Posted inଜାତୀୟ

‘ଭାଜପା ଅଫିସ୍‌ ଉପରେ ବୁଲଡୋଜର ଚଳାଇବା ଉଚିତ୍‌’

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରୀରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ଏନେଇ ରାଜନୀତି ସରଗରମ ହୋଇଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଭାଜପା କାରଣରୁ ଦେଶର ସବୁଆଡେ ଗଣ୍ଡଗୋଳ ଘଟୁଛି। ଆଜିକାଲି ସମଗ୍ର ଦେଶରେ ଭାଜପା ଏକ ନୂଆ ରାଗ ଆରମ୍ଭ କରିଛି। ଆପଣ ଯେଉଁ ଆଡେ ବି ଦେଖିବେ, ଭାଜପା ଶିକ୍ଷା, ରୋଜଗାର ଏବଂ ମୁଦ୍ରାସ୍ଫୀତି ବିଷୟରେ କଥାବାର୍ତ୍ତା ନ କରି ଗୁଣ୍ଡାଗର୍ଦ୍ଦି ବିଷୟରେ ଆଲୋଚନା କରୁଛି। ଭାଜପା ଏକ ଅରାଜକତାର ବାତାବରଣ ସୃଷ୍ଟି କରିଛି। ଏହି ଅରାଜକତାକୁ ବନ୍ଦ କରିବାର ସରଳ ଉପାୟ ହେଉଛି ଭାଜପା ମୁଖ୍ୟାଳୟରେ ବୁଲଡୋଜର ଚଳାଇବା।
ସୂଚନା ଅନୁଯାୟୀ, ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରୀରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନ୍‌ସିପାଲ କର୍ପୋରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। ଏପ୍ରିଲ ୨୦ ଏବଂ ୨୧ ଦୁଇଦିନ ଧରି ସ୍ବତନ୍ତ୍ର ଯୁଗ୍ମ ବେଆଇନ ଉଚ୍ଛେଦ କାର୍ଯ୍ୟକ୍ରମ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଥିଲା। ଏହି ନୋଟିସ ଆସିବା ପରେ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ଆବଶ୍ୟକ ସମୟ ନ ଦେଇ ଉଚ୍ଛେଦ କାର୍ଯ୍ୟକ୍ରମ ପାଇଁ ମ୍ୟୁନ୍‌ସିପାଲଟି ସଜବାଜ ହେଉଥିବା ବେଳେ ଏହା ଉପରେ ସୁମ୍ରିମକୋର୍ଟ। ରୋକ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନ ଆତଙ୍କବାଦୀଙ୍କ ଧମକ

ଶିମଲା,୧୦ ।୫: ପଞ୍ଜାବ ମୋହାଲିର ଇଣ୍ଟଲିଜେନ୍ସ ହେଡକ୍ୱାଟରରେ ହୋଇଥିବା ଆକ୍ରମଣ ପରେ ଏବେ ଖଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ସିଖ ଫର ଜଷ୍ଟିଶ ପକ୍ଷରୁ ହିମାଚଳ ପ୍ରଦେଶର...

ହାଲ୍‌ ଯୋଗାଇବ ୮୩ ତେଜସ୍‌ ଯୁଦ୍ଧ ବିମାନ

ବେଙ୍ଗାଲୁରୁ, ୩।୨: କର୍ନାଟକର ବେଙ୍ଗାଲୁରୁରେ ଜାରି ରହିଥିବା ଏରୋ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଏୟାର ଶୋରେ ହିନ୍ଦୁସ୍ଥାନ ଏରୋନ୍ୟୁଟିକ୍ସ୍‌ ଲିମିଟେଡ୍‌(ହାଲ୍‌)କୁ ୮୩ ତେଜସ୍‌ ଯୁଦ୍ଧ ବିମାନ ଯୋଗାଇବା...

ସଖୀକଣ୍ଢେଇ ଅଧ୍ୟକ୍ଷ ହେଲେ କଂଗ୍ରେସ ତିଷ୍ଠିବ ନାହିଁ: ଚଭନ

ନୂଆଦିଲ୍ଲୀ,୨୯।୮ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ରବିବାର ତାରିଖ ଘୋଷଣା ହୋଇଥିବାବେଳେ ଯଦି ଜଣେ ସଖୀକଣ୍ଢେଇକୁ ଅଧ୍ୟକ୍ଷ ପଦରେ ବସାଇ ଦିଆଯାଏ, ତେବେ ଦଳ...

କଏଦୀ ପିତାଙ୍କ ସହ ଜେଲରେ ରହୁଥିଲେ ଶିଶୁ: ଜିଲାପାଳ ବଦଳାଇଦେଲେ ଜୀବନ

ରାୟପୁର, ୨୦।୬: ଛତିଶଗଡର ବିଳାଶପୁରରେ ଜଣେ ୬ ବର୍ଷର ଝିଅ ଜୀବନ ବଦଳାଇ ଦେଇଛନ୍ତି ଜିଲାପାଳ। ଝିଅଟିର ଜନ୍ମ ପରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା।...

କୁଶଓ୍ବାହାଙ୍କ ପାର୍ଟି ଜେଡ଼ିୟୁରେ ବିଲୟ

ପାଟନା,୧୪।୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶଓ୍ବାହାଙ୍କ ରାଜନୈତିକ ଦଳ ରାଷ୍ଟ୍ରୀୟ ଲୋକସମତା ପାର୍ଟିର ବିଲୟ ଜନତାଦଳ ୟୁନାଇଟେଡ୍‌ ( ଜେଡ଼ିୟୁ)ରେ ହୋଇଛି। ଏନେଇ ଔପଚାରିକ ଭାବେ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଲକ୍ଷ୍ନୌ,୨୭।୮: ଉତ୍ତରପ୍ରଦେଶର ଇଟାୱା ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ବସ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବାରୁ ୪...

ଉଦ୍ଧବ ସରକାର ମହାବିନାଶକାରୀ : କଙ୍ଗନା

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ବିରୋଧରେ ପୂର୍ବରୁ ସ୍ୱର ଉଠାଇଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ପୁଣିଥରେ ଠାକରେଙ୍କ ଉପରେ ଖପ୍ପା ହୋଇଛନ୍ତି ।...

ଅକ୍ଟୋବରରେ ଡେରା ମୁଖ୍ୟ ରାମ ରହିମଙ୍କୁ ମିଳିଥିଲା ‘ଗୁପ୍ତ’ ପାରୋଲ!

ଚଣ୍ଡିଗଡ଼,୭ ।୧୧: ବଳାତ୍କାର ଓ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଅକ୍ଟୋବର ୨୪ରେ ଗୋଟିଏ...

Advertisement
Archives

Model This Week