୩ ଦଳ ପାଇଁ ଅନେକ ପ୍ରସଙ୍ଗ

କେନ୍ଦ୍ରାପଡ଼ା ଅଫିସ, ୨୩ା୧୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହୋଇପାରେ। ଇତିମଧ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟକୁ ପହଞ୍ଚତ୍ଲାଣି। ନିର୍ବାଚନ ୫ ପର୍ଯ୍ୟାୟରେ କରାଇବା ପାଇଁ ଅଞ୍ଚଳ ଚିହ୍ନଟ ସରିଛି। ସେହିପରି ଯେତେ ଶୀଘ୍ର ସମ୍ଭବ ପୌର ନିର୍ବାଚନ କରାଇବା ଲାଗି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ସରକାରଙ୍କ ପକ୍ଷରୁ ଉଦ୍‌ଘାଟନ ଓ ଶିଳାନ୍ୟାସ ପର୍ବ ଜାରି ରହିଛି। ଅନ୍ୟପକ୍ଷରେ ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ରାଜ୍ୟରେ ଦୁର୍ନୀତି, ଅପରାଧ ବୃଦ୍ଧି ଏବଂ କେତେକ କାର୍ଯ୍ୟରେ ସରକାରୀ କଳର ବିଫଳତାକୁ ନେଇ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଜୋର୍‌ଦାର ହୋଇଛି। ଏସବୁ କେନ୍ଦ୍ରାପଡ଼ା ଜିଲାରେ ମଧ୍ୟ ବେଶ୍‌ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ଦଳୀୟ କାର୍ଯ୍ୟକ୍ରମ ସହ ନେତାମାନଙ୍କ ବୈଠକ, ମିଶ୍ରଣ ପର୍ବ ଆଦି ଚାଲିଛି। ଭୋଟରଙ୍କ ପାଖରେ ପହଞ୍ଚତ୍ବା ପାଇଁ ୩ ପ୍ରମୁଖ ଦଳ ପାଖରେ ଅନେକ ପ୍ରସଙ୍ଗ ମଧ୍ୟ ରହିଛି। ଫଳରେ ଆଗାମୀ ନିର୍ବାଚନରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି କୁହାଯାଉଛି।
ଜିଲା ରାଜନୀତିକୁ ବିଶ୍ଲେଷଣ କରୁଥିବା ସାମାଜିକ କର୍ମୀ ବାନାମ୍ବର ସାହୁ, ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି, ଆଇନଜୀବୀ ବିଧୁଭୂଷଣ ମହାପାତ୍ର ପ୍ରମୁଖ କୁହନ୍ତି, ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର କର୍ମକର୍ତ୍ତାଙ୍କୁ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିବ। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଜିଲାରେ ପ୍ରଭାବ ବିସ୍ତାର କରି ପାରି ନ ଥିଲା। ଲୋକଙ୍କ ତୃଣମୂଳ ସମସ୍ୟାକୁ ଲୋକଲୋଚନକୁ ଆଣି ଭୋଟରେ ପରିଣତ କରିବାକୁ କୌଣସି ଫଳପ୍ରଦ ଯୋଜନା ନ ଥିଲା। ଗତ ୫ ବର୍ଷ ମଧ୍ୟରେ ଏହାର ପରିବର୍ତ୍ତନ ହୋଇଛି। ଜିଲା ସଭାପତି ଭାବେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଯୋଗଦେଇ କଂଗ୍ରେସ ରାଜନୀତିକୁ ଚଳଚଞ୍ଚଳ କରିଛନ୍ତି। ଜିଲାର ଆବଶ୍ୟକତା ଭାବେ ପରିଚିତ ମେଡିକାଲ କଲେଜ, କୃଷି ବିଶ୍ୱବିଦ୍ୟାଳୟ, କେନ୍ଦ୍ରାପଡ଼ା କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, କୃଷି କ୍ଷେତ୍ରରେ ଜଳ ପରିଚାଳନା ଆଦି ପ୍ରସଙ୍ଗକୁ କଂଗ୍ରେସ ତୃଣମୂଳସ୍ତରରେ ପହଞ୍ଚାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରଦାର ଉଦ୍ୟମ ଚଳାଇଛି। ବିଶେଷକରି ଖରସ୍ରୋତା ନଦୀ ପାଣି ବିବାଦରେ କଂଗ୍ରେସ ନିଜର ସ୍ଥିତି ଜାହିର କରିଛି। ସେହିପରି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପାର ସ୍ଥିତି କଂଗ୍ରେସଠାରୁ ଉପରେ ଥିଲା। ୧୦ ଜିଲା ପରିଷଦ ସଭ୍ୟ ନିର୍ବାଚିତ ହେବା ସହ ବିଭିନ୍ନ ପଞ୍ଚାୟତରେ ସମର୍ଥିତ ପ୍ରାର୍ଥୀମାନେ ଲୋକ ପ୍ରତିନିଧି ହୋଇଥିଲେ। ଲୋକ ସମ୍ପର୍କକୁ ଧରି ରଖିବା ପାଇଁ ଏହି ଦଳ ପକ୍ଷରୁ ନିରନ୍ତର ଉଦ୍ୟମ ଚାଲିଛି। ଜନ ଆନ୍ଦୋଳନ ମାଧ୍ୟମରେ ଜିଲା ସମସ୍ୟାକୁ ଉପସ୍ଥାପନ କରାଯାଉଛି। ଏହାବ୍ୟତୀତ ମମିତା ହତ୍ୟାକାଣ୍ଡ, ମାହାଙ୍ଗା ଡବଲ ମର୍ଡର ଭଳି ପ୍ରସଙ୍ଗରେ ଭାଜପା ଜୋରଦାର ଆନ୍ଦୋଳନ କରି ଶାସକ ଦଳ ବିଜେଡିକୁ ଘେରିବାକୁ ଉଦ୍ୟମ ଚଳାଇଛି। ଏଭଳିସ୍ଥଳେ ଖରିଫ ଚାଷ ଆରମ୍ଭ ଓ ଶେଷ ସମୟରେ ଲଗାଣ ବର୍ଷା ଯୋଗୁ ଉଦ୍‌ବୃତ୍ତ ଜଳର ନିଷ୍କାସନ ହୋଇ ନ ପାରିବା ସହ ଖରସ୍ରୋତା ପାଣି ବିବାଦ ଶାସକ ବିଜେଡି ପାଇଁ ଅଡୁଆ ସୃଷ୍ଟି କରିପାରେ। କିନ୍ତୁ ଜିଲାରେ ବିଜେଡି ସଙ୍ଗଠନ ମଜଭୁତ ରହିଛି। ୯ ବ୍ଲକ ଅଧ୍ୟକ୍ଷ ସହ ଜିଲା ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତରେ ରହିଛି। କରୋନା ସଂକ୍ରମଣ ସମୟକୁ ନିୟନ୍ତ୍ରଣ କରିବା ସହ ବିଜୁ ସ୍ମାର୍ଟ ହେଲଥ୍‌ କାର୍ଡ, ସ୍କୁଲ ରୂପାନ୍ତରଣ, ଶିଳ୍ପ ପ୍ରତିଷ୍ଠା, ରାସ୍ତା, ସେତୁ ନିର୍ମାଣର ସଫଳତା ଆଦି ବିକାଶ କାର୍ଯ୍ୟକୁ ବିଜେଡି ପ୍ରସଙ୍ଗ କରି ବିରୋଧୀଙ୍କୁ ମୁକାବିଲା କରିବ ବୋଲି କୁହାଯାଉଛି। ୩ ଦଳ ପାଖରେ ପ୍ରସଙ୍ଗ ଭରପୂର ରହିଥିବାବେଳେ ଦଳୀୟ ଟିକେଟ ଏବଂ ସମର୍ଥନ ପାଇଁ ଆଶାୟୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ଦେଖିବାକୁ ମିଳିଲାଣି। ସେଥିମଧ୍ୟରୁ ଅନେକେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରସଙ୍ଗକୁ ଉଠାଇ ଦଳ ଏବଂ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡ଼ିଛନ୍ତି। ହେଲେ ଏଭଳି ନିର୍ବାଚନୀ ଉତ୍କଣ୍ଠା କିଛିଦିନ ହେଲା ଦେଖିବାକୁ ମିଳୁଥିବାବେଳେ ଦଳୀୟ କନ୍ଦଳ ଦଳଗୁଡ଼ିକ ପାଇଁ ସମସ୍ୟା ହୋଇ ଠିଆ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri