Posted inଖେଳ

ମନ୍ଧାନା ଆର୍‌ସିବି ଅଧିନାୟିକା

ବେଙ୍ଗାଲୁରୁ, ୧୯ା୨: ଉଦ୍‌ଘାଟନୀ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସ୍ବାଭାବିକ ସ୍ମୃତି ମନ୍ଧାନାଙ୍କୁ ଦଳର ଅଧିନାୟିକା ଭାବେ ମନୋନୀତ କରିଛି। ଆର୍‌ସିବି ଚେୟାରମ୍ୟାନ ପ୍ରଥମେଶ ମିଶ୍ରା ଏ ବିଷୟ ଘୋଷଣା କରିଥିଲେ। ଫ୍ରାଞ୍ଚାଇଜ୍‌ର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ଶେୟାରିଂ ଜରିଆରେ ଅଧିନାୟିକା ମନୋନୀତ କରାଯାଇଥିଲା। ଏଥିରେ ଆର୍‌ସିବିର ବର୍ତ୍ତମାନ ଅଧିନାୟକ ଫାଫ୍‌ ଡୁ’ପ୍ଲେସ ଏବଂ ବିରାଟ କୋହଲି ଭାଗ ନେଇଥିଲେ। ବାମହାତୀ ବ୍ୟାଟର ତଥା ଭାରତୀୟ ଦଳର ଉପ ଅଧିନାୟିକା ମନ୍ଧାନା ନିକଟରେ ମୁମ୍ବାଇରେ ଅନୁଷ୍ଠିତ ଡବ୍ଲ୍ୟୁପିଏଲ୍‌ ନିଲାମିରେ ସବୁଠାରୁ ଦାମୀ ଖେଳାଳି ହିସାବରେ ୩.୪୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ମନ୍ଧାନା ଜଣେ ଓପନିଂ ବ୍ୟାଟର। ସେ ଇତିମଧ୍ୟରେ ୧୧୩ ଅନ୍ତର୍ଜାତୀୟ ମହିଳା ଟି୨୦ ମ୍ୟାଚ ଖେଳି ୨୭.୧୫ ଆଭରେଜରେ ମୋଟ ୨୬୬୧ ରନ ସଂଗ୍ରହ କରିସାରିଛନ୍ତି। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ୧୨୩.୧୯ ରହିଛି। ଅନ୍ତର୍ଜାତୀୟ ଟି୨୦ ସର୍କିଟରେ ମନ୍ଧାନାଙ୍କର ବିଶେଷ ଚାହିଦା ରହିଛି। ମହିଳା ବିଗ୍‌ ବାଶ ଲିଗ୍‌ରେ ସେ ବ୍ରିସ୍‌ବେନ୍‌୍‌ ହିଟ୍‌ ଓ ସିଡ୍‌ନୀ ଥଣ୍ଡର ତରଫରୁ ଖେଳିଛନ୍ତି। କିଆ ସୁପର ଲିଗ୍‌ରେ ସେ ଓ୍ବେଷ୍ଟର୍ନ ଷ୍ଟର୍ମ ଏବଂ ଦି ହଣ୍ଡ୍ରେଡ୍‌ରେ ସଦର୍ନ ବ୍ରେଭ୍‌ ତରଫରୁ ଖେଳିଛନ୍ତି। ସେ ୧୧ଟି ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟକତ୍ୱ କରିଛନ୍ତି। ତନ୍ମଧ୍ୟରୁ ସେ ୬ଟିରେ ବିଜୟ ଲାଭ କରିଥିବା ବେଳେ ୫ଟିରେ ପରାଜିତ ହୋଇଛନ୍ତି। ମହିଳା ଟି୨୦ ଚ୍ୟାଲେଞ୍ଜରରେ ସେ ଟ୍ରେଲ୍‌ବ୍ଲେଜର୍ସର ଅଧିନାୟିକା ଦାୟିତ୍ୱ ତୁଲାଇଛନ୍ତି। ଦଳକୁ ୨୦୨୦ରେ ଟାଇଟଲ ବିଜୟୀ କରାଇଛନ୍ତି। ସେ ଆଇସିସି କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ମଧ୍ୟ ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?