ମାଓବାଦୀ ଅନ୍ବେଷଙ୍କୁ ସାଥୀ ମାଓବାଦୀଙ୍କ ହତ୍ୟା: ମୃତଦେହ ନେଲେ ପରିବାର ଲୋକେ

ଦାରିଙ୍ଗବାଡ଼ି,୧ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଥାନା ପକାରୀ ଜଙ୍ଗଲରେ ମାଓବାଦୀ ଅନ୍ବେଷଙ୍କୁ ସାଥୀ ମାଓବାଦୀ ହତ୍ୟା ଘଟଣା ପରେ ରବିବାର ଦାରିଙ୍ଗବାଡ଼ି ପୋଲିସ ବ୍ରହ୍ମପୁର ଏମ୍‌କେସିଜି ପରୀକ୍ଷା ଗାରରେ ଅନ୍ବେଷଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଆଇଆଇଆସି ସଂଗ୍ରାମ କେଶରୀ ଜେନା ସୂଚନା ଦେଇ କହିଛନ୍ତି ଯେ, ମାଓବାଦୀ ଅନ୍ବେଷଙ୍କ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିଲା। ସେଠାରେ ବ୍ୟବଚ୍ଛେଦ କାର୍ଯ୍ୟ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ବେଷଙ୍କ ବାପା, ଭଉଣୀ ଏବଂ ପୁତୁରା ଓ ଭଣଜା ମୃତଦେହ ନେବାକୁ ଆସିଥିଲେ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲା ସଂଗଠନ ଦାୟିତ୍ୱରେ ଥିବା ମୋଷ୍ଟ ୱାଣ୍ଟେଡ ଶୁକ୍ରୁ ତାଙ୍କ ସାଥୀ ମାଓବାଦୀ ଅନ୍ବେଷଙ୍କୁ ହତ୍ୟା କରି ପୋତି ଦେଇଥିଲେ। ଘଟଣାଟି ଜାନୁୟାରୀ ୨୯ରେ ଘଟିଥିଲେ ମଧ୍ୟ ପୋଲିସ ଫେବୃୟାରୀ ୨୪ରେ ଅନ୍ବେଷଙ୍କ ମୃତଦେହ ମାଟିତଳୁ ଜବତ କରିଥିଲା। ଏସ୍‌ପିଙ୍କ କହିବା ଅନୁଯାୟୀ କେକେବିଏନ୍‌ ଡିଭିଜନାଲ କମିଟି ସଦସ୍ୟ ଅନ୍ବେଷ ଏବଂ ତାଙ୍କର କେତେଜଣ ସହଯୋଗୀ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଉଦ୍ୟମ କରୁଥିଲେ ଏହାକୁ ଷ୍ଟେଟ କମିଟି ସଦସ୍ୟ ଶୁକ୍ରୁ ବିରୋଧ କରୁଥିଲେ। ଏହାକୁ ନେଇ ଶୁକ୍ରୁ ଏବଂ ଅନ୍ବେଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ପରେ ଶୁକ୍ରୁ ଓ ଅନ୍ୟ ସାଥୀମାନେ ଅନ୍ବେଷଙ୍କୁ ହତ୍ୟା କରି ପୋତି ଦେଇଥିଲେ। ସେହିଦିନ ଠାରୁ ପୋଲିସ ମଧ୍ୟ ଶୁକ୍ରୁଙ୍କ ସମ୍ପର୍କରେ ଜାଣିବାକୁ ପାଇଲା ଯେ, ମାଓବାଦୀମାନେ ସରକାରଙ୍କ ଘୋଷଣା ଅନୁସାରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ବେଳେ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ଶୁକ୍ରୁ ଓ ତାର ସହଯୋଗୀ ସାଥୀ ଶିଳା ଓ ନକୁଳଙ୍କ ସମେତ ଅନ୍ୟମାନେ ବାଟ ଓଗାଳୁଛନ୍ତି। ତେଣୁ ଏବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶୁକ୍ରୁଙ୍କୁ ଚରମ ବାଣୀ ଶୁଣାଇବା ସହ କୋମ୍ବିଂ ଅପରେଶନକୁ ଜୋରଦାର କରିବା ସହ ଦାରିଙ୍ଗବାଡ଼ି ଜଙ୍ଗଲରେ ଶୁକ୍ରୁ ଓ ତାର ଅନ୍ୟ ସାଥୀମାନେ ଲୁଚିଥିବା ଅନୁମାନ କରାଯାଇ ଅପରେଶନ ଶୁକ୍ରୁକୁ ଶକ୍ତିଶାଳୀ କରାଯାଇଛି। ଅଧିକା ସୁରକ୍ଷାକର୍ମୀ, ସନ୍ଧାନୀ କୁକୁରର ସହାୟତା ସହ ଥର୍ମାଲ ସେନ୍ସର ଡ୍ରୋନ୍‌କୁ ବ୍ୟବହାର କରାଯାଇ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri