ଚାଷରେ ଲାଗୁନିି ମନ୍ଦାକିନୀ ବ୍ୟାରେଜ୍‌

ନିରାକାରପୁର,୧୯।୩ (ଡି.ଏନ୍‌.ଏ.): ଚାଷୀଙ୍କ ଉନ୍ନତି ପାଇଁ ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ଗଡ଼ଠାରେ ମନ୍ଦାକିନୀ ନଦୀରେ ୧୯୮୧ ଡିସେମ୍ବର ୨୧ରେ ଏକ ବ୍ୟାରେଜ୍‌ ନିର୍ମାଣ କରାଯାଇଥିଲା। ଫଳରେ ଜିଲାର ଟାଙ୍ଗୀ ଓ ଖୋର୍ଦ୍ଧା ବ୍ଲକ ଏବଂ ପୁରୀ ଜିଲା କଣାସ ବ୍ଲକର ପ୍ରାୟ ୩୭ରୁ ଊର୍ଦ୍ଧ୍ୱ ରାଜସ୍ବ ଗ୍ରାମର ଚାଷୀମାନେ ଉପକୃତ ହୋଇପାରିବେ। ମାତ୍ର ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏହି ବ୍ୟାରେଜ୍‌ ଏବେ ଚାଷ ସେବାରେ ଲାଗୁ ନ ଥିବା ଜଣାପଡ଼ିଛି।
ଖରିଫ ଋତୁରେ ବିଭାଗ ପକ୍ଷରୁ ନଦୀରେ ପାଣିକୁ ଠୁଳ କରି ନ ରଖାଯିବାରୁ ଖରିଫ ଋତୁରେ ୨୦୦୦ରୁ ଊର୍ଦ୍ଧ୍ୱ ଓ ରବି ଋତୁରେ ୪୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମି ଜଳସେଚିତ ହେବାରୁ ବଞ୍ଚିିତ ହେଉଛି। ଅଧିକାରୀଙ୍କ ଅଣଦେଖା ଯୋଗୁ ଏହି ବ୍ୟାରେଜ୍‌ ସଂଲଗ୍ନ କେନାଲଗୁଡିକ ଅସ୍ତିତ୍ୱ ହରାଇବାକୁ ବସିଛି। କେନାଲ ବନ୍ଧର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ବର୍ଷାଦିନେ କ୍ଷତି ହେଉଛି। ପ୍ରତିବର୍ଷ କେନାଲ ସଫେଇ ଏବଂ ଚେକ୍‌ ଡ୍ୟାମ ନଁାରେ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଏଥିରେ ଚାଷୀମାନେ ଉପକୃତ ହୋଇପାରୁ ନାହାନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଖରିଫ ଫସଲ ପରେ ଟାଇଚୁଙ୍ଗ୍‌ ଧାନ ସମେତ ବିଭିନ୍ନ କିସମର ପନିପରିବା ଉତ୍ପାଦନ ହେଉଥିଲା। ଫଳରେ ଚାଷୀମାନେ ସେମାନଙ୍କର ପରିବାର ପ୍ରତିପୋଷଣ କରୁୁଥିଲେ। କେନାଲର ଦୁରବସ୍ଥା ଯୋଗୁ ପ୍ରାୟ ୨୦/୨୫ବର୍ଷ ହେବ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଚାଷୀ ଚାଷ କାମ ଛାଡ଼ି ଶ୍ରମିକ ଭାବେ ଖଟୁଛନ୍ତି। ଏହାର ତଦନ୍ତ କରାଗଲେ ବହୁ ଗୁମର ପଦାକୁ ଆସନ୍ତା ବୋଲି ଚାଷୀମାନେ କହିିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଓ ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଚାଷୀଙ୍କ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠ, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ମେଷ ସଂକ୍ରାନ୍ତିରେ ଅଶୁଭ ଯୋଗ, ଏହି ରାଶିର ହୋଇପାରେ ଅସୁବିଧା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏପ୍ରିଲ ୧୪ ତାରିଖ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଏହି ଦିନ ସୂର୍ଯ୍ୟ ଦେବତା ତାଙ୍କର ଉଚ୍ଚ ରାଶି …

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri