ମନମୋହନଙ୍କ ବଡ଼ ଘୋଷଣା: କହିଲେ ଖୁବ୍‌ଶୀଘ୍ର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଖାଲି ପଡ଼ିଥିବା ପଦବୀରେ…

ଭୁବନେଶ୍ୱର,୯ା୭: ନବନିର୍ବାଚିତ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେଲା ବେଳେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଖୁବ୍‌ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଖାଲିପଡ଼ିଥିବା ୬ଟି ପଦବୀ ପୂରଣ ସହିତ ଖୁବଶୀଘ୍ର ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ହେବ ବୋଲି ମଧ୍ୟ ସଭାପତି କହିଛନ୍ତି।

ସୂଚନାଯୋଗ୍ୟ, ମନମୋହନ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସର୍ବସହମତିରେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିର୍ବାଚିତ କରାଯାଇଛି।

ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା, ଯେଉଁଠାରେ ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ବିଧିବଦ୍ଧ ଭାବେ ମନମୋହନଙ୍କ ନାମକୁ ରାଜ୍ୟ ସଭାପତି ଭାବେ ଘୋଷଣା କରିଥିଲେ।

୨୦୨୪ ବିଧାନସଭା ନିର୍ବାଚନରେ ମନମୋହନଙ୍କ ନେତୃତ୍ୱରେ ଭାଜପା ଓଡ଼ିଶାରେ ଐତିହାସିକ ବିଜୟ ହାସଲ କରି ଏକାକୀ ସରକାର ଗଠନ କରିଥିଲା। ତାଙ୍କ ନେତୃତ୍ୱ ଓ ରଣନୀତିକୁ ଦଳୀୟ କର୍ମୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ନିର୍ବାଚନ ସହିତ ମନମୋହନ ରାଜ୍ୟ ଭାଜପାର ମଙ୍ଗ ଧରି ନୂଆ ଇନିଂସ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?