ରାହୁଲଙ୍କ ଭବିଷ୍ୟତ ପାଇଁ ବିପଦ ନ ଥିଲେ ମନମୋହନ, ସେଥିପାଇଁ ସୋନିଆ କରିଥିଲେ ପ୍ରଧାନମନ୍ତ୍ରୀ: ଓବାମା

ୱାଶିଂଟନ/ନୂଆଦିଲ୍ଲୀ,୧୭ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ର୍ରପତି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ’ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ମା’ସୋନିଆ ଗାନ୍ଧୀ ତଥା ଦଳ ପାଇଁ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି । ଓବାମା ତାଙ୍କ ପୁସ୍ତକରେ ରାହୁଲଙ୍କୁ ଏକ ନର୍ଭସ ନେତା କରିଦେଇଥିବା ବେଳେ ଏବେ ତାଙ୍କ ମା’ ସୋନିଆଙ୍କ ପାଇଁ କହିଛନ୍ତି ଯେ ସୋନିଆ ଗାନ୍ଧୀ ଏଇଥିପାଇଁ ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ କାରଣ ସେ ରାହୁଲଙ୍କ ପାଇଁ ବିଦପ ନ ଥିଲେ । ସୋନିଆ ଗାନ୍ଧୀ ବୁଝିସୁଝି ମନମୋହନଙ୍କୁ ପ୍ରଧାନମନ୍ତ୍ରୀ ଦାୟି୍‌ତ୍ୱ ଦେଇଥିଲେ । ଓବାମା ଲେଖିଛନ୍ତି ଜଣେ ନୁହେଁ ବରଂ କେତେଜଣ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବା କଥା ହେଲା ସୋନିଆ ଜାଣିଥିଲେ ମନମୋହନ ତାଙ୍କ ପୁଅ ରାହୁଲଙ୍କ ପାଇଁ କଣ୍ଟା ହେବେ ନାହିଁ । କାରଣ କୌଣସି ରାଷ୍ଟ୍ରୀୟ ରାଜନେତା ତଥା ବରିଷ୍ଠ ଶିଖ ତାଙ୍କ ୪୮ ବର୍ଷୀୟ ପୁଅ ପାଇଁ ବିପଦ ସାଜିବେ ନାହିଁ । ଯେ କି ଆସନ୍ତା ଦିନରେ ଦଳର ମୁଖ୍ୟ ହେବାକୁ ପ୍ରସ୍ତୁତ ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସିନେଟରଙ୍କ ସ୍ତ୍ରୀଙ୍କୁ ଭୁଲ ମାଗିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରବିବାର ଆମେରିକାର ହ୍ୟୁଷ୍ଟନଠାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ବିଶ୍ୱରେ ମୋଦିଙ୍କ ଲୋକପ୍ରିୟତା କାହାକୁ ଅଛପା ନାହିଁ। ବ୍ୟବହାର...

ପ୍ରଥମଥର ମୁଖ୍ୟମନ୍ତ୍ରୀ ସିଂହାସନରେ ବସିବେ ଷ୍ଟାଲିନ୍‌: ୭ରେ ନେବେ ଶପଥ

ଚେନ୍ନାଇ,୩।୫: ଡିଏମକେ ସଭାପତି ଏମ.କେ ଷ୍ଟାଲିନ ଆସନ୍ତା ମେ ୭ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ...

ଚାଇନାରେ ପୁଣି କରୋନା ବିସ୍ଫୋଟ

ବେଜିଂ,୧୩।୩: ଚାଇନାରେ କରୋନା ମହାମାରୀ ପୁଣି ବ୍ୟାପିଛି। ଦକ୍ଷିଣ ଚାଇନା ବୈଷୟିକ ହବ୍‌ କୁହାଯାଉଥିବା ଶେନଜେନ୍‌ରେ ସୋମବାରଠାରୁ କଡା ଲକଡାଉନ୍‌ ଘୋଷଣା କରିଛନ୍ତି ଜିନପିଙ୍ଗ ସରକାର।...

ବିଜୁଳି ନ ଥିବା ଗାଁରେ ପହଞ୍ଚିଲା ବିଜୁଳି ବିଲ୍‌

ବଳରାମପୁର,୨୧।୯: ସ୍ବାଧୀନତାର ୭୨ ବର୍ଷ ବିତି ଯାଇଥିବା ବେଳେ ଛତିଶଗଡ଼ ସନଓ୍ବାଲ ଗାଁର ପାଟେରି ପଡାରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୋକ ପହଞ୍ଚିପାରି ନାହିଁ। ସେଠାକାର...

ଚଳନ୍ତା ବସ୍‌ ଉପରେ ରାଗ ଶୁଝାଇଲା ହାତୀ, ଭାଙ୍ଗିଲା ଝରକା; ଆଉ ତା’ ପରେ…

ଚେନ୍ନାଇ,୨୯ା୯: ଏକ ହାତୀ ଯେ, ରାଗିଲେ କ’ଣ ସବୁ କ୍ଷତି ଘଟାଇପାରେ ତାହାର ଝଲକ ଦେଖିବାକୁ ମିଳିଛି ଏକ ଭିଡିଓରେ। ସୋସିଆଲ ମିଡିଆରେ ଏହି ଭିଡିଓଟି...

କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗିରି: ଇଞ୍ଜିନିୟରଙ୍କୁ ଫୋପାଡିଲେ କାଦୁଅ

ମୁମ୍ବାଇ, ୪।୭: ନଗର ନିଗମ ଅଧିକାରୀଙ୍କୁ ବ୍ୟାଟ୍‌ରେ ପିଟି ଭାଜପା ବିଧାୟକ ଜେଲ୍‌ ଯିବାକଥା ମନରୁ ନ ଲିଭୁଣୁ ପୁଣି ଜଣେ କଂଗ୍ରେସ ବିଧାୟକ ଇଞ୍ଜିନିୟରଙ୍କୁ...

ଭାରତ ବିଶ୍ୱକୁ ଔଷଧ ଯୋଗାଉଥିବା ବେଳେ ପାକିସ୍ତାନ ଦେଉଛି ଆତଙ୍କବାଦ: ସେନାମୁଖ୍ୟ

ଶ୍ରୀନଗର,୧୭।୪: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି। ଭାରତ ଏହି ସମୟରେ ବିଶ୍ୱର ବିଭିନ୍ନ ଦେଶକୁ ଔଷଧ ଯୋଗାଉଥିବା ବେଳେ ପାକିସ୍ତାନ କିନ୍ତୁ...

ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ଅଭାବ: ବିଶ୍ରାମାଗାରରେ ଅମ୍ଳଜାନ ଲାଗି ହେଉଛି ଚିକିତ୍ସା

ପୁଣେ,୭।୪: ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗିନ ହୋଇପଡିଛି। ରାଜ୍ୟର ଅଧିକାଂଶ ଜିଲାରେ ପରିସ୍ଥିତି ଅନିୟନ୍ତ୍ରିତ ହେବାରେ ଲାଗିଛି। ପୁଣେରେ ଏହାର ଦୃଶ୍ୟ ଦେଖିବାକୁ ମିଳିଛି। ବାସ୍ତବରେ...

Advertisement
Archives

Model This Week