ନିର୍ମାଣାଧୀନ ବାତ୍ୟା ଆଶ୍ରୟସ୍ଥଳ ନିମ୍ନମାନର ଅଭିଯୋଗ

ଡେରାବିଶ,୩୧ା୧୦(ସ୍ବ.ପ୍ର.): ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକ ଓ ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ହେଲେ ନିର୍ମାଣ ଚାଲିଥିବା ବତ୍ୟା ଆଶ୍ରୟସ୍ଥଳ ନିମ୍ନମାନର ହେଉଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଛକନା ଗ୍ରାମରେ। ଛକନା ଗ୍ରାମରେ ଶାରଦା ଏକାଡ଼େମୀ ନିକଟରେ ୨ ମହଲା ବିଶିଷ୍ଟ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧ କୋଟି ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ନିର୍ମାଣ କାର୍ଯ୍ୟ ୨୦୨୨ ଜୁନ୍‌ ୬ ତାରିଖ ସୁଦ୍ଧା ଶେଷ ହେବା ପାଇଁ ଠିକାଦାର ଚୁକ୍ତି କରିଥିଲେ। ମାତ୍ର ଅବଧି ଶେଷ ହୋଇଥିଲେ ମଧ୍ୟ ଠିକାଦାର ଏହି କାର୍ଯ୍ୟରେ ଶିଥିଳତା କରିଥିବାବେଳେ ଏହି ଗୃହର ଅର୍ଦ୍ଧେକ କାର୍ଯ୍ୟ ମଧ୍ୟ ଅଦ୍ୟାବଧି ସାରି ନାହିଁ। ୩୦୦୦ ବର୍ଗଫୁଟ ବିଶିଷ୍ଟ ଏହି ଗୃହର ପ୍ରଥମ ମହଲା ଛାତ ପଡ଼ିଥିବା ବେଳେ ଦ୍ୱିତୀୟ ମହଲା ଗୃହର ଛାତ ପାଇଁ ବ୍ୟବହୃତ ହେବାକୁଥିବା ଗୋଡ଼ି ଓ ଅନ୍ୟ ନିର୍ମାଣ ସାମଗ୍ରୀ ନିମ୍ନମାନର ବୋଲି ପୂର୍ବତନ ସରପଞ୍ଚ ଅଶ୍ୱିନୀ କୁମାର ମହାନ୍ତି, ଜ୍ଞାନରଞ୍ଜନ ମହାନ୍ତି, ରଞ୍ଜନ କୁମାର ସାହୁ ପ୍ରମୁଖ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଏହି ଦୁଇମହଲା ଗୃହର କାର୍ଯ୍ୟ ଆରମ୍ଭରୁ ଠିକାଦାର ଜଣକ ନିମ୍ନମାନର କାମ କରୁଥିବା ଓ ଏହାକୁ ପ୍ରତିବାଦ କଲେ ମଧ୍ୟ ଦାୟିତ୍ୱରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ହେୟଜ୍ଞାନ ମନେ କରୁଛନ୍ତି। ଠିକାଦାରଙ୍କ ମନମାନୀ ଫଳରେ ସମ୍ପୂର୍ଣ୍ଣ ଆଶ୍ରୟସ୍ଥଳଟି ଏକ ବିପଦସଙ୍କୁଳ ଅବସ୍ଥାକୁ ଚାଲି ଆସିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଶନିବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶାରଦା ଭୂଷଣ ରାୟ ଘଟଣାସ୍ଥଳକୁ ଆସି କାର୍ଯ୍ୟର ତଦାରଖ କରୁଥିବା ବେଳେ ଗ୍ରାମବାସୀ ଛାତ ପକାଇବା ପାଇଁ ଆସିଥିବା ଗୋଡ଼ି ବଦଳରେ ବଜୁରୀରେ ନ ପକାଇବା ପାଇଁ କହିଥିଲେ। ତେବେ ଏହାକୁ ବେଖାତିର କରି ଠିକାଦାର ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣ ଓ ଗୃହପାଳିତ ପଶୁଙ୍କ ଆଶ୍ରୟ ନେବା ସମ୍ପୂର୍ଣ୍ଣ ବିପଦ ପାଲଟିବ। ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଏ ନେଇ ପଦକ୍ଷେପ ନ ନେଲେ ଏହି କାର୍ଯ୍ୟକୁ ବିରୋଧ କରାଯିବ ବୋଲି ଅଶ୍ୱିନୀ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରାୟଙ୍କୁ ପଚାରିବାରୁ ବାତ୍ୟା ଆଶ୍ରୟସ୍ଥଳ କାର୍ଯ୍ୟରେ କୌଣସି ଅନିୟମିତତା ହୋଇନାହିଁ କିମ୍ବା ନିମ୍ନମାନର ସାମଗ୍ରୀ ଠିକାଦାର ବ୍ୟବହାର କରିନାହାନ୍ତି ବୋଲି ସେ କହିଛନ୍ତି। ତେବେ ଯନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri