Posted inଖେଳ

ଆଶା ଦେଲେ ମନୁ ଭାକର

ପ୍ୟାରିସ୍‌,୨୮।୭(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ଦିନରେ ଭାରତୀୟ ଶୁଟରଙ୍କ ପାଇଁ ଅତ୍ୟନ୍ତ ସାଧାରଣ ରହିଥିବା ବେଳେ ଫାଇନାଲରେ ପ୍ରବେଶ କରି ଆଶା ଉଜ୍ଜୀବିତ ରଖିଛନ୍ତି ମନୁ ଭାକର। ଦ୍ୱିତୀୟ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ମନୁ ପ୍ରଥମ ଥର ଏକ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୩ ବର୍ଷ ତଳେ ବନ୍ଧୁକରେ ବୈଷୟିକ ତ୍ରୁଟି କାରଣରୁ ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିବା ମନୁ ଶନିବାର ଫାଇନାଲରେ ପ୍ରବେଶ କରିବା ସହ ଭାରତୀୟ ଶିବିରରେ ସାମାନ୍ୟ ଆଶ୍ୱସ୍ତି ଦେଖିବାକୁ ମିଳିଛି। ହରିୟାଣାର ଏହି ଶୁଟର ଜଣକ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲେ। ୫୮୦ ପଏଣ୍ଟ ଅର୍ଜନ କରି ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ରହି ସେ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ। ହଙ୍ଗେରୀର ଅଭିଜ୍ଞ ଭେରୋନିକା ମେଜର ୫୮୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ। ଅନ୍ୟତମ ଭାରତୀୟ ରିଦିମ୍‌ ସାଙ୍ଗଓ୍ବାନ ୫୭୩ ପଏଣ୍ଟ ସହ ୧୫ତମ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲେ।
ସିରିଜ୍‌-୧ରେ ମନୁ ୯୭ ପଏଣ୍ଟ ସ୍କୋର କରି ଚମତ୍କାର ଆରମ୍ଭ କରିଥିଲେ। ଦ୍ୱିତୀୟ ସିରିଜ୍‌ରେ ମଧ୍ୟ ସମାନ ୯୭ ପଏଣ୍ଟ ସହ ଚତୁର୍ଥ ସ୍ଥାନ ହାସଲ କରିଥିଲେ ଭାକର। ଅନ୍ୟ ପକ୍ଷରେ ରିଦିମ୍‌ ୨୬ ନମ୍ବର ସ୍ଥାନକୁ ଖସି ଆସିଥିଲେ। ତେବେ ତୃତୀୟ ସିରିଜ୍‌ରେ ୯୮ ପଏଣ୍ଟ ସହ ଟପ୍‌-୨କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପଞ୍ଚମ ସିରିଜ୍‌ରେ ଏକ ଖରାପ ଶଟ୍‌ ସହ ୮ ପଏଣ୍ଟ ସ୍କୋର କରି ଭାକର ତୃତୀୟ ସ୍ଥାନକୁ ଖସି ଆସିଥିଲେ ମଧ୍ୟ ଫାଇନାଲରେ ପ୍ରବେଶ କରି ପାରିଥିଲେ। ରବିବାର ଅପରାହ୍ନ ୩.୩୦ ମିନିଟରେ ମନୁଙ୍କ ଫାଇନାଲ ମ୍ୟାଚ୍‌ ଖେଳାଯିବ।
୧୦ ମିଟର ଏୟାର ପିସ୍ତଲ ଓ ଏୟାର ରାଇଫଲ ଇଭେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଉଭୟରେ ଭାରତକୁ ନିରାଶ ହେବାକୁ ପଡିଛି। ୧୦ ମିଟର ଏୟାର ରାଇଫଲ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ଏଲାଭେନିଲ ଭାଲାରିଭାନ-ସନ୍ଦୀପ ସିଂ ଓ ରମିତା ଜିନ୍ଦଲ-ଅର୍ଜୁନ ବବୁତା ଯୋଡ଼ି ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ। ରମିତା-ଅର୍ଜୁନ ୬୨୮.୭ ପଏଣ୍ଟର ସ୍କୋର ସହ ଷଷ୍ଠ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ଏଲାଭେନିଲ-ସନ୍ଦୀପଙ୍କ ଯୋଡ଼ି ୬୨୬.୩ ପଏଣ୍ଟ ସହ ୧୨ତମ ସ୍ଥାନରେ ଫିନିଶ କରିଥିଲେ। ରମିତା-ଅର୍ଜୁନଙ୍କ ଯୋଡ଼ି ମାତ୍ର ୧ ପଏଣ୍ଟ ପଛରେ ରହି ମେଡାଲ ରାଉଣ୍ଡ କଟ୍‌ ଅଫ୍‌ରୁ ବାଦ ପଡିଥିଲେ।
ଅନ୍ୟପକ୍ଷରେ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ସରବଜୋତ୍‌ ସିଂ ଅଳ୍ପକେ ଫାଇନାଲ ପ୍ରବେଶରୁ ବଞ୍ଚିତ ହୋଇଥିଲେ। ସରବଜୋତ୍‌ ଓ ଜର୍ମାନୀର ରବିନ୍‌ ଓ୍ବାଲଟର ସମାନ ୫୭୭ ପଏଣ୍ଟ ଲେଖାଏ ସ୍କୋର କରିଥିଲେ। ତେବେ ଅଧିକ ଇନ୍ନର ୧୦ ସ୍କୋର କରିଥିବା କାରଣରୁ ରବିନ୍‌ ଫାଇନାଲରେ ପ୍ରବେଶ କରିଥିଲେ। ରବିନ୍‌ ୧୭ ଓ ସରବଜୋତ୍‌ ୧୬ଟି ଇନର୍‌ ୧୦ ସ୍କୋର କରିଥିଲେ। ଅନ୍ୟତମ ଭାରତୀୟ ଅର୍ଜୁନ ସିଂ ଚିମା ୫୭୨ ପଏଣ୍ଟ ସ୍କୋର କରିଥିଲେ। ସେ ୧୦ ପର୍ଫେକ୍ଟ ୧୦ ସ୍କୋର ସହ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିଲେ, ତେବେ ଖରାପ ପ୍ରଦର୍ଶନ କରିବା ସହ ୧୮ତମ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?