ମାଓବାଦୀଙ୍କ ବର୍ବରତା: ଜାଳି ଦେଲେ ୭ ଗାଡ଼ି

ମାଲକାନଗିରି,୨୬ା୪: ଛତିଶଗଡ଼ରେ ଅପରେଶନ ପ୍ରହାର-୩କୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଏପ୍ରିଲ ୨୬ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ସୋମବାର ମାଲକାନଗିରି ଜିଲାରେ ଦେଖିବାକୁ ମିଳିଥିଲା। ବନ୍ଦ ଡାକରା ଯୋଗୁ ଜିଲାରେ ସମସ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଥିଲା। ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିଛି ଘରୋଇ ବସ୍‌ ଚଳାଚଳ କରିଥିବା ବେଳେ ଯାତ୍ରୀଙ୍କୁ ବସ୍‌ଷ୍ଟାଣ୍ଡରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ୟପକ୍ଷେ ମାଓବାଦୀଙ୍କ ବନ୍ଦ ପାଳନକୁ ନଜରରେ ରଖି ଜିଲାର ବିଭିନ୍ନ ଆଭ୍ୟନ୍ତରୀଣ ଓ ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ସର୍ଚ୍ଚ ଏବଂ କୋମ୍ବିଂ ଅପରେଶନକୁ ଜୋର୍‌ଦାର କରାଯାଇଛି। ତେବେ ରବିବାର ରାତିରେ ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା ଏରାବୋରଠାରେ ୭ଟି ଗାଡ଼ି ଜାଳି ଦେଇଛନ୍ତି। ଏନେଇ ମାଲକାନଗିରି ଜିଲାରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରକଳା କହୁଛି କରୋନାର ଭୟବହତା

ରେଢାଖୋଲ , ୧।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲ ଭୀମ ଭୋଇ ଛକରେ ସ୍ଥାନୀୟ ଏନ୍‌ଏସି ପକ୍ଷରୁ କରୋନା ସମ୍ପର୍କରେ ଚିତ୍ରକଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି।...

୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ

ଜୟପୁର,୪।୧(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର ୩ ଶହ ଟଙ୍କା ପାଇଁ...

ପିଜି ସ୍ପଟ୍‌ ନାମଲେଖା ପାଇଁ ଆଜି ମେଧା ତାଲିକା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ପିଜି ସ୍ପଟ୍‌ ନାମଲେଖା ପାଇଁ ସୋମବାର ଅପରାହ୍ନ ୪ଟାରେ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ରଙ୍କୁ...

‘ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ ହେବ ଓଏମ୍‌ସି’

ଭୁବନେଶ୍ୱର,୧୭ା୫(ବ୍ୟୁରୋ):ଓଏମ୍‌ସି ହେଉଛି ଦେଶର ବୃହତ୍‌ ଏବଂ ଦ୍ରୁତ ଅଭିବୃଦ୍ଧି କମ୍ପାନୀ। ଗତ ଆର୍ଥିକ ବର୍ଷରେ ଏହି କମ୍ପାନୀ ୩୦ ନିୟୁତ ଟନ୍‌ ଲୁହାପଥର ଉତ୍ପାଦନ କରିବା...

ଗୋପାଳପୁର ବିଜେଡି ବିଧାୟକ ଅଛି: ପ୍ରଦୀପ

ବ୍ରହ୍ମପୁର ଅଫିସ/ଗୋପାଳପୁର,୨୪ା୬: ଦଳରୁ ବହିଷ୍କୃତ ବିଷୟ ଗଣମାଧ୍ୟମରେ ପ୍ରସାରଣ ହୋଇଛି ଓ ନିଜେ ଶୁଣିଛି। ତେବେ ଏବେ ମଧ୍ୟ ମୁଁ ବିଜେଡିର ବିଧାୟକ ଅଛି। ବିଧାନସଭା...

ବିକଳ୍ପ ବ୍ୟବସ୍ଥା ଆପଣେଇଲେ ସରକାର

ରସୁଲପୁର,୧୨ା୧୨(ଡି.ଏନ.ଏ.): ରାଜ୍ୟରେ ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ନଭେମ୍ବର ୨୧ରୁ ଆନ୍ଦୋଳନ ଆରମ୍ଭ ହୋଇ ୨୧ଦିନରେ ପହଞ୍ଚତ୍ଲାଣି। ଫଳରେ ଅଧିକାଂଶ ଅଙ୍ଗନୱାଡି କେନ୍ଦ୍ରରେ...

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

ଆସିକା/ହିଞ୍ଜିଳିକାଟୁ/ ପାରଳାଖେମୁଣ୍ଡି, ୨୨ା୫(ଡି.ଏନ୍‌.ଏ.): ଆସିକା ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ପ୍ରବଳ ବେଗରେ ପବନ ବୋହିଥିଲା। ଏହାର ପ୍ରଭାବରେ ବହୁ ସ୍ଥାନରେ ବଡ଼ ବଡ଼...

ପାର୍ବଣ ଉତ୍ସବ ପାଣିଚିଆ

ଅନୁଗୋଳ ଅଫିସ, ୨୪ା୧୦ – ଧରାପୃଷ୍ଠକୁ ମା’ ଆସିବେ ବୋଲି ମାସ ମାସ ଧରି ପ୍ରସ୍ତୁତି ଚାଲେ। ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ରାଜ୍ୟ ବାହାରୁ...

Advertisement
Archives

Model This Week