ହେଲାନି ଅନାସ୍ଥା: ଧାରଣାରେ ରହି ପଞ୍ଚାୟତ ସମ୍ମୁଖରେ ଚିତା କାଟି ମାଣବସା ପାଳିଲେ ୱାର୍ଡ ସଭ୍ୟା

ଆନନ୍ଦପୁର,୪।୧୨( ସୁଶାନ୍ତ କୁମାର ସାହୁ ): ରାତିସାରା ପଞ୍ଚାୟତ ସମ୍ମୁଖରେ ଧାରଣାରେ ରହିଲେ। ସକାଳୁ ସକାଳୁ ଗୁରୁବାର ମାଣବସା ଓଷା ପାଳନ କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି କଣ୍ଟିପାଳ ପଞ୍ଚାୟତରେ। କଣ୍ଟିପାଳ ସରପଞ୍ଚ ପଦ୍ମିନୀ ନାଏକଙ୍କ ବିରୁଦ୍ଧରେ ୮ ଜଣ ସଭ୍ୟ ଅନାସ୍ଥା ଆଣିଥିବା ବେଳେ ବୁଧବାର ଏହାର ଭୋଟିଂ ହେବା ବଦଳରେ ବିଡିଓ ଦେହ ଅସୁସ୍ଥ ଦର୍ଶାଇ ଭୋଟିଂ କାର୍ଯ୍ୟ ଭଣ୍ଡୁର କରିଥିବା ଦେଖିବାକୁ ମିଳିଛି। ଏ ନେଇ ୱାର୍ଡ ସଭ୍ୟମାନେ ବୁଧବାରଠାରୁ ପଞ୍ଚାୟତ ଆଗରେ ଧାରଣରେ ବସିଛନ୍ତି । ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ କଣ୍ଟିପାଳ ସରପଞ୍ଚ ପଦ୍ମିନୀ ନାଏକଙ୍କ ନାମରେ ୮ ଜଣ ସଭ୍ୟ ଗତ ୩ ମାସ ହେବ ଅନାସ୍ଥା ଆଣିଥିବା ବେଳେ ଉପଜିଲାପାଳଙ୍କ ଚିଠି ନମ୍ବର ୧୦୨୧୩ ଅନୁଯାୟୀ ୩ ତାରିଖ ୧୧.୩୦ ସମୟ ବୁଧବାର ବିଡିଓଙ୍କ ଉପସ୍ଥିରେ ଭୋଟିଂ ହେବାର ଥିଲା । ଏ ବାବଦରେ ସମସ୍ତଙ୍କୁ ଚିଠି କରାଯାଇଥିଲା । ହେଲେ ଏହା ଜାଣିଶୁଣି ବିଡିଓ ଦିନ ୧୧ ସମୟରେ ଦେହ ଅସୁସ୍ଥ ଜଣାଇ ରହିଯାଇଥିବା ୱାର୍ଡ ସଭ୍ୟମାନେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲାରେ ନାରୀମାନଙ୍କୁ ସମ୍ମାନ ଦେବା ବଦଳରେ ସେମାନଙ୍କ ପରୋକ୍ଷରେ ସମ୍ମାନ ସହ ଖେଳ ଖେଳୁଥିବା ସଭ୍ୟ ଉମାମଣି ନାଏକ, ଅଳକା ବାରିକ, ଇନ୍ଦୁମତୀ ଖଣ୍ଡା, ମଞ୍ଜୁଲତା ବାରିକ, ସୁକାନ୍ତି ବେହେରା କହିଛନ୍ତି। ଭୋଟିଂ ନହେବାରୁ ପଞ୍ଚାୟତ ସମ୍ମୁ୍‌ଖରେ ରାତି ତମାମ ଖୋଲା ଆକାଶ ତଳେ ଶୀତ କାକରରେ ନିଆଁ ଜାଳି ରହିଥିବା ଦେଖିବାକୁ ମିଳିଛି । ଏହା ଖୁଲୁମ ଖୋଲା ପ୍ରଶାସନ ତରଫରୁ ୱାର୍ଡ ସଭ୍ୟମାନଙ୍କ ପ୍ରତି ଅବହେଳା ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।ଏହା ଦିନେ ଦୁଇଦିନ ଭିତରେ ସମାଧାନ ନହେଲେ ସଭ୍ୟ ମାନଙ୍କର କୌଣସି ଅସୁବିଧା ଘଟିଲେ ପ୍ରଶାସନ ଦାୟୀ ରହିବେ ବୋଲି ୱାର୍ଡ ସଭ୍ୟ ଧୂର୍‌ ନାଏକ,ହରିହର ନାଏକ, ନରେନ୍ଦ୍ର ବିରୁଆ ପ୍ରକାଶ କରିଛନ୍ତି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri