‘ସଂସାର’ ଜରିଆରେ ଫେରୁଛନ୍ତି ମନ୍ଦିରା

ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରୁଛନ୍ତି ମନ୍ଦିରା ବେଦୀ। ଏକତା କପୁରଙ୍କ ଶୋ’ ‘ସଂସାର’ରେ ସେ ନଜର ଆସିବେ। ଏହା ଏକ ପାରିବାରିକ ଡ୍ରାମା। ୧୯୯୪ରେ ରିଲିଜ ହୋଇଥିବା କରିସ୍ମା କପୁର ଏବଂ ଗୋବିନ୍ଦାଙ୍କ ଫିଲ୍ମ ରାଜା ବାବୁର କାହାଣୀ ଉପରେ ଧାରାବାହିକଟି ପର୍ଯ୍ୟବେଶିତ ରହିବ। ହେଲେ ଉଭୟ ନିର୍ମାତା ଏବଂ ମନ୍ଦିରାଙ୍କ ତରଫରୁ ଏନେଇ କୌଣସି ଆଧିକାରୀକ ଘୋଷଣା କରାଯାଇନାହିଁ।

ବିଗ୍‌ ବଜେଟରେ ନିର୍ମାଣ ହେଉଥିବା ଧାରାବାହିକରେ ମନ୍ଦିରା ନେଗେଟିଭ୍‌ ରୋଲ୍‌ରେ ନଜର ଆସିବେ। ସେ ଜଣେ ବ୍ୟବସାୟୀ ହେବା ସହ ନାୟିକାଙ୍କ ମା’ ଭୂମିକା ତୁଲାଇବେ। ତାଙ୍କ ବ୍ୟତିତ ଅରୁଣା ଇରାନୀ ଏବଂ ଆଲୋକ ନାଥ ମଧ୍ୟ ଶୋ’ରେ ନଜର ଆସିବେ। ନାୟକଙ୍କ ମା’ବାପା ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ।

ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ଗତ ବର୍ଷ ଜୁନ ୩୦ରେ ହୃଦଘାତ୍‌ରେ ମନ୍ଦିରାଙ୍କ ସ୍ବାମୀ ରାଜ କୌଶଲଙ୍କ ମୃତ୍ୟୁ ଘଟିଛି। ଉଭୟ ୧୯୯୯ ଫେବୃୟାରୀ ୧୪ରେ ବିବାହ କରିଥିଲେ। ଏହାପରଠାରୁ ମନ୍ଦିରା ପାଳିତା କନ୍ୟା ତାରା ଏବଂ ପୁଅ ବୀରଙ୍କ ଏକାକି ଲାଳନପାଳନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ପୋନ୍ନିୟିନ ସେଲଭମ: ୧’

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ: ୧’ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛି । ସାରା ବିଶ୍ୱରେ ରିଲିଜ୍ ହୋଇଥିବା...

ଜଣେ ଗର୍ଭବତୀ ମହିଳା ପାଇଁ ଏହା ସବୁଠାରୁ ରୋମାଞ୍ଚକ ଖେଳ: କାହିଁକି ଏପରି କହିଲେ ଅନୁଷ୍କା

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବିଆର)ର ବିଜୟକୁ ନେଇ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଖୁସି ଅଛନ୍ତି।...

କିଆରାଙ୍କୁ ବଡ ସରପ୍ରାଇଜ ଦେଲେ ରାମ ଚରଣ

ମୁମ୍ବାଇ: ରାମ ଚରଣ ଜଣେ ଭଲ ଅଭିନେତା ହୋଇଥିବା ବେଳେ ଜଣେ ଭଲ କୋ-ଷ୍ଟାର ଓ ବନ୍ଧୁ ବି ହୋଇପାରନ୍ତି । ଅଭିନେତା ତାଙ୍କ ଆରସି-୧୫ର...

ନୁସ୍‌ରତଙ୍କ ଗ୍ରାଣ୍ଡ ପାର୍ଟି ପାଇଁ ଚାଲିଛି ପ୍ରସ୍ତୁତି, ଏମିତି ରହିଛି ମେନୁ…

ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁଙ୍କ ଗ୍ରାଣ୍ଡ ଓ୍ବେଡିଂ ରିସେପ୍‌ଶନ ପାର୍ଟି ୪ ଜୁଲାଇ ଅର୍ଥାତ ଗୁରୁବାର ଅନୁଷ୍ଠିତ ହେବ। କଲିକତାର ଆଇଟିସି...

ବଲିଉଡକୁ ଧନ୍ୟବାଦ ଦେଲେ ସନ୍ନି

ମୁମ୍ବାଇ: ବଲିଉଡରେ ଦୀର୍ଘ ୧୦ ବର୍ଷର ଯାତ୍ରା ପୂରଣ କରିଛନ୍ତି ଅଭିନେତ୍ରୀ ତଥା ପର୍ନଷ୍ଟାର ସନ୍ନି ଲିଓନ । ଏହାକୁ ନେଇ ସେ ବଲିଉଡକୁ ଧନ୍ୟବାଦ...

ଫିଲ୍ମ ପ୍ରମୋଶନ ଆଳରେ ଅଭିନେତ୍ରୀଙ୍କୁ ଫୁଟ୍‌ ମସାଜ, ଟ୍ରୋଲ ହେଉଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା

ବମ୍ବେ: ଦିନ ଥିଲା ବଲିଉଡ୍‌ର ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଥିଲେ ରାମ ଗୋପାଳ ବର୍ମା। ଏବେ ସେ କେବଳ ତେଲୁଗୁ ସିନେମା ଯାଏ ସୀମିତ...

ଆଉ ଜଣେ ପରଦେଶୀ ନାୟିକା

ରୁଷୀୟ ଲଳନା ଆଲେକ୍‌ଜାଣ୍ଡ୍ରା ସ୍କେଲସୁନୋଭା ଓରଫ ସାସା। ମଡେଲିଂ ସହ ଜଡ଼ିତ ଏହି ନବାଗତା ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ନୂଆ...

ସ୍ବାମୀଙ୍କୁ ଶିକୁଳିରେ ବାନ୍ଧି ରଖ: ପ୍ରକୃତି

ଭୁବନେଶ୍ୱର,୨୪।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ ଥମିବାର ନାଁ ଧରୁନି। ଉଭୟ ପରିବାରର ଜଣଙ୍କ ପରେ ଜଣେ ସଦସ୍ୟ ଏନେଇ...

Advertisement
Archives

Model This Week