ଅଗଷ୍ଟ ୩୦ରେ ମନ କି ବାତ୍ କାର୍ଯ୍ୟକ୍ରମ, ବୁଥ୍‌ସ୍ତରରେ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାକୁ ଗୁରୁତ୍ୱ

ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ‘ମନ କି ବାତ’ କାର୍ଯ୍ୟକ୍ରମକୁ ନେଇ ଏକ କର୍ମଶାଳା ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲା ସଭାପତି ନୀଳମାଧବ ପାତ୍ର, ‘ମନ କି ବାତ’ ସଂଯୋଜକ ରାମଚନ୍ଦ୍ର ମିଶ୍ର ଓ ରାଜ୍ୟ ସଂଯୋଜକ ଠାକୁର ରଞ୍ଜିତ ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ପୋଲସରାର ‘ମନ କି ବାତ’ ସଂଯୋଜକ ଜ୍ୟୋତିର୍ମୟୀ ପଲେଇ, ଭଞ୍ଜନଗର ସଂଯୋଜକ ସରୋଜ ଗୌଡ଼ ଓ ସୋରଡ଼ା ସଂଯୋଜକ ଧରଣୀଧର ବେହେରାଙ୍କ ସମେତ ବହୁ ବରିଷ୍ଠ ନେତୃତ୍ୱ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ଜିଲା ପଦାଧିକାରୀ, ମଣ୍ଡଳ ପ୍ରଭାରୀ, ମଣ୍ଡଳ ସଭାପତି, ‘ମନ କି ବାତ’ ସଂଯୋଜକ, ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

ଆସନ୍ତା ୩୦ ଅଗଷ୍ଟରେ ପ୍ରସାରିତ ହେବାକୁ ଥିବା ‘ମନ କି ବାତ’ କାର୍ଯ୍ୟକ୍ରମକୁ ସଫଳ କରିବା ସହ ବୁଥ୍‌ସ୍ତରରେ ଏହାକୁ ଆହୁରି ସୁଦୃଢ଼ କରିବା ଉପରେ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା। କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ଅଂଶଗ୍ରହଣ ସହ ସାଧାରଣ ଜନତାଙ୍କୁ ଅଧିକ ସଂଖ୍ୟାରେ ଯୋଡ଼ି ‘ମନ କି ବାତ’ର ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା। କର୍ମଶାଳାରେ ଉପସ୍ଥିତ ନେତୃତ୍ୱ ଓ କାର୍ଯ୍ୟକର୍ତ୍ତାମାନେ ‘ମନ କି ବାତ’କୁ ଜନସାଧାରଣଙ୍କ ନିକଟତର କରିବା ଏବଂ ଏହାର ପ୍ରଭାବକୁ ଆହୁରି ବ୍ୟାପକ କରିବା ନେଇ ନିଜ ନିଜ ମତାମତ ଓ ପ୍ରସ୍ତାବ ରଖିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

ସମୁଦ୍ରକୁ ଶଙ୍ଖେ: ଶ୍ରୀବଣା ଗ୍ରାମରେ ଭୋକରେ ଛଟପଟ ବନ୍ୟା ବିପନ୍ନ, ପ୍ରଶାସନିକ ଅବହେଳା ଭିତରେ ସହାୟତା…

ଗଞ୍ଜାମ,୨୯।୧୦ (ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସମଗ୍ର ବ୍ଲକର ପ୍ରାୟ ୧୫ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ମଲାଡ଼ ପଞ୍ଚାୟତର ଶ୍ରୀବଣା ଗ୍ରାମ ବେଶ୍ କ୍ଷତିଗ୍ରସ୍ତ…

ଇଚ୍ଛାପୁର ବ୍ରିଜ୍‌ରେ ବନ୍ୟାଜଳ: ଛତ୍ରପୁର ଷ୍ଟେଶନରେ ଅଟକିଲା ଯଶୋବନ୍ଦପୁର-ହାୱଡ଼ା ଟ୍ରେନ୍, ଫସିଲେ ହଜାର ହଜାର…

ଛତ୍ରପୁର, ୨୯।୧୦ (ଦିଲ୍ଲୀପ ସାମଲ): ଇଚ୍ଛାପୁର ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁ ରେଳ ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବରେ ଯଶୋବନ୍ଦପୁର-ହାୱଡ଼ା…

୧୬ ନମ୍ବର ଜାତୀୟ ରାଜପଥରେ ୩ ଫୁଟ୍‌ର ପାଣି: ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ, ଟ୍ରକ୍ ଉପରେ ଜଳବନ୍ଦୀ ଥିବା ୧୮ ଜଣଙ୍କୁ…

ଗୋପାଳପୁର, ୨୯।୧୦ (ନବୀନ ରାଜ ଆଚାରୀ): ଗତ ତିନି ଦିନ ଧରି ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲାଗିରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।…

ଋଷିକୁଲ୍ୟାର କରାଳ ରୂପ: ବାହ୍ୟଜଗତରୁ ବିଚ୍ଛିନ୍ନ ପୁରୁଷୋତ୍ତମପୁର, ବୁଡ଼ିଲା ସରକାରୀ କାର୍ଯ୍ୟାଳୟ-ବଜାରଘାଟ, ରିଲିଫ୍ ଅପେକ୍ଷାରେ…

ପୁରୁଷୋତ୍ତମପୁର, ଅକ୍ଟୋବର ୨୯ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ବନ୍ୟା ଏକ ଭୟବହ ରୂପ ନେଇଛି। ତିନି ଦିନର ଲଗାଣ…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ବନ୍ୟାଞ୍ଚଳ ପରିଦର୍ଶନ କଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୨୯ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି। ଗୁରୁବାର ପୁରୁଣା ସ୍ଥାନରେ ପୁଣି ବଡ଼ ବଡ଼ ପଥର…

ବର୍ଷା ପବନରେ ଛିଡ଼ିଲା ବିଦ୍ୟୁତ୍‌ତାର, ୬ ମେଣ୍ଢା ସହ ଗୋଟିଏ ଛେଳିର ଜୀବନ ଗଲା

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡୁବୁଲି ଛକ ନିକଟରେ ଅଘଟଣ ଘଟିଛି। ବିଦ୍ୟୁତ୍‌ ଖୁଣ୍ଟ…

ଖବର ପ୍ରସାରଣ ପରେ ସନ୍ତୋଷୀଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁ ଗଞ୍ଜାମ ସହର ସାନ ବଜାରସ୍ଥିତ ଓ୍ବାର୍ଡ ନଂ ୭ ବାଲିସାହି ସନ୍ତୋଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?