ରିଆମାଳ, ୧୬।୧୨ (ଡି.ଏନ.ଏ)- ଦେବଗଡ଼ ଜିଲା ରିଆମାଳ କଲ୍ୟାଣ ମଣ୍ଡପଠାରେ ନାବାର୍ଡ ସହାୟତାରେ ସିଏସକି.ଆର ଦ୍ୱାରା ଅନୁଷ୍ଠିତ ମଣ୍ଡାସୁଣି ଓ ସିଲିପଥର ପ୍ରଡ୍ୟୁସର କମ୍ପାନୀ ଲିଃର ବାର୍ଷିକ ସାଧାରଣ ସଭା ଏବଂ ନାବାର୍ଡର ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନାବାର୍ଡର ଡିଡିଏମ ଦେବେଶ ବେହେରା ଯୋଗଦେଇ ପ୍ରଡ୍ୟୁସର କମ୍ପାନୀର ବିଭିନ୍ନ ଦିଗ, ୱେବସାଇଟରେ ବିଭିନ୍ନ ବିଭାଗ ସହିତ ସମ୍ପୃକ୍ତ ହୋଇ କିପରି କାର୍ଯ୍ୟକ୍ରମରେ କରାଯିବ ସେ ବିଷୟରେ ଅବଗତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ଦିବ୍ୟଶଙ୍କର ଜୟପୁରିଆ, ଏ.ଡି.ଏଚ କିଶୋରଚନ୍ଦ୍ର ମହାଲିକ, ସହକାରୀ କୃଷି ଅଧିକାରୀ ଅନନ୍ତଚରଣ ଦାଶ, ବି.ପି.ଏମ ଜ୍ୟୋତି କୁଜୁର, ଇ.ନାମର ଟିକାୟତ ନନ୍ଦ, ଏଫଆଇସି ଚେୟାରମ୍ୟାନ ତରଣୀସେନ ପ୍ରଧାନ ପ୍ରମୁଖ ଯୋଗଦେଇ ମହିଳାମାନେ କିପରି ସ୍ବୟଂସହାୟକ ଗୋଷ୍ଠୀ ଏବଂ କମ୍ପାନୀ ମାଧ୍ୟମରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ଏବଂ ପରେ ନାବାର୍ଡ ତରଫରୁ ଏକ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଇଥିଲା। ସମସ୍ତେ କିପରି କରୋନା କୁମୁକାବିଲା କରିବେ ସେ ବିଷୟରେ ଅବଗତ କରାଯାଇଥିଲା ା ଏହି କାର୍ଯ୍ୟକ୍ରମକୁ ସିଏସଡିଆର ସଂପାଦିକା ରୀତାରାଣୀ ରାଉତ ପରିଚାଳନା କରିବା ସହିତ ସଭାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସି.ଏମ.ଡି.ଆର ସମସ୍ତ କର୍ମୀ ସରୋଜ ସାଗର, ଶ୍ରୀମାନ ଦେହୁରୀ, ସୁଶାନ୍ତ ମିଞ୍ଜ, ସତ୍ୟଭାମାସାହୁ ଓ ହେମାନନ୍ଦ ଲର୍ମା ସହଯୋଗ କରିଥିଲେ ା
ମଣ୍ଡାସୁଣି ଓ ସିଲିପଥର କମ୍ପାନୀର ବାର୍ଷିକ ସାଧାରଣସଭା ଏବଂ ନାବାର୍ଡର ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
Posted inଆମ ଜିଲା ଖବର, ଦେବଗଡ଼ View All
ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍ ଆକ୍ରମଣ କଲା ବାର୍ହା, ଆଉ ତା’ପରେ ଘଟିଲା…
ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…
ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ
ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…
ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ
କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…
ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ
ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…
କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ
ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…
ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ
ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…
ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍
ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…
ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା
ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

