରପୁର, ୨୭।୬(ଡି.ଏନ୍‌.ଏ.): ଗଛ ଆମର ବନ୍ଧୁ। ସୁସ୍ଥ ପରିବେଶ ପାଇଁ ଗଛ ଯେ କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା। ପରିବେଶକୁ ସ୍ବଚ୍ଛ, ସୁସ୍ଥ ରଖିବାକୁ...

କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କଲେ ଡବ୍ଲ୍ୟୁଏଚ୍‌ଓ ଅଧିକାରୀ: ଅନ୍ତେବାସୀଙ୍କୁ ସମସ୍ୟା ପଚାରି ବୁଝିଲେ

ବନ୍ତ, ୯।୬(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ ଅତିରିକ୍ତ ସେଣ୍ଟରରେ ପ୍ରବାସୀ ଓଡିଆମାନଙ୍କୁ ଆଇଶୋଲେଶନରେ ରଖାଯାଇଛି। ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀମାନଙ୍କ...

ବନ୍ଧୁକ ଦେଖାଇ ୮୦,୦୦୦ ଲୁଟ୍‌

କାମାକ୍ଷାନଗର, ୧୮।୧(ଡି.ଏନ୍‌.ଏ.): ବାଇକ୍‌ରେ ଆସିଲେ। ବନ୍ଧୁକ ମୁନରେ ଭୟଭୀତ କରାଇ ଆଖି ପିଛୁଳାକେ ଛଡ଼ାଇନେଲେ ୮୦,୦୦୦ ଟଙ୍କା। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା...

ଆରମ୍ଭ ହେବ ମୋ କଲେଜ ଯୋଜନା

ଭୁବନେଶ୍ୱର,୩୧।୭(ବ୍ୟୁରୋ): ‘ମୋ ସ୍କୁଲ’ଭଳି ଖୁବ୍‌ଶୀଘ୍ର ‘ମୋ କଲେଜ’ କାର୍ଯ୍ୟକ୍ରମ ଆରମ୍ଭ ହେବ। ପୁରାତନ ଛାତ୍ରମାନଙ୍କୁ ଏଥିରେ ସାମିଲ କରାଯିବ। କଲେଜର ବିକାଶ ତଥା ଗୁଣାତ୍ମକ ଶିକ୍ଷା...

ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ

ସମ୍ବଲପୁର,୧ା୭(ବ୍ୟୁରୋ): ଟିପିଡବ୍ଲ୍ୟୁଓଡିଏଲ୍‌ ନିରବଚ୍ଛିନ ବିଦ୍ୟୁତ୍‌ ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରୁଛି। ଏହିକ୍ରମରେ ଓଭରହେଡ କେବୁଲକୁ ମଜବୁତ କରିବା ସକାଶେ ଝାରସୁଗୁଡ଼ା ଓ ରାଉରକେଲାରେ ୧୩୨/୩୩...

ଜିଲା ପରିଷଦ, ସମିତି ସଭ୍ୟ ନିର୍ବାଚନ ଫଳାଫଳ ଘୋଷଣା କଲା ଆନ୍ଧ୍ର

ପଟ୍ଟାଙ୍ଗୀ,୧୯ା୯(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗତ ଏପ୍ରିଲରେ ହୋଇଥିବା ଜିଲା ପରିଷଦ ଏବଂ...

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୧୮।୭: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ମୟୂରଭଞ୍ଜ ଜିଲା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ହୃଦେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ...

Advertisement
Archives

Model This Week