ବିକାଶଠାରୁ ଦୂରରେ ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି,୨୩ା୨(ଡି.ଏନ୍‌.ଏ.): ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏବେ ବି ଆନ୍ଧ୍ର ସୀମାନ୍ତବର୍ତ୍ତୀ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଅନେକ ଗ୍ରାମ ବିକାଶଠୁ ବହୁ ଦୂରରେ ରହିଛି। କେଉଁଠି ପାନୀୟ ଜଳ ସମସ୍ୟା ତ ଆଉ କେଉଁଠି ରାସ୍ତା ଘାଟ ନ ଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୁହା ହେଉଛି। ଲୋକେ ୧୦ରୁ ୧୫ କି.ମି. ଚାଲି ଚାଲି ରାଶନ ସାମଗ୍ରୀ ଓ ବାର୍ଦ୍ଧକ୍ୟ ଭତ୍ତା ଆଣୁଥିବା ବେଳେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ସମସ୍ୟା ଭୋଗୁଛନ୍ତି। ସେହିପରି ଆବାସ, ଶିକ୍ଷା, ସ୍ବାସ୍ଥ୍ୟସେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଯାହାର ଏକ ଉଦାହରଣ ହେଉଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ କଦମଗୁଡା ପଞ୍ଚାୟତ ଅନ୍ତର୍ଗତ ଚାପୁଲପଡା ଗ୍ରାମ।

ଚାପୁଲପଡ଼ା ଗ୍ରାମକୁ ପାହାଡିଆ ପଥୁରିଆ ବଣ ଜଙ୍ଗଲ ଦେଇ ପାଦଚଲା ରାସ୍ତାରେ ହିଁ ଯିବାକୁ ପଡ଼େ। ଏହି ରାଜସ୍ବ ଗ୍ରାମର ୫ଟି ପଡାସାହିରେ ମୋଟ ୧୦୦ ପରିବାର ବସବାସ କରୁଛନ୍ତି। ଲୋକ ସଂଖ୍ୟା ୫୦୦ରୁ ଊର୍ଦ୍ଧ୍ୱ। ଗ୍ରାମରେ କାହାର ଦେହ ଖରାପ ହେଲେ କିମ୍ବା ଗର୍ଭବତୀଙ୍କ ପ୍ରସବ ଅସୁବିଧା ହେଲେ ଗୁଣିଆ ଏକମାତ୍ର ଭରସା। ସ୍ବାସ୍ଥ୍ୟସେବା କହିଲେ ମାସକୁ ଥରେ ମାତ୍ର ସ୍ବାସ୍ଥ୍ୟକର୍ମୀ ଗ୍ରାମକୁ ଆସିଥାନ୍ତି। ସେମାନେ ଆସିବା ବେଳେ ଯେଉଁ ଲୋକଙ୍କ ଦେହ ଖରାପ ଥିବ କିଛି ଔଷଧ ଦେଇ ପଳାଇଥାନ୍ତି। ସେହିପରି ଗର୍ଭବତୀ, କୋମଳମତି ଶିଶୁ ପୁଷ୍ଟିକର ଖାଦ୍ୟ ଓ ପ୍ରାକ୍‌ ଶିକ୍ଷା ଠିକ୍‌ ଭାବେ ପାଇ ପାରୁନାହାନ୍ତି। ଅଙ୍ଗନଓ୍ବାଡି କର୍ମୀ ଦୁଇ ମାସରେ ଥରେ ଗାଁକୁ ଆସନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଶିଶୁ ଓ ଗର୍ଭବତୀଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ଯାଉଛି କୁଆଡେ? ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିବା କଷ୍ଟକର। ଗାଁକୁ ଯିବାକୁ ହେଲେ କେମାଗୁରୁଠାରୁ ଛୋଟ ବଡ ନାଳ ଓ ପଥୁରିଆ ପାହାଡିଆ ରାସ୍ତା ପାର ହେବାକୁ ପଡ଼େ। ବର୍ଷାଦିନେ ଗ୍ରାମବାସୀ ନା କେଉଁଠିକୁ ଯାଇପାରିବେ ନା ଗ୍ରାମକୁ କେହି ଆସିପାରୁଛନ୍ତି। ମୌଳିକ ସୁବିଧା କହିଲେ ଅନେକ ବର୍ଷ ପୂର୍ବରୁ ଗ୍ରାମରେ ଗୋଟିଏ ମାତ୍ର ନଳକୂପ ରହିଛି, ଯାହାକି ବର୍ତ୍ତମାନ ଅଚଳ ହୋଇପଡିଛି। ତେଣୁ ଝରଣା ପାଣି ଗ୍ରାମବାସୀଙ୍କ ଭରସା। ବର୍ଷାଦିନେ ଝରଣା ପାଣି ଦୂଷିତ ହେଲେ ମଧ୍ୟ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ବାଧ୍ୟ ହୋଇ ତାହାକୁ ବ୍ୟବହାର କରି ଗ୍ରାମବାସୀ ବିଭିନ୍ନ ରୋଗରେ ପଡୁଥିବା କୋହଭରା କଣ୍ଠରେ କହିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀଙ୍କ ରାଜୁତି ଚାଲୁଥିବା କାରଣରୁ ବିକାଶ ହୋଇପାରୁ ନ ଥିଲା କିମ୍ବା ସରକାରୀ ବାବୁମାନଙ୍କ ପାଦ ପଡୁ ନଥିଲା। ତେବେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ସୀମା ସୁରକ୍ଷା ବଳ ନିୟୋଜିତ ହେବା ପରେ ଆଉ ମାଓବାଦୀଙ୍କ ହିଂସା ଦେଖିବାକୁ ମିଳୁ ନ ଥିଲେ ମଧ୍ୟ ସରକାରୀ ବାବୁମାନଙ୍କ ପାଦ ପଡୁନାହିଁ। କେବଳ ଚାପୁଲପଡ଼ା ନୁହେଁ ଖଇରପୁଟ ବ୍ଲକ ଅଞ୍ଚଳରେ ଅନେକ ଏପରି ଗ୍ରାମ ଅଛି, ଯେଉଁଠି ଲୋକେ ବର୍ଷ ବର୍ଷ ଧରି ଦୁଦ୍ଦର୍ର୍ଶାରେ ଦିନ କାଟୁଛନ୍ତି। କିନ୍ତୁ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ନିର୍ବାଚନ ଆସିଲେ ଗ୍ରାମରେ ମାଳ ମାଳ ନେତା ମନ୍ତ୍ରୀଙ୍କ କେବଳ ପ୍ରତିଶ୍ରୁତି ଦେଇଯାଆନ୍ତି। ତୁରନ୍ତ ଏହି ଗ୍ରାମର ସମସ୍ୟା ସମାଧାନ ନ ହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri