Posted inଫୁରସତ

ମାଣିକପାଟଣା: ସେବେ ଆଉ ଏବେ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ଭକ୍ତଙ୍କ ମାନରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ରୂପରେ ସେ ପ୍ରକଟ ହୁଅନ୍ତି । ଯାହା କାଞ୍ଚତ୍ ଅଭିଯାନ କଥାରେ ବି ଦେଖିବାକୁ ମିଳେ। କିମ୍ବଦନ୍ତୀ ଅନୁଯାୟୀ – ଶ୍ରୀକ୍ଷେତ୍ରରେ ରଥଯାତ୍ରା ପର୍ବର ପରିବେଶ। ବିଭିନ୍ନ ଆଡ଼ୁ ଆସିଥା’ନ୍ତି ନିମନ୍ତ୍ରିତ ରାଜଅତିଥି। ସେମାନଙ୍କ ମଧ୍ୟରେ ଥିଲେ କାଞ୍ଚିରାଜା ସାଲ୍ବ ନରସିଂହ ଦେବ । ସେ ଅବଲୋକନ କରୁଥିଲେ ରଥାରୂଢ଼ ଶ୍ରୀଜୀଉମାନଙ୍କୁ। ଉତ୍କଳର ଗଜପତି ମହାରାଜା ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ତିନି ଠାକୁରଙ୍କ ସମ୍ମୁଖ ରଥଉପରେ ଛେରାପହଁରା କରୁଥିବାର ଦୃଶ୍ୟକୁ କାଞ୍ଚିରାଜା ଦେଖି ହଠାତ ନିମନ୍ତ୍ରିତ ଆତିଥ୍ୟ ଆସନରୁ ଉଠିପଡ଼ିଥିଲେ। ଏଥର ସେ ଫେରିଗଲେ କାଞ୍ଚତ୍। କିନ୍ତୁ ପୂର୍ବରୁ ଅଙ୍ଗୀକାରବଦ୍ଧ କାଞ୍ଚିରାଜା ସାଲ୍ବ ନରସିଂହ ଦେବ ଘୋଷଣାକଲେ କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ବରଂ ଚଣ୍ଡାଳଙ୍କ ହାତରେ ଟେକିଦେବେ, ମାତ୍ର ଉତ୍କଳର ଗଜପତି ଶ୍ରୀପୁରୁଷୋତ୍ତମ ଦେବଙ୍କୁ ପ୍ରଦାନ କରିବେ ନାହିଁ। ଏହି ସମ୍ବାଦ ଆସି ପହଞ୍ଚିଲା ଉତ୍କଳ ରାଜଦରବାରରେ। ଏହା ଯେ ଉତ୍କଳରାଜ୍ୟ ପ୍ରତି ଘୋର ଅପମାନ ଏହି କଥାକୁ ଶ୍ରୀ ଗଜପତି ପୁରୁଷୋତ୍ତମ ଦେବ ଅନୁଭବ କରିଥିଲେ। ପ୍ରସ୍ତୁତ ହେଲା ସମରସଜ୍ଜା, ଆରମ୍ଭ କଲେ କାଞ୍ଚତ୍ ଅଭିଯାନ। ମାତ୍ର ପ୍ରଥମ ଯୁଦ୍ଧରେ ଗଜପତି ଶ୍ରୀପୁରୁଷୋତ୍ତମ ଦେବ ପରାସ୍ତ ହେଲେ । ଏବଂ ମାନରକ୍ଷା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶରଣାଗତ ହେଲେ। ପୁଣି ଦ୍ୱିତୀୟ ଥର ଆରମ୍ଭ ହେଲା କାଞ୍ଚି ଅଭିଯାନ ସମର ସଜବାଜ। ଏଥର କିନ୍ତୁ କାଞ୍ଚି ଅଭିଯାନରେ ଶ୍ରୀପୁରୁଷୋତ୍ତମ ଦେବଙ୍କୁ ସାହାଯ୍ୟ କରିବା ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ସୈନିକ ସାଜିଲେ। କଳାଧଳା ଘୋଡ଼ା ଚଢି ଚାଲିଥାନ୍ତି ଚିଲିକା କୂଳେକୂଳେ ଦାକ୍ଷିଣାତ୍ୟ ଅଭିମୁଖେ । କିଛିବାଟ ଗଲାପରେ ଚିଲିକା ଠାରୁ ଅନିତଦୂର ସମୁଦ୍ର ବେଳାଭୂମିର ତଣ୍ଡାକିନାରେ ପହଁଞ୍ଚିଥିଲେ। ଟାଣଖରାରେ ପ୍ରବଳ ତୃଷାର୍ତ୍ତ ଯୋଗୁ ଦୁଇଭାଇ ବାଟରେଥିବା ଏକ ବରଗଛ ମୂଳେ ଅଟକିଗଲେ। ଦହି ବିକିବାକୁ ଆସିଥିବା ମାଣିକ ଗଉଡ଼ୁଣୀ ଗଛ ମୂଳେ ଘୁମାଇ ପଡ଼ିଥାନ୍ତି। ଘୋଡ଼ାର ଟପ୍‌ ଟପ୍‌ ଶବ୍ଦ ଶୁଣି ହଠାତ୍‌’ ମାଣିକର ନିଦଟା ଭାଙ୍ଗିଗଲା। ସେ ଦେଖିଲା ଦୁଇଜଣ ପାଇକ ସୈନିକ କଳାଧଳା ଘୋଡ଼ାଚଡ଼ି ଏଇ ଗଛମୂଳେ ଅଟକିଛନ୍ତି। ସେ ଦୁଇଜଣଙ୍କୁ ଦହି ପିଇବାକୁ ଦେଲେ। ହେଲେ ଦହି ବାବଦକୁ ପାଉଣା ଦେବାକୁ ପାଖରେ କଉଡ଼ି ନ ଥିବାରୁ ସେମାନେ ହସ୍ତରୁ ରତ୍ନମୁଦିକୁ ବନ୍ଧକ ଦେଇ କହିଲେ, ପଛରେ ରାଜା ସୈନ୍ୟଧରି ଆସୁଛନ୍ତି। ଏହାକୁ ଦେଖାଇଲେ ତୁମର ପ୍ରାପ୍ୟ ପାଇଯିବ। ସତକୁସତ କିଛି ସମୟ ପରେ ଗଜପତି ମହାରାଜା ଶ୍ରୀପୁରୁଷୋତ୍ତମ ଦେବ ଆସି ପହଞ୍ଚିଯାଇଥିଲେ। ମାଣିକ ଗଜପତିଙ୍କୁ ଦେଖି ରତ୍ନମୁଦ୍ରିକାକୁ ବଢାଇ କହିଲେ ନିଅନ୍ତୁ ମଣିମା। କିନ୍ତୁ ମାଣିକ ହାତରେ ରତ୍ନମୁଦ୍ରିକାକୁ ଦେଖି ଚମକି ପଡ଼ିଲେ ଗଜପତି ଶ୍ରୀପୁରୁଷୋତ୍ତମ ଦେବ। ଗଜପତି ପଚାରିଲେ, ସତ କୁହ ମା’ ଏ ମୁଦ୍ରିକା ତତେ କିଏ ଦେଲା। ଡ଼ରିଯାଇ ମାଣିକ କହିଲେ ସତ କହୁଛି ମଣିମା, ମୋର କିଛି ଦୋଷ ନାହିଁ । ଦୁଇ ପାଇକ ମୋ ହାଣ୍ଡିକ ଯାକ ଦହି ପିଇ ମୋତେ ଏ ମୁଦି ଦେଇ କହିଛନ୍ତି, ଏ ମୁଦି ରାଜାଙ୍କୁ ଦେଇ ତୁ ତୋ ପାଉଣା ନେଇଯିବୁ। ଏକଥା ଶୁଣି ଗଜପତି ମହାରାଜାଙ୍କ ଆଖିରୁ ଲୁହ ଝରିଆସିଲା। ସଜଳ ନୟନରେ ମାଣିକଙ୍କୁ ଚାହିଁ କହିଲେ, ମା’ ମାଣିକ ତୁ କେତେ ଭାଗ୍ୟବତୀ, ତୁ ଆଜି ବ୍ରହ୍ମାଣ୍ଡ କର୍ତ୍ତାଙ୍କୁ ନିଜ ହାତରେ ଦହି ଖୁଆଇ ଦେଇଛୁ। ତୁ ଧନ୍ୟ, ତୋର ପିତା ମାତା ଧନ୍ୟ। ତୋର ଏଇ ଜନ୍ମମାଟି ଧନ୍ୟ। ଆଜିଠାରୁ ଏହି ଅଞ୍ଚଳ ‘ମାଣିକ ପାଟଣା’ ନାଁରେ ନାମିତ ହେଲା। ଡକ୍ଟର ଅଭିମନ୍ୟୁ ଜେନାଙ୍କ ଲିଖିତ ‘ଚିଲିକା ଓ ଶ୍ରୀଜଗନ୍ନାଥ’ ପୁସ୍ତକ ପୃ-୧୪୫ରୁ ଜଣାପଡ଼େ- ଅତିତରେ ମାଣିକପାଟଣା ବନ୍ଦରଠାରେ ବକ୍ସି ଜଗବନ୍ଧୁ ବିଦ୍ୟାାଧର ମହାପାତ୍ରଙ୍କ ମଧ୍ୟସ୍ଥତାରେ ଗଜପତି ଦିବ୍ୟସିଂହ ଦେବ ଓ ନବାବ ଏକରାମ ଖାଁଙ୍କ ମଧ୍ୟରେ ଗୋପନୀୟ ନିଷ୍ପତ୍ତି ହୋଇଥିଲା। ଯାହା ଶ୍ରୀମନ୍ଦିର ଆକ୍ରମଣ ନ କରିବା ନିମନ୍ତେ ତଥା ସୁରକ୍ଷା ଉଦ୍ଦେଶ୍ୟରେ ଏହା ଥିଲା ନିଷ୍ପତ୍ତିର ଗୋପନୀୟ ସ୍ଥାନ। ସେହିଭଳି ଐତିହାସିକଙ୍କ ଗବେଷଣାରୁ ଜଣାପଡ଼େ ଅତୀତରେ ମାଣିକପାଟଣାଠାରେ ଏକ ବନ୍ଦର ରହିଥିଲା। ମାଣିକପାଟଣାର ସୌଦାଗର ସନାତନ ପୁଅ ଭ୍ରମରବର ରଙ୍ଗବତୀଙ୍କୁ ବିବାହ କରିବା ପାଇଁ ଯୋଗୀବେଶ ସାଜିଥିଲେ। ଏକ ପଦ୍ମପୋଖରୀ ପାଖରେ ଦୁହେଁ ମିଳିତ ହେଉଥିଲେ। ସୌଦାଗରଙ୍କର ଏକ ସୁରକ୍ଷା ମହଲ ଥିଲା। ଏହା ସେତେବେଳେ ନୌକା ବ୍ୟବସାୟୀ ଓ ବାଟୋଇଙ୍କୁ ଆଶ୍ରୟ ଦେଉଥିଲା। ମାତ୍ର ସମୟକ୍ରମେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସମୁଦ୍ର ପାଣି ପଶିଆସିବା ପରେ ମାଣିକପାଟଣା ବନ୍ଦର ସହ ସେହି ମୁଳ ଗାଁଟି ନାହିଁ। ପରେ ପୁନଃ ଗଢି ଉଠିଥିବା ମାଣିକପାଟଣା ପଞ୍ଚାୟତ ଏବେ ବି ରହିଛି। ଏ ସମ୍ପର୍କରେ ଅଧିକଗବେଷଣାର ଆବଶ୍ୟକତା ରହିଛି। ଏହି ଅଞ୍ଚଳକୁ ଆସିବାକୁ ହେଲେ ଶ୍ରୀକ୍ଷେତ୍ର ପୁରୀଠାରୁ ବ୍ରହ୍ମଗିରି ବଜାରଦେଇ ପ୍ରାୟ ୪୪ କିମି ଦୂର- ସାତପଡ଼ା ଅଭିମୁଖେ ଆସିଲେ ପଡ଼ିବ ଗବକୁଣ୍ଡ-ମିର୍ଜାପୁର ରାସ୍ତାରେ ଦହିଖିଆ ଛକ। ଏଠାରୁ ବାମପଟ ରାସ୍ତାରେ ପ୍ରାୟ ୪କିମି ଦୂରରେ ରହିଛି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ମାଣିକପାଟଣା ଗ୍ରାମପଞ୍ଚାୟତର ମିର୍ଜାପୁର, ରାୟପୁର, ପଦ୍ମପୁର, ଭଗବାନପୁର, ବ୍ରହ୍ମପଡ଼ା। ସେତେବେଳେ ମୋଗଲ ସାମ୍ରାଜ୍ୟର ମୁସଲମାନ ଲୋକମାନେ ଭଗବାନପୁର ଗାଁରେ ବସତି ସ୍ଥାପନ କରିଛନ୍ତି। ମାଣିକ ପାଟଣା ଗ୍ରାମ ନିକଟରେ ନୀଳାମ୍ବୁ ଚିଲିକାକୂଳ ଓ ଅନିତ ଦୂରରେ ରହିଛି ବଙ୍ଗୋପସାଗର। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?