ଶ୍ରୀମୟୀଙ୍କ ସସ୍‌ପେଣ୍ଡକୁ ନେଇ ମୁହଁ ଖୋଲିଲେ ମନ୍ମଥ, କହିଲେ ନବୀନଙ୍କ ବିନା ସେ…

ଭୁବନେଶ୍ୱର,୨୪।୯: ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ନେତା ମନ୍ମଥ ରାଉତରାୟ ଆହ୍ବାନ ଦେଇଛନ୍ତି। ମନ୍ମଥ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ବିନା ଏବେ ନେତ୍ରୀ ହୋଇ ପ୍ରମାଣିତ କରନ୍ତୁ। ଏଭଳି ନେତା ବିଜେଡି ପାଇଁ ନିର୍ବାଚନରେ ବୀଭିଷଣ ହୋଇଥିଲେ। ଶଙ୍ଖଭବନରେ ଆପତ୍ତିଜନକ ଆଚରଣ ସିସିଟିଭିରେ କଏଦ ହୋଇଛି। ଦଳ ତାଙ୍କୁ ସସ୍‌ପେଣ୍ଡ କରି ଯଥାର୍ଥ ନିଷ୍ପତ୍ତି ନେଇଛି ।

ସେପଟେ, ବିଜେଡିରୁ ନିଲମ୍ବନ ପରେ ପୁଣି ବର୍ଷିଛନ୍ତି ଶ୍ରୀମୟୀ ମିଶ୍ର। ଏହା ଗଣତନ୍ତ୍ରର ଅପମାନ ବୋଲି ସୋସିଆଲ ମିଡ଼ିଆ ପୋଷ୍ଟରେ ଶ୍ରୀମୟୀ କହିଛନ୍ତି। ଶ୍ରୀମୟୀ କହିଛନ୍ତି, ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ ଦେଉ। ଭୋଟର ଆଇଡି ଏବଂ ଏପିକ ନମ୍ବର ଆବଶ୍ୟକ କରୁ। ସଭାପତି ଭୋଟ ଦେବାକୁ ହେଲେ ସଦସ୍ୟତା ନମ୍ବର ଥିବା ଉଚିତ୍‌। ଯଦି ସଦସ୍ୟଙ୍କ ନମ୍ବର ନାହିଁ, ତେବେ ର୍ନିବାଚନ ନିୟମାନୁମୋଦିତ ନୁହେଁ। ଦଳ ଦ୍ୱାରା ପରିଚାଳିତ ର୍ନିବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା। ଯାହାକି ଗଣତନ୍ତ୍ର ପ୍ରତି ଅପମାନ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।

ଦଳ ବିରୋଧ କାର୍ଯ୍ୟ ଯୋଗୁ ମଙ୍ଗଳବାର ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ନିଲମ୍ବନ କରିଥିଲା। ଏନେଇ ବିଜେଡି କାର୍ଯ୍ୟାଳୟ ତରଫରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା। ମହିଳା ବ୍ୟାପାର ସାଧାରଣ ସଂପାଦିକା ଥିଲେ ଶ୍ରୀମୟୀ। ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ। ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ପ୍ରସଙ୍ଗ ଉଠାଇ ପରୋକ୍ଷରେ ବିଜେଡିକୁ ଟାର୍ଗେଟ କରିଥିଲେ। ସିଧାସିଧା କୌଣସି ବ୍ୟକ୍ତିବିଶେଷ କିମ୍ବା ଦଳ ନା ନେଇନଥିଲେ ମଧ୍ୟ ଶ୍ରୀମୟଙ୍କ ପୋଷ୍ଟ ଯୋଗୁଁ ବିଜେଡି ଖପ୍ପା ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ଟଙ୍କା ପାଇଁ ଖଣ୍ଡଯୁଦ୍ଧ: ଆକ୍ରମଣ ପ୍ରତି ଆକ୍ରମଣରେ ୫ ଆହତ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଲ୍ଲୀ ସାମନ୍ତରାପୁର ଗ୍ରାମରେ ୫ ହଜାର ଋଣ ଟଙ୍କା ପରିଶୋଧକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଛି।ଏହି ଆକ୍ରମଣ…

ବିଭିନ୍ନ ରାଜ୍ୟରେ ଭାଜପାର ବିପୁଳ ବିଜୟ: ବାଣ ଫୁଟାଇ, ମିଠା ବାଣ୍ଟି ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ଭାଜପାକର୍ମୀ

ଗଞ୍ଜାମ,୪।୫(ଅନାଥ ତରାଇ): ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଏକତରଫା ଓ ଚିତ୍ତାକର୍ଷକ ବିଜୟକୁ ନେଇ ଆଜି ଗଞ୍ଜାମ ମଣ୍ଡଳ ପକ୍ଷରୁ ଏକ…

ଦିଲ୍ଲୀ ଗ୍ରସ୍ତ ସ୍କିପ୍‌ କଲେ ଧୋନୀ

ଚେନ୍ନାଇ,୪ା୫: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପୂର୍ୱତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳ ସହିତ ପରବର୍ତ୍ତୀ ମ୍ୟାଚ୍‌ ଲାଗି ଦିଲ୍ଲୀ ଯାତ୍ରା କରି ନାହାନ୍ତି। ସିଏସ୍‌କେ…

ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି: ଏହି ସବୁ ସମସ୍ୟାର ସମାଧାନ ପାଇଁ ଗୁହାରି କଲେ ଲୋକେ

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମାରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା ।…

ଆଜି ମୋ ଝିଅକୁ ନ୍ୟାୟ ମିଳିଛି… ଆରଜି କର ପୀଡ଼ିତାଙ୍କ ମା’ଙ୍କ ବଡ଼ ମନ୍ତବ୍ୟ: ଆଗକୁ…

କୋଲକାତା,୪।୫: ଉତ୍ତର ୨୪ ପରଗଣାର ପାଣିହାଟି ବିଧାନସଭା ଆସନ ପଶ୍ଚିମବଙ୍ଗ ନିର୍ବାଚନ ୨୦୨୬ରେ ସବୁଠାରୁ ଅଧିକ ନଜର ରଖାଯାଇଥିବା ଆସନ ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି।…

ଯେଉଁଠାରେ ଝାଲମୁଡ଼ି ଖାଇଥିଲେ ପ୍ରଧାନମନ୍ତ୍ରୀ ମୋଦି, ସେଇ ନିର୍ବାଚନମଣ୍ଡଳୀରେ କିଏ ମାରିଲା ବାଜି, ଜାଣନ୍ତୁ…

କୋଲକାତା,୪।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ରାଜନୈତିକ ବିଶ୍ଳେଷକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଝାରଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀ (ସିଟ ନମ୍ବର ୨୨୨) ସବୁଠାରୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ। ଭାଜପା…

ମୁଖ୍ୟ ସଚିବଙ୍କ ବଡ଼ ପଦକ୍ଷେପ: ପଶ୍ଚିମବଙ୍ଗରେ ଫାଇଲ ସ୍ଥାନାନ୍ତର ମନା

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଆସିଥିବା ବେଳେ ଭାଜପା ସନ୍ଧ୍ୟା ସୁଦ୍ଧା ୨୦୪ ଆସନରେ ଆଗୁଆ ଥିବାବେଳେ ଟିଏମ୍‌ସି ୮୩ ଆସନରେ ଆଗୁଆ ରହିଛି। ଏହି…

ଯୌତୁକ ନିର୍ଯାତନା: ସାବିତ୍ରୀ ଅମାବାସ୍ୟା ଦିନ ସ୍ତ୍ରୀଙ୍କୁ ପିଟିଥିଲେ ହାତୁଡିରେ, ଏବେ ଆସିଲା ରାୟ

ବ୍ରହ୍ମପୁର,୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଆସିଷ୍ଟାଣ୍ଟ ସେସନ ଜଜ୍‌ (ସ୍ବତନ୍ତ୍ର ଟ୍ରାକ କୋର୍ଟ) ସୌଦାମିନୀ ସିଂ ଏକ ଯୌତୁକ ନିର୍ଯାତନା ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri