Posted inଜାତୀୟ

ମଣିପୁରରେ ମୈତେଇ-କୁକି-ନାଗା ସମ୍ପ୍ରଦାୟର ସଂଘର୍ଷ କେବେଠାରୁ ହୋଇଥିଲା ଆରମ୍ଭ, ଜାଣନ୍ତୁ ତା’ର ଇତିହାସ

ଇମ୍ଫାଲ,୩୧।୫:ମାସେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ସେନା କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୪୦ଉଗ୍ରପନ୍ଥୀ ନିହତ ହେବା ନେଇ ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ କୁକି ଜାତୀୟ ସଂଗଠନ (କେଏନଓ) ମୁଖ୍ୟମନ୍ତ୍ରୀଙ୍କ ସରକାରୀ ସ୍ତରରେ ମୃତକଙ୍କ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛି।

ମଣିପୁର ଦେଶର ସବୁଠାରୁ ପୁରୁଣା ଉଗ୍ରପନ୍ଥୀ ଆନ୍ଦୋଳନକୁ ନେଇ ଚର୍ଚ୍ଚାରେ ରହି ଆସୁଛି। ୧୯୫୦ ଦଶକରେ ନାଗା ଜନଜାତିମାନେ ସ୍ବତନ୍ତ୍ର ‘ନାଗାଲିମ’ ରାଜ୍ୟ ପାଇଁ ଆନ୍ଦୋଳନ କରିଥିଲେ। ଯାହା ମଣିପୁରର କିଛି ଅଂଶକୁ ପ୍ରଭାବିତ କରିଥିଲା। ତେବେ ଏହି ଆନ୍ଦୋଳନ ସହ ସଂପୃକ୍ତ ଥିବା ‘ନାଶନାଲ ସୋସିଆଲିଷ୍ଟ କାଉନ୍‌ସିଲ୍‌ ଅଫ୍‌ ନାଗାଲାଣ୍ଡ’ (ଏନଏସସିଏନ୍‌-ଆଇଏମ୍‌)୧୯୯୭ରେ ଭାରତ ସରକାରଙ୍କ ସହ ଅସ୍ତ୍ରବିରତି ଚୁକ୍ତି କରିଥିଲା।

ତେବେ ସେତେବେଳେ ଆନ୍ଦୋଳନ ଉଗ୍ର ଥିବା ସମୟରେ ମଣିପୁରର ମୈତେଇ ସମ୍ପ୍ରଦାୟର ଜନଜାତି ମଣିପୁରର ମହାରାଜା ବୋଧଚନ୍ଦ୍ର ସିଂହ ଏବଂ ଭାରତ ସରକାରଙ୍କ ମଧ୍ୟରେ ହୋଇଥିବା ମିଶ୍ରଣ ଚୁକ୍ତିନାମାକୁ ବିରୋଧ କରିଥିଲେ। ୧୯୬୪ ମସିହାରେ ‘ୟୁନାଇଟେଡ ନାଶନାଲ ଲିବରେଶନ ଫ୍ରଣ୍ଟ’ (ୟୁଏନଏଲଏଫ)ର ଗଠନ କରାଯାଇଥିଲା। ଯାହା ଭାରତରୁ ବିଚ୍ଛିନ୍ନ ହୋଇ ଏକ ଅଲଗା ରାଜ୍ୟ ଗଠନ କରିବାକୁ ଦାବି କରିଥିଲା। ଏହା ପରେ ଅନେକ ମୈତେଇ ବିଦ୍ରୋହୀ ଗୋଷ୍ଠୀ ଗଠନ ହୋଇଥିଲା।

କୁକି-ଜୋମି ସମ୍ପ୍ରଦାୟରେ କୁକିମାନଙ୍କ ବିରୋଧରେ ନାଗାମାନେ ଆକ୍ରମଣାତ୍ମକ ମନୋଭାବ ରଖୁଥିଲେ। ୧୯୯୩ରେ ‘ଏନଏସସିଏନ-ଆଇଏନ’ ଦ୍ୱାରା ହୋଇଥିବା ନରସଂହାରରେ ବହୁ କୁକି ଜନଜାତି ଭୂମିହୀନ ହୋଇଥିଲେ। ଏହାପରେ କୁକି-ଜୋମି ଜନଜାତି ଅନେକ ସଶସ୍ତ୍ର ସଂଗଠନ ଗଠନ କରିଥିଲେ।

ପ୍ରାୟ ସେହି ସମୟରେ ମୈତେଇ ହିନ୍ଦୁ ଜନଜାତି ଏବଂ ମୈତେଇ ପୋଙ୍ଗାଲ (ମୁସଲମାନ) ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷ ଯୋଗୁ ଇସଲାମବାଦୀ ଗୋଷ୍ଠୀ ‘ପିପୁଲ୍ସ ୟୁନାଇଟେଡ ଲିବରେଶନ ଫ୍ରଣ୍ଟ’ ସମେତ ଅନେକ ସଂଗଠନ ଗଠନ ହୋଇଥିଲା। ତେବେ ଏହି ଗୋଷ୍ଠୀଗୁଡ଼ିକ ଆଉ ଏହି ଅଞ୍ଚଳରେ ସକ୍ରିୟ ନାହାନ୍ତି।

ନାଗା ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭାରତ ସରକାର ୧୯୫୮ ମସିହାରେ ‘ଆମର୍‌ଡ ଫୋର୍ସ ସ୍ପେିସିଆଲ ପାଓ୍ପାର୍‌ ଆକ୍ଟ’ (ଏଏଫ୍‌ଏସପିଏ)ଲାଗୁ କରିଥିଲେ। ଯାହାଦ୍ୱାରା ଆର୍ମି ଫୋର୍ସ ଏବଂ ସେଣ୍ଟ୍ରାଲ୍‌ ଆର୍ମି ଫୋର୍ସଙ୍କୁ ମୁତୟନ କରାଯାଇଥିଲା। ଏହି ନିୟମ ଲାଗୁ କରାଯାଇଥିବା ଅଞ୍ଚଳକୁ ‘ଡିଷ୍ଟ୍ରବ ଏରିଆ’ ଭାବେ ଚିହ୍ନଟ କରାଯାଉଥିଲା। କିଛି ବିଶୃଙ୍ଗଳା ଦେଖାଗଲେ ଘଟଣାସ୍ଥଳରେ ଅଭିଯୁକ୍ତଙ୍କୁ ଗୁଳି କରିବା ଏବଂ ବିନା ଓ୍ବାରେଣ୍ଟରେ ଗିରଫ କରିବା ନେଇ ନିୟମ ହୋଇଥିଲା

ପ୍ରାରମ୍ଭରେ ଏହା ନାଗାଲାଣ୍ଡ ଏବଂ ମଣିପୁରର କିଛି ଅଂଶରେ କାର୍ଯ୍ୟକାରୀ କରାଯାଇଥିଲା। ଘାଟିରେ ଚାଲିଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହି ନିୟମକୁ ପରେ ସମଗ୍ର ରାଜ୍ୟରେ ଲାଗୁ କରାଯାଇଥିଲା। ୧୯୮୦ମସିହାରେ ମଣିପୁରକୁ ‘ଡିଷ୍ଟ୍ରବ ଏରିଆ’ ଜୋନ୍‌ ଭାବରେ ଘୋଷଣା କରାଯାଇଥିଲା। ୨୦୦୮ରେ କେନ୍ଦ୍ର, ରାଜ୍ୟ ଏବଂ କୁକି-ଜୋମି ସମ୍ପଦ୍ରାୟ ମଧ୍ୟରେ ତ୍ରିପାକ୍ଷିକ ସସ୍‌ପେନସନ ଅଫ୍‌ ଅପରେସନ (ଏସଓଓ) ଚୁକ୍ତି ପରଠାରୁ ବିଭିନ୍ନ ଶାନ୍ତି ଆଲୋଚନା ହୋଇଥିଲା। ତେବେ ଧିରେ ଧିରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିବା ଯୋଗୁ ଅନେକ ଅଞ୍ଚଳରୁ ଏଏଫ୍‌ଏସପିଏକୁ ପ୍ରତ୍ୟାହାର କରାଯାଇଥିଲା।
ସମସ୍ତ ମୈତେଇ ବିଦ୍ରୋହୀ ଗୋଷ୍ଠୀର ୟୁଏନଏଲଏଫ ଗୋଷ୍ଠୀ ଘାଟିରେ ଅଧିକ ସକ୍ରିୟ ଏବଂ ଶକ୍ତିଶାଳୀ ଗୋଷ୍ଠୀ ଅଟେ। ଘାଟିରେ ଥିବା ଏହି ସଂଗଠନ ସୁରକ୍ଷା ବାହିନୀକୁ ବାରମ୍ବାର ଆକ୍ରମଣ କରିଛନ୍ତି। ଏହି ସଂଗଠନର ଯବାନମାନେ ପ୍ରାରମ୍ଭିକ ତାଲିମ ଏନଏସସିଏନ-ଆଇଏମ୍‌ ଠାରୁ ଗ୍ରହଣ କରିଛନ୍ତି। ସେହିପରି କେସିପି ଏବଂ କଓ୍ବୋଇକେଏଲ ପରି ଅନ୍ୟ ଶକ୍ତିଶାଳୀ ଗୋଷ୍ଠୀଗୁଡ଼ିକ ପରବର୍ତ୍ତୀ ମୂହୁର୍ତ୍ତରେ ସୃଷ୍ଟି ହୋଇଛନ୍ତି। ବର୍ମା ଅଞ୍ଚଳରୁ ଏହି ସଂଗଠନକୁ ଅପରେଟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?