ଆଜିଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ

ମାଲକାନଗିରି,୨୮ା୭(ଦୁର୍ଯ୍ୟୋଧନ ପାତ୍ର): ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ ହେବାକୁ ଯାଉଥିବା ବେଳେ ଜିଲାରେ ଯେପରି ମାଓବାଦୀଙ୍କ ଦ୍ୱାରା କୌଣସି ଅଘଟଣ ନ ଘଟେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଏସ୍‌ପି ନିତିଶ୍‌ ବାଧ୍ୱାନୀ ସୂଚନା ଦେଇଛନ୍ତି। ଏଥିସହ ୬ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ କୋମ୍ବିଂକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ଗୋଇନ୍ଦା ବିଭାଗକୁ ସକ୍ରିୟ କରାଯାଇଛି। ଜିଲା ସୀମାନ୍ତରେ ଯାନବାହନ କଡାକଡି ଭାବେ ଯାଞ୍ଚ କରିବା ପାଇଁ ଆନ୍ଧ୍ରପ୍ରଦେଶ ସୀମାନ୍ତ ମୋଟୁ, ଛତିଶଗଡ ସୀମାନ୍ତ ଚଲାଣଗୁଡା ଓ ପଡିଆ ନିକଟ ଦର୍ଣାପାଲ୍‌ଠାରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି। ଜିଲାର ସମସ୍ତ ଟ୍ରାଫିକ ଅଞ୍ଚଳରେ ଅପରିଚିତ ଓ ସନ୍ଧିଗ୍ଧ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି। ପୋଲିସ ମାଓବାଦୀଙ୍କ ସାମ୍ଭାବ୍ୟ ହିଂସାକାଣ୍ଡକୁ ଦୃଷ୍ଟିରେ ଓଡିଶା, ଛତିଶଗଡ, ଆନ୍ଧ୍ର ସୀମାକୁ ସିଲ କରି ଦିଆଯାଇଛି। ବିଏସଏଫ ପକ୍ଷରୁ ସ୍ବତନ୍ତ୍ର ପୋଲିସ ମୁତୟନ କରଯାଇଛି। ଅନ୍ୟ ପକ୍ଷରେ ମାଓବାଦୀଙ୍କ ଶହୀଦ ସପ୍ତାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ବସ୍‌ ଶୁକ୍ରବାରରୁ ବନ୍ଦ ରହିବ। ମାଲକାନଗିରିଠାରୁ ଭୁବନେଶ୍ୱର, କଟକ, ବଲାଙ୍ଗୀର, ବିଶାଖାପାଟଣା, ବିଜୟନଗରମ୍‌ ଓ ହାଇଦ୍ରାବାଦକୁ ଯାଉଥିବା ସମସ୍ତ ସରକାରୀ ବସ୍‌ଗୁଡିକ ବନ୍ଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ, ଭିତର ବେଢାର ଫଟୋ ଭାଇରାଲ

ପୁରୀ,୩ା୬(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ବାରଂବାର ସୁରକ୍ଷା ଉଲଂଘନ ଯେଉଥିବା ଦେଖିବାକୁ ମିଳୁଛି। ଏହାରି...

ଶପିଂ ମଲ୍‌ରେ ନିଆଁ: କୋଟି କୋଟି ଟଙ୍କା ନଷ୍ଟ

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ଥବା ବାରାଟମ ଶପିଂ ମଲ୍‌ରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଛି। ଫଳରେ ସେଠାରେ ଥିବା ସବୁ...

କିଛି କ୍ଷଣ ମଧ୍ୟରେ ଛାରଖାର କରିଦେଲା ପବନ ବର୍ଷା

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ରାଜ୍ୟରେ ଅଦିନିଆ ବର୍ଷା ପବନ ହେତୁ ଅନେକ କ୍ଷତି ହୋଛି। କିଛି କ୍ଷଣ ମଧ୍ୟରେ ସବୁ କିଛି ଛାରଖାର ହୋଛି। ତାତିରୁ ଆଶ୍ୱସ୍ତି...

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଜି ଡିସ୍‌ଚାର୍ଜ ହେଲେ ଆଉ ଦୁଇ ଆହତ

ଭୁବନେଶ୍ୱର,୩ା୬(ଅସମାପିକା ସାହୁ): ପୁରୀ ବାଣ ବିସ୍ଫୋରଣ ଘଟଣାରେ ଡାକ୍ତରଖାନାରୁ ଆଉ ୨ ଆହତ ବ୍ୟକ୍ତି ସୋମବାର ଡିସ୍‌ଚାର୍ଜ ହୋଇଛନ୍ତି। ସେମାନେ ହେଲେ ବଳରାମ ଦାସ(୧୫) ଏବଂ...

ଭୋଟ୍‌ ଗଣତି କେନ୍ଦ୍ରକୁ ଖବରଦାତାଙ୍କୁ ମନା

ପାଟଣା,୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଚାମ୍ପୁଆରେ ମଙ୍ଗଳବାର ହେବାକୁ ଥିବା ବେଳେ ଅନେକ ଖବରଦାତାଙ୍କୁ ଖବର ସଂଗ୍ରହ ପାଇଁ...

ଘର ଉପରେ ପଡ଼ିଲା ବିଶାଳକାୟ ଗଛ

ଲେଫ୍ରିପଡ଼ା,୩ା୬(ଦେଶରଞ୍ଜନ ପଟେଲ): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଯୋଗୁ ବ୍ୟାପକ ମାତ୍ରାରେ ଧନହାନି ହୋଇଛି। ସରପଗଡ଼ ପଞ୍ଚାୟତର କନିଆଘାଟି...

ପୁରୀ ବାଣ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି

କଟକ, ୩।୬(ଶିଳ୍ପା ପ୍ରିୟଦର୍ଶିନୀ/ଅଜିତ୍‌ କୁମାର ମହାନ୍ତି): ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ରବିବାର ଆଉ ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।...

ଚିଲିକା ଉପକୂଳରେ ନିଶା ଔଷଧ ଦେଇ ପକ୍ଷୀ ଶିକାର

କଣାସ,୩ା୬(ବିଭୂତି ଭୂଷଣ ତ୍ରିପାଠୀ): କଣାସ ବ୍ଲକର ଶେଷ ସୀମା ଚିଲିକା ଦୟାନଦୀର ମୁହାଁଣଠାରୁ ମକରାନଦୀ ମୁହାଁଣ ଦେଇ ଭୁଷଣ୍ଡପୁର ପର୍ଯ୍ୟନ୍ତ ଚିଲିକା ଉପକୂଳରେ ଦେଶୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri