ଅନେକ ଭରତ

ଚାରି ବେଦ ମଧ୍ୟରେ ଋକ୍‌ ବେଦ ସର୍ବପୁରାତନ। ଲେଖାଗୁଡ଼ିକୁ ଏକାଠି କରି ପ୍ରାୟ ଖ୍ରୀଷ୍ଟପୂର୍ବ ୧୦୦୦ରେ ଏହାର ସଙ୍କଳନ ଶେଷ ହୋଇଥିଲା। ଏଥିରେ ଦର୍ଶାଯାଇଥିବା ଭରତ ଶବ୍ଦ କୁରୁ୍‌ବଂଶର ଏକ ଗୋଷ୍ଠୀକୁ ସୂଚିତ କରେ। ସେମାନେ ସେହି ସମୟରେ ଯେଉଁ ଅଞ୍ଚଳକୁ ନିୟନ୍ତ୍ରଣରେ ରଖିଥିଲେ, ତାହାକୁ ଆମେ ବର୍ତ୍ତମାନ ପଞ୍ଜାବ ଏବଂ ହରିୟାଣା ବୋଲି କହୁଛୁ। ସେମାନଙ୍କ ସାମ୍ରାଜ୍ୟ ଯାହା ସିନ୍ଧୁ ନଦୀ ଅବବାହିକାରୁ ଯମୁନା ପର୍ଯ୍ୟନ୍ତ ଏବଂ ପଶ୍ଚିମରେ ଗଙ୍ଗା ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ଏହିଠାରେ ଭାରତର ସର୍ବପ୍ରଥମ ରାଜା ଭାବେ କୁରୁବଂଶୀମାନେ ଶାସନ କରିଥିଲେ, ଯେଉଁମାନେ ଗାଙ୍ଗେୟ ସମତଳ ଅଞ୍ଚଳରେ ବୈଦିକ ସଂସ୍କୃତି ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଶାସନର ଏକ ହଜାର ବର୍ଷ ପରେ ପ୍ରାୟ ଖ୍ରୀଷ୍ଟପୂର୍ବ ୧୦୦ ସମୟର ରାଜ ଶାସନର ଏକ ଲେଖା ଓଡ଼ିଶାରେ ମିଳିଥଲା। ସେଥିରେ ଲେଖାଥିଲା ଯେ, ଖାରବେଳ ନାମକ ଜଣେ ଜୈନ ରାଜା ଗାଙ୍ଗେୟ ଉପତ୍ୟକା ଅଞ୍ଚଳକୁ ଭାରତବର୍ଷ ବୋଲି ନାମ ଦେଇଥିଲେ।
ପ୍ରାୟ ସେହି ସମୟରେ ଭରତ ରାଜାମାନଙ୍କ (କୁରୁବଂଶର ରାଜା) କାହାଣୀ ବ୍ରାହ୍ମଣମାନଙ୍କ ଦ୍ୱାରା ସଂକଳିତ ହୋଇଥିଲା। ଏହି ମହାକାବ୍ୟ ସଂସ୍କୃତରେ ରଚନା କରାଯାଇଥିଲା ଓ ଏହାର ନାମ ପ୍ରଥମେ ଥିଲା ଜୟା, ଯାହା ପରେ ମହାଭାରତ ଭାବରେ ଜଣାଶୁଣା। ଏହି ମହାକାବ୍ୟରେ ଋକ୍‌ ବେଦରେ ଉଲ୍ଲିଖିତ ରାଜାମାନଙ୍କ କାହାଣୀ ରହିଥିଲା। ବିଶେଷକରି ଏଥିରେ ଯଯାତି, ଶାନ୍ତନୁ, ପୁରୁ, କୁରୁ ଏବଂ ଭରତଙ୍କ ଭଳି ରାଜାଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ତେଣୁ ଏହା ଏକ ଭାବନା ସୃଷ୍ଟି କରୁଛି ଏବଂ ମନେହେଉଛି ଯେ, ଏହି ମହାକାବ୍ୟ ବୈଦିକ ବିଚାରଧାରାକୁ ଆଗକୁ ବଢ଼ାଇଛି। କିନ୍ତୁ ତାହା ହୋଇନାହିଁ। ଏହି ନୂତନ ମହାକାବ୍ୟରେ ଭରତ ଶକୁନ୍ତଳା ଏବଂ ବିଶ୍ୱାମିତ୍ରଙ୍କ ପୁତ୍ର ବୋଲି ଉଲ୍ଲେଖ ଅଛି। ଶକୁନ୍ତଳାଙ୍କ ମାତା ଜଣେ ଦିବ୍ୟ ଅପ୍‌ସରା ହୋଇଥିବାବେଳେ ତାଙ୍କ ପିତା ସୂର୍ଯ୍ୟ ରାଜବଂଶର ବଂଶଧର ବୋଲି ଉଲ୍ଲେଖ ଅଛି। ଦୁଷ୍ମନ୍ତ ହେଉଛନ୍ତି ଚନ୍ଦ୍ର ରାଜବଂଶୀ। ତେଣୁ ଭରତ ହେଉଛି ସୌର ଓ ଚନ୍ଦ୍ର ଦୁଇଟି ମହାନ୍‌ ରାଜବଂଶର ମିଳନ। ଏହି କାବ୍ୟ ପ୍ରଥମ ଥର ପାଇଁ ବିଶ୍ୱ କିପରି ଅସୁବିଧାରେ ପଡ଼ିଥିଲା, ତାହା ମଧ୍ୟ ବର୍ଣ୍ଣନା କରେ। ପୃଥିବୀରେ ଧର୍ମ ପୁନଃ ସ୍ଥାପନ କରିବା ସକାଶେ କିପରି ବିଷ୍ଣୁ ଅବତରଣ କରିଥିଲେ ସେ ସମ୍ପର୍କିତ ବିଚାରକୁ ମଧ୍ୟ ଏହା ଉପସ୍ଥାପନ କରେ। ସେହି ସମୟରେ ପୃଥିବୀ ଆର୍ଯ୍ୟଙ୍କ ଦେଶ ଥିଲା ଏବଂ ତାହା କେବଳ ଉତ୍ତର ଭାରତରେ ସୀମିତ ଥିଲା।
ପ୍ରାୟ ଖ୍ରୀଷ୍ଟପୂର୍ବ ୫୦୦ ସୁଦ୍ଧା ବିଷ୍ଣୁ ପୁରାଣରେ ଆଉ ଜଣେ ଭରତଙ୍କ ବିଷୟରେ ଜାଣିବାକୁ ପାଉ। ଏହି ଭରତ ଥିଲେ ଋଷଭଙ୍କ ପୁତ୍ର। ଋଷଭ ସନ୍ନ୍ୟାସୀ ହୋଇଯିବା ପରେ ଭରତ ରାଜା ହେଲେ। ଋଷଭ ହେଉଛନ୍ତି ପ୍ରଥମ ଜୈନ ତିର୍ଥଙ୍କର। ବିଷ୍ଣୁ ପୁରାଣରେ ତାଙ୍କର ଉପସ୍ଥିତି ତାଙ୍କୁ ପୌରାଣିକ କାଳରେ ସମାହିତ କରିବାର ପ୍ରୟାସକୁ ସୂଚିତ କରେ। ଜୈନଧର୍ମ ଏକ ସନ୍ନ୍ୟାସ ବ୍ୟବସ୍ଥା ଥିଲା। ଏହା ବୌଦ୍ଧ ଧର୍ମ ପରି ଗଣ୍ଡକିର ପୂର୍ବ ଭାଗରେ ଥିବା ନିମ୍ନ ଗାଙ୍ଗେୟ ସମତଳ ଭୂମିରେ ଆମତ୍ପ୍ରକାଶ ଲାଭ କରିଥିଲା। ଜୈନଶାସ୍ତ୍ରରେ ପୁରୁଷଙ୍କ ଦ୍ୱାରା ବୈଦିକ ଅଗ୍ନି ବେଦୀ ସୃଷ୍ଟି କରାଯିବା ବିଷୟ ରହିଛି, ଯାହାକୁ ଭୁଲ୍‌ ବୁଝାଯାଇଥିଲା ଏବଂ ଋଷଭଙ୍କ ଅନ୍ତିମ ସଂସ୍କାର କରାଯାଇ ତାହାକୁ ଭୁଲ୍‌ ଭାବେ ଉପସ୍ଥାପିତ କରାଯାଇଥିଲା। ଜୈନ ବିଚାରଧାରାଗୁଡ଼ିକ ଦୀର୍ଘ ସମୟ ପର୍ଯ୍ୟନ୍ତ ମୌଖିକ ଭାବରେ ପ୍ରସାରିତ ହୋଇଥିଲା। ଉଲ୍ଲେଖ କରାଯିବା ସମୟରେ ସେଥିରୁ ବହୁତ କିଛି ସ୍ଥାନିତ ହୋଇପାରିନଥିଲା। ବିଷ୍ଣୁ ପୁରାଣ ରଚନା ହେବାର ପାଖାପାଖି ସମୟରେ ପ୍ରାୟ ୧୫୦୦ ବର୍ଷ ପୂର୍ବେ କିଛି ସିଦ୍ଧାନ୍ତ ଲିଖିତ ଆକାରରେ ରଖାଯାଇଥିଲା। ଜୈନଗ୍ରନ୍ଥ ଅନୁଯାୟୀ, ଭରତ ଥିଲେ ଭାରତର ପ୍ରଥମ ଚକ୍ରବର୍ତ୍ତୀ। ସେ ଋଷଭଙ୍କ ପୁତ୍ର। ସେ ତାଙ୍କ ଅନେଶତ ଭାଇଙ୍କୁ ପରାସ୍ତ କରିଥିଲେ, କିନ୍ତୁ ମେରୁ ପର୍ବତ ଉପରେ ତାଙ୍କ ନାମ ଖୋଦେଇ କରିବାବେଳେ ସେ ଶାନ୍ତ ଚିତ୍ତରେ ହୃଦୟଙ୍ଗମ କରିଥିଲେ ଯେ ସେ ପୃଥିବୀକୁ ଜୟ କରିବାରେ ପ୍ରଥମ ସମ୍ରାଟ୍‌ ନୁହନ୍ତି।
ତେବେ ଭରତ କିଏ, ଯାହାଙ୍କ ନାମରେ ଭାରତର ନାମ ଭାରତବର୍ଷ ରଖାଯାଇଛି। ସେ ଜଣେ ବୈଦିକ ରାଜା, ନା ମହାକାବ୍ୟର ବର୍ଣ୍ଣିତ ରାଜା, ନା ଜୈନ ରାଜା? କିନ୍ତୁ କୌଣସି ରାଜା କେବେ ବି ସମଗ୍ର ଭାରତରେ ଶାସନ କରି ନ ଥିଲେ। ଇତିହାସ ପାଠ୍ୟ ପୁସ୍ତକରେ ସେମାନଙ୍କ ନିୟନ୍ତ୍ରିତ ସାମ୍ରାଜ୍ୟର ମାନଚିତ୍ରଗୁଡ଼ିକର ଏକ ଭୁଲ୍‌ ଧାରଣା ଉପସ୍ଥାପନ କରିଛି। ପାରସ୍ୟ ରାଜାମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସମ୍ରାଟ୍‌ ଅଶୋକ ୨,୩୦୦ ବର୍ଷ ପୂର୍ବେ ତୁଙ୍ଗଭଦ୍ର ନଦୀ ପର୍ଯ୍ୟନ୍ତ ବାଣିଜ୍ୟ ମାର୍ଗର ଏକ ବିସ୍ତୃତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥିଲେ, କିନ୍ତୁ ସମଗ୍ର ଭୂମିକୁ ନୁହେଁ। ସେହିଭଳି ସମ୍ରାଟ୍‌ ଆକବର କେବଳ ଉତ୍ତର ଭାରତରେ ଶାସନ କରିଥିଲେ। ତା’ ପରେ ଆସିଲା ବ୍ରିଟିଶ୍‌ ସାମ୍ରାଜ୍ୟ। ଏହି ସାମ୍ରାଜ୍ୟ ଭାରତର ଅଧା ଅଞ୍ଚଳରେ ବିସ୍ତାର ଲାଭ କରିଥିଲା। ଅବଶିଷ୍ଟ ଅର୍ଦ୍ଧେକ ଅଞ୍ଚଳ ଥିଲା ଅନେକ ଶହ ଗଡ଼ଜାତ ରାଜ୍ୟ, ଯେଉଁଗୁଡ଼ିକ ଦେଶୀୟ ରାଜାମାନଙ୍କ ଦ୍ୱାରା ଶାସିତ ହେଉଥିଲା।
ହିମାଳୟଠାରୁ ସମୁଦ୍ର (କନ୍ୟାକୁମାରୀ) ପର୍ଯ୍ୟନ୍ତ ଭାରତ ଏକ ଦେଶ ବୋଲି ଯେଉଁ ଧାରଣା ରହିଛି ତାହା ରାଜନୈତିକ ନୁହେଁ ବରଂ ସାଂସ୍କୃତିକ, ଯାହା ପ୍ରାୟ ୧୮୦୦ ବର୍ଷ ପୂର୍ବେ ପ୍ରଥମେ ମନୁସ୍ମୃତିରେ ଉଲ୍ଲେଖ କରାଯାଇଥିଲା। ଏହି ସାଂସ୍କୃତିକ ଐକ୍ୟତା ବ୍ରାହ୍ମଣମାନଙ୍କ ବିସ୍ତାର ଓ ପ୍ରଭାବ ଦ୍ୱାରା ସୃଷ୍ଟି କରାଯାଇଥିଲା। ସେହି ସମୟରେ ବ୍ରାହ୍ମଣମାନେ ରାଜ ଦରବାରରେ ଶାସନ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ଜାତି (ଚାରିବର୍ଣ୍ଣ ଧର୍ମ)ର ସିଦ୍ଧାନ୍ତକୁ ଲୋକମାନଙ୍କ ମଧ୍ୟରେ ପ୍ରଚାର କରିଥିଲେ। ରାଜ ଦରବାରର ଭାଷା ସଂସ୍କୃତ କରିବା ସହ ରାମାୟଣ ଏବଂ ମହାଭାରତକୁ ରାଜାଙ୍କ ପୁସ୍ତକ ଭାବରେ ପ୍ରଚାର କରିଥିଲେ। ଏଣୁ ହିନ୍ଦୁ ରାଷ୍ଟ୍ରର ଧାରଣା ରାଜନୈତିକ ଓ ସାଂସ୍କୃତିକ ବିଚାରଧାରାରେ ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିଥାଏ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri