ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ ମାଞ୍ଜା ଗୁଡ଼ି ସୂତା ଆସି ଗୁଡ଼ାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ତଥା ପୁତୁରା ଦେବୀ କଲ୍ୟାଣ ଆଚାର୍ଯ୍ୟ(୩୦) ଗୁରୁତର ଭାବେ ଆହତ ହୋଇଥିବା ବେଳେ ପିଉସୀ ଆଶଲତା ଆଚାର୍ଯ୍ୟ ସାମାନ୍ୟ ଆହତ ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପିଉସୀଙ୍କୁୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ପୁତୁରାଙ୍କ ରକ୍ତସ୍ରାବ ନ କମିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଆଗାମୀ ମକର ସଂକ୍ରାନ୍ତି ପାଇଁ ପ୍ରତ୍ୟେକ ଦିନ ଶହ ଶହ ଗୁଡ଼ି ମାଞ୍ଜା ଲାଗିଥିବା ବ୍ୟବହାର କରାଯାଉଛି। ସ୍ଥାନୀୟ ପୋଲିସ ଏହା ଉପରେ ଗୁରୁତ୍ୱ ଦେଇଥିଲେ ହୁଏତ ଏଭଳି ଘଟଣା ଘଟି ନ ଥାନ୍ତା ବୋଲି ଆହତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବରପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୪୨ ମୌଜା ଅଞ୍ଚଳରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ…

ତୃତୀୟ ଥର କେମିତି ପ୍ରେମରେ ପଡ଼ିଥିଲେ ଆମିର, ଜାଣନ୍ତୁ ଗୌରୀଙ୍କ ସହ ଭେଟର କାହାଣୀ-ଲଭ୍‌ଷ୍ଟୋରୀ

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ଟନିଷ୍ଟ’ ଆମିର ଖାନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧିହେବେ। ଆସନ୍ତା ଜୁଲାଇ ୫ ତାରିଖରେ ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍‌ଙ୍କ…

ବାଣୀବିହାର ଡ୍ରେନ୍‌ରେ ଭାସିଗଲେ ଯୁବକ, ଅଗ୍ନିଶମ ବାହିନୀର ଚାଲିଛି ଖୋଜାଖୋଜି

ଭୁବନେଶ୍ୱର, ୪।୭: ରାଜଧାନୀରେ ବର୍ଷା ଆରମ୍ଭ ହେଉ ହେଉ ଏକ ଅଘଟଣ ଘଟିଛି। ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଥିବା ପ୍ରମୁଖ ଡ୍ରେନ୍‌ରେ ପ୍ରବଳ ସ୍ରୋତରେ ଭାସି ଜଣେ…

ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ରଙ୍କ ହୁମ୍ମା ରେଳ ଷ୍ଟେଶନ ଗ୍ରସ୍ତ, ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଗଞ୍ଜାମ,୪।୭,(ବିଦ୍ୟାଧର ସାହୁ ): ବରିଷ୍ଟ ବିଜେଡ଼ି ନେତା ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ହୁମ୍ମା ରେଳ ଷ୍ଟେଶନରେ ପହଞ୍ଚି ଯାତ୍ରୀଙ୍କ ସୁବିଧା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri