Posted inଜାତୀୟ

ମଣିପୁରରେ ମୈତେଇ-କୁକି-ନାଗା ସମ୍ପ୍ରଦାୟର ସଂଘର୍ଷ କେବେଠାରୁ ହୋଇଥିଲା ଆରମ୍ଭ, ଜାଣନ୍ତୁ ତା’ର ଇତିହାସ

ଇମ୍ଫାଲ,୩୧।୫:ମାସେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ସେନା କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୪୦ଉଗ୍ରପନ୍ଥୀ ନିହତ ହେବା ନେଇ ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ କୁକି ଜାତୀୟ ସଂଗଠନ (କେଏନଓ) ମୁଖ୍ୟମନ୍ତ୍ରୀଙ୍କ ସରକାରୀ ସ୍ତରରେ ମୃତକଙ୍କ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛି।

ମଣିପୁର ଦେଶର ସବୁଠାରୁ ପୁରୁଣା ଉଗ୍ରପନ୍ଥୀ ଆନ୍ଦୋଳନକୁ ନେଇ ଚର୍ଚ୍ଚାରେ ରହି ଆସୁଛି। ୧୯୫୦ ଦଶକରେ ନାଗା ଜନଜାତିମାନେ ସ୍ବତନ୍ତ୍ର ‘ନାଗାଲିମ’ ରାଜ୍ୟ ପାଇଁ ଆନ୍ଦୋଳନ କରିଥିଲେ। ଯାହା ମଣିପୁରର କିଛି ଅଂଶକୁ ପ୍ରଭାବିତ କରିଥିଲା। ତେବେ ଏହି ଆନ୍ଦୋଳନ ସହ ସଂପୃକ୍ତ ଥିବା ‘ନାଶନାଲ ସୋସିଆଲିଷ୍ଟ କାଉନ୍‌ସିଲ୍‌ ଅଫ୍‌ ନାଗାଲାଣ୍ଡ’ (ଏନଏସସିଏନ୍‌-ଆଇଏମ୍‌)୧୯୯୭ରେ ଭାରତ ସରକାରଙ୍କ ସହ ଅସ୍ତ୍ରବିରତି ଚୁକ୍ତି କରିଥିଲା।

ତେବେ ସେତେବେଳେ ଆନ୍ଦୋଳନ ଉଗ୍ର ଥିବା ସମୟରେ ମଣିପୁରର ମୈତେଇ ସମ୍ପ୍ରଦାୟର ଜନଜାତି ମଣିପୁରର ମହାରାଜା ବୋଧଚନ୍ଦ୍ର ସିଂହ ଏବଂ ଭାରତ ସରକାରଙ୍କ ମଧ୍ୟରେ ହୋଇଥିବା ମିଶ୍ରଣ ଚୁକ୍ତିନାମାକୁ ବିରୋଧ କରିଥିଲେ। ୧୯୬୪ ମସିହାରେ ‘ୟୁନାଇଟେଡ ନାଶନାଲ ଲିବରେଶନ ଫ୍ରଣ୍ଟ’ (ୟୁଏନଏଲଏଫ)ର ଗଠନ କରାଯାଇଥିଲା। ଯାହା ଭାରତରୁ ବିଚ୍ଛିନ୍ନ ହୋଇ ଏକ ଅଲଗା ରାଜ୍ୟ ଗଠନ କରିବାକୁ ଦାବି କରିଥିଲା। ଏହା ପରେ ଅନେକ ମୈତେଇ ବିଦ୍ରୋହୀ ଗୋଷ୍ଠୀ ଗଠନ ହୋଇଥିଲା।

କୁକି-ଜୋମି ସମ୍ପ୍ରଦାୟରେ କୁକିମାନଙ୍କ ବିରୋଧରେ ନାଗାମାନେ ଆକ୍ରମଣାତ୍ମକ ମନୋଭାବ ରଖୁଥିଲେ। ୧୯୯୩ରେ ‘ଏନଏସସିଏନ-ଆଇଏନ’ ଦ୍ୱାରା ହୋଇଥିବା ନରସଂହାରରେ ବହୁ କୁକି ଜନଜାତି ଭୂମିହୀନ ହୋଇଥିଲେ। ଏହାପରେ କୁକି-ଜୋମି ଜନଜାତି ଅନେକ ସଶସ୍ତ୍ର ସଂଗଠନ ଗଠନ କରିଥିଲେ।

ପ୍ରାୟ ସେହି ସମୟରେ ମୈତେଇ ହିନ୍ଦୁ ଜନଜାତି ଏବଂ ମୈତେଇ ପୋଙ୍ଗାଲ (ମୁସଲମାନ) ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷ ଯୋଗୁ ଇସଲାମବାଦୀ ଗୋଷ୍ଠୀ ‘ପିପୁଲ୍ସ ୟୁନାଇଟେଡ ଲିବରେଶନ ଫ୍ରଣ୍ଟ’ ସମେତ ଅନେକ ସଂଗଠନ ଗଠନ ହୋଇଥିଲା। ତେବେ ଏହି ଗୋଷ୍ଠୀଗୁଡ଼ିକ ଆଉ ଏହି ଅଞ୍ଚଳରେ ସକ୍ରିୟ ନାହାନ୍ତି।

ନାଗା ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭାରତ ସରକାର ୧୯୫୮ ମସିହାରେ ‘ଆମର୍‌ଡ ଫୋର୍ସ ସ୍ପେିସିଆଲ ପାଓ୍ପାର୍‌ ଆକ୍ଟ’ (ଏଏଫ୍‌ଏସପିଏ)ଲାଗୁ କରିଥିଲେ। ଯାହାଦ୍ୱାରା ଆର୍ମି ଫୋର୍ସ ଏବଂ ସେଣ୍ଟ୍ରାଲ୍‌ ଆର୍ମି ଫୋର୍ସଙ୍କୁ ମୁତୟନ କରାଯାଇଥିଲା। ଏହି ନିୟମ ଲାଗୁ କରାଯାଇଥିବା ଅଞ୍ଚଳକୁ ‘ଡିଷ୍ଟ୍ରବ ଏରିଆ’ ଭାବେ ଚିହ୍ନଟ କରାଯାଉଥିଲା। କିଛି ବିଶୃଙ୍ଗଳା ଦେଖାଗଲେ ଘଟଣାସ୍ଥଳରେ ଅଭିଯୁକ୍ତଙ୍କୁ ଗୁଳି କରିବା ଏବଂ ବିନା ଓ୍ବାରେଣ୍ଟରେ ଗିରଫ କରିବା ନେଇ ନିୟମ ହୋଇଥିଲା

ପ୍ରାରମ୍ଭରେ ଏହା ନାଗାଲାଣ୍ଡ ଏବଂ ମଣିପୁରର କିଛି ଅଂଶରେ କାର୍ଯ୍ୟକାରୀ କରାଯାଇଥିଲା। ଘାଟିରେ ଚାଲିଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହି ନିୟମକୁ ପରେ ସମଗ୍ର ରାଜ୍ୟରେ ଲାଗୁ କରାଯାଇଥିଲା। ୧୯୮୦ମସିହାରେ ମଣିପୁରକୁ ‘ଡିଷ୍ଟ୍ରବ ଏରିଆ’ ଜୋନ୍‌ ଭାବରେ ଘୋଷଣା କରାଯାଇଥିଲା। ୨୦୦୮ରେ କେନ୍ଦ୍ର, ରାଜ୍ୟ ଏବଂ କୁକି-ଜୋମି ସମ୍ପଦ୍ରାୟ ମଧ୍ୟରେ ତ୍ରିପାକ୍ଷିକ ସସ୍‌ପେନସନ ଅଫ୍‌ ଅପରେସନ (ଏସଓଓ) ଚୁକ୍ତି ପରଠାରୁ ବିଭିନ୍ନ ଶାନ୍ତି ଆଲୋଚନା ହୋଇଥିଲା। ତେବେ ଧିରେ ଧିରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିବା ଯୋଗୁ ଅନେକ ଅଞ୍ଚଳରୁ ଏଏଫ୍‌ଏସପିଏକୁ ପ୍ରତ୍ୟାହାର କରାଯାଇଥିଲା।
ସମସ୍ତ ମୈତେଇ ବିଦ୍ରୋହୀ ଗୋଷ୍ଠୀର ୟୁଏନଏଲଏଫ ଗୋଷ୍ଠୀ ଘାଟିରେ ଅଧିକ ସକ୍ରିୟ ଏବଂ ଶକ୍ତିଶାଳୀ ଗୋଷ୍ଠୀ ଅଟେ। ଘାଟିରେ ଥିବା ଏହି ସଂଗଠନ ସୁରକ୍ଷା ବାହିନୀକୁ ବାରମ୍ବାର ଆକ୍ରମଣ କରିଛନ୍ତି। ଏହି ସଂଗଠନର ଯବାନମାନେ ପ୍ରାରମ୍ଭିକ ତାଲିମ ଏନଏସସିଏନ-ଆଇଏମ୍‌ ଠାରୁ ଗ୍ରହଣ କରିଛନ୍ତି। ସେହିପରି କେସିପି ଏବଂ କଓ୍ବୋଇକେଏଲ ପରି ଅନ୍ୟ ଶକ୍ତିଶାଳୀ ଗୋଷ୍ଠୀଗୁଡ଼ିକ ପରବର୍ତ୍ତୀ ମୂହୁର୍ତ୍ତରେ ସୃଷ୍ଟି ହୋଇଛନ୍ତି। ବର୍ମା ଅଞ୍ଚଳରୁ ଏହି ସଂଗଠନକୁ ଅପରେଟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ନିର୍ବାଚନ: ଭୋଟ ବର୍ଜନ କରି ଅନଶନରେ ବସିଲେ ଗ୍ରମାବାସୀ

ନୋଏଡା,୧୯।୪: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୮ଟି ଆସନରେ ମତଦାନ ଚାଲିଛି। ଶୁକ୍ରବାର ୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।...

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri