Posted inଖେଳ

ନୀରଜଙ୍କ ପାଇଁ ହୃଦୟର କଥା କହିଦେଲେ ମନୁ ଭାକର: ମୁଁ ତୁମର…

ନୂଆଦିଲ୍ଲୀ,୧୬।୯: ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏକ ସେଣ୍ଟିମିଟର ପାଇଁ ଚାମ୍ପିଅନ ହେବାକୁ ବଞ୍ଚିତ ହୋଇଥିଲେ। ଏହା ପରେ ନୀରଜ ଏକ ପୋଷ୍ଟ ମାଧ୍ୟମରେ କହିଥିଲେ,ତାଙ୍କ ହାତରେ ଫ୍ରାକ୍ଚର ଅଛି ଏବଂ ଏହା ସତ୍ତ୍ୱେ ସେ ଖେଳିବାକୁ ଆସି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଚଳିତ ସିଜିନ୍‌ ଶେଷ ହୋଇଛି ଏବଂ ବର୍ତ୍ତମାନ ଆଗାମୀ ସିଜନରେ ଅଧିକ ଶକ୍ତିଶାଳୀ ଭାବେ ପ୍ରତ୍ୟାବର୍ତ୍ତନ କରିବି।

ଏହି ପୋଷ୍ଟରେ ପ୍ରଶଂସକଙ୍କ ଠାରୁ ଅନେକ ପ୍ରତିକ୍ରିୟା ଆସିଥିଲା ଏବଂ ସମସ୍ତେ ନୀରଜଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଏହି ପୋଷ୍ଟରେ ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସୁଟର ମନୁ ଭାକରଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ସେ ନୀରଜଙ୍କ ଟୁଇଟ୍‌କୁ ଶେୟାର କରି ଏହାର କ୍ୟାପସନରେ କିଛି ଲେଖିଛନ୍ତି ଯାହା ପ୍ରଶଂସକଙ୍କ ହୃଦୟ ଜିତିଛି।

ମନୁ ନୀରଜଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଆଘାତରୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ନୀରଜଙ୍କ ପୋଷ୍ଟର ପ୍ରତିକ୍ରିୟାରେ ସେ ଲେଖିଛନ୍ତି,୨୦୨୪ରେ ଏକ ଚମତ୍କାର ସିଜିନ୍‌ ପାଇଁ ନୀରଜଙ୍କୁ ଅଭିନନ୍ଦନ। ମୁଁ ତୁମର ଶ୍ରୀଘ୍ର ଆରୋଗ୍ୟ ସହ ଏବଂ ଆଗାମୀ ବର୍ଷରେ ଅଧିକ ସଫଳତା କାମନା କରୁଛି।

ମନୁଙ୍କ ନାମ ପ୍ୟାରିସ ଅଲିମ୍ପିକ ରୌପ୍ୟ ପଦକ ବିଜେତା ତଥା ଟୋକିଓ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସହ ଯୋଡା ଯାଇଥିଲା। ତେବେ ଏହାକୁ ତାଙ୍କ ପରିବାର ଖଣ୍ଡନ କରିଛନ୍ତି। ଏକ ଶୋ’ରେ ନୀରଜଙ୍କ ବିଷୟରେ ପ୍ରଶ୍ନ ପଚରାଯିବା ପରେ ମନୁ ରାଗିଯାଇ ଇଭେଣ୍ଟ ଛାଡିଥିଲେ।

ବ୍ରୁସେଲ୍ସରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚରେ ନୀରଜ ୮୭.୮୬ ମିଟର ଥ୍ରୋ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri