ଅଟୋ ଡ୍ରାଇଭରଙ୍କ ଝିଅ ଜିତିଲେ ମିସ୍‌ ଇଣ୍ଡିଆ ରନର୍ସଅପ୍‌: ଏମିତି ଥିଲା ସଂଘର୍ଷର କାହାଣୀ

ତେଲେଙ୍ଗାନାର ଜଣେ ଇଞ୍ଜିନିୟର ମନସା ବାରାଣାସୀଙ୍କୁ ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ୨୦୨୦ର ବିଜେତା ଭାବରେ ମନୋନୀତ କରାଯାଇଛି। ହରିୟାଣାର ମନିକା ଶୋକାଣ୍ଡଙ୍କୁ ଭିଏଲ୍‌ସିସି ଫେମିନା ମିସ୍‌ ଗ୍ରାଣ୍ଡ ଇଣ୍ଡିଆ ୨୦୨୦ ଘୋଷିତ ହୋଇଥିବାବେଳେ ମନ୍ୟା ସିଂ ଏହି ପ୍ରତିଯୋଗିତାରେ ରନର୍ସଅପ୍‌ ହୋଇଥିଲେ।

ମନ୍ୟା ଉତ୍ତରପ୍ରଦେଶର ଜଣେ ଅଟୋ ଡ୍ରାଇଭରଙ୍କ ଝିଅ। ଏହି ବିଜୟ ତାଙ୍କ ପାଇଁ ସ୍ବତନ୍ତ୍ର। କାରଣ ବହୁ ବର୍ଷର ପରିଶ୍ରମ ପରେ ସେ ଏହା ହାସଲ କରିଛନ୍ତି। ସଂଘର୍ଷ ବିଷୟରେ କୁଶୀନଗରରେ ଜନ୍ମ ହୋଇଥିବା ମନ୍ୟା ନିଜର ଏକ ପୋଷ୍ଟରେ କହିଛନ୍ତି, ସେ କଠିନ ପରିସ୍ଥିତିରେ ବଢ଼ିଛନ୍ତି। ନ ଖାଇ ରାତି ବିତାଇଛନ୍ତି। ଅଳ୍ପ କିଛି ଟଙ୍କା ସଞ୍ଚୟ କରିବା ପାଇଁ ମାଇଲ ମାଇଲ ବାଟ ଚାଲିଛନ୍ତି। ଏକଦା ସେ କିଛି ପୋଷାକ ଓ ବହି କିଣିବାକୁ ଚାହୁଁଥିଲା ବେଳେ ତାହା କରି ପାରି ନ ଥିଲେ। ତାଙ୍କ ପିତାମାତା ମନ୍ୟାଙ୍କ ପରୀକ୍ଷା ଫି ଦେବାକୁ ତାଙ୍କ ଅଳଙ୍କାର ବନ୍ଧକ ରଖିଥିଲେ।

ମିସ୍‌ ଇଣ୍ଡିଆ ପକ୍ଷରୁ ଗତ ମାସରେ ଶେୟାର କରାଯାଇଥିବା ଏକ ପୋଷ୍ଟରେ ତାଙ୍କ ବିଷୟରେ କୁହାଯାଇଥିଲା, ମନ୍ୟା ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଯାହା ସର୍ବଦା ପାଖରେ ରହିଥାଏ ବୋଲି ବିଶ୍ୱାସ କରନ୍ତି।

ପରବର୍ତ୍ତୀ ପୋଷ୍ଟରେ ଦର୍ଶାଯାଇଛି ଯେ, ସେ ତାଙ୍କ ଏଚ୍‌ଏସ୍‌ସି ସମୟରେ ଶ୍ରେଷ୍ଠ ଛାତ୍ର ପୁରସ୍କାର ପାଇଛନ୍ତି। ଆଜି ପର୍ଯ୍ୟନ୍ତ ଜୀବନରେ ବହୁତ ସଂଘର୍ଷ କରିଛନ୍ତି। ଜଣେ ଅଟୋ ଡ୍ରାଇଭରରଙ୍କ ଝିଅ ଭାବରେ ବହି ଖର୍ଚ୍ଚ ନ ଉଠାଇପାରିବାରୁ ସେ ସ୍କୁଲ୍‌ ବେଳେ ମଧ୍ୟ ଅବହେଳିତ ହୋଇଛନ୍ତି।

ଡିସେମ୍ବରରେ ମିସ୍‌ ଇଣ୍ଡିଆର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଦ୍ୱାରା ଶେୟାର କରାଯାଇଥିବା ଏକ ପୋଷ୍ଟରେ ସେ କହିଛନ୍ତି ଯେ, ମୋର ରକ୍ତ, ଝାଳ ଏବଂ ଲୁହ ମୋର ସ୍ବପ୍ନକୁ ସାକାର କରିବାକୁ ସାହସ ଦେଖାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri