ଜର୍ମାନୀରେ ମାନ୍ଦାବସ୍ଥା

ବର୍ଲିନ,୨୬ା୫: ବିଶ୍ୱର ଚତୁର୍ଥ ବୃହତ୍‌ ରାଷ୍ଟ୍ର ଜର୍ମାନୀରେ ମାନ୍ଦାବସ୍ଥା ଦେଖାଦେଇଛି। ଏହି ୟୁରୋପୀୟ ଦେଶର ଅର୍ଥନୀତି ୨୦୨୨ର ଚତୁର୍ଥ କ୍ୱାର୍ଟରରେ ଅପ୍ରତ୍ୟାଶିତ ଭାବେ ନକାରାମତ୍କ ଅଭିବୃଦ୍ଧି ଦେଖାଇବା ପରେ ଚଳିତ ବର୍ଷର ପ୍ରଥମ ତ୍ରୈମାସିକରେ ସଙ୍କୁଚିତ ହୋଇଯାଇଛି।
ୟୁରୋପର ସର୍ବବୃହତ୍‌ ଅର୍ଥନୀତି ମାନ୍ଦାବସ୍ଥାକୁ ଚାଲିଯାଇଥିବା ଗୁରୁବାର ସ୍ପଷ୍ଟ ହେବା ପରେ ୟୁରୋ ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ଫେଡେରାଲ ଷ୍ଟାଟିଷ୍ଟିକାଲ୍‌ ଅଫିସ୍‌ ପକ୍ଷରୁ ଗୁରୁବାର ଜାରି ତଥ୍ୟାନୁସାରେ ଜର୍ମାନୀର ମୋଟ ଘରୋଇ ଉତ୍ପାଦ (ଜିଡିପି) ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୦.୩% ହ୍ରାସ ପାଇଛି। ଏହା ପୂର୍ବରୁ ୨୦୨୨ ଶେଷ କ୍ୱାର୍ଟରରେ ଦେଶର ଅର୍ଥନୀତି ୦.୫% ସଙ୍କୁଚିତ ହୋଇଥିଲା। ଲଗାତର ଦୁଇଟି କ୍ୱାର୍ଟରରେ ଏପରି ଅସ୍ବାଭାବିକ ହ୍ରାସ ଆନୁଷ୍ଠାନିକ ଭାବେ ମାନ୍ଦାବସ୍ଥା ଆଗମନର ସଙ୍କେତ ଦେଇଛି। ଏହା ଗତ ମାସରେ ଚଳିତ ବର୍ଷ ପାଇଁ ନିଜ ଅଭିବୃଦ୍ଧିକୁ ଦୁଇଗୁଣା ଦର୍ଶାଇଥିବା ଜର୍ମାନୀ ସରକାରଙ୍କୁ ଝଟ୍‌କା ଦେଇଛି। ଜିଡିପି ଅଭିବୃଦ୍ଧି ୦.୨% ଥିବାବେଳେ ଏହା ୦.୪%ରେ ପହଞ୍ଚତ୍ବା ନେଇ ଗତ ଜାନୁୟାରୀ ଶେଷରେ ସରକାର ଆକଳନ କରିଥିଲେ। ଏବେ ନୂଆ ଡେଟା ଆସିବା ପରେ ଏହି ଅନୁମାନକୁ ଅପ୍‌ଡେଟ୍‌ କରିବାକୁ ପଡ଼ିବ। ଉଚ୍ଚ ମୁଦ୍ରାସ୍ଫୀତି ଉପଭୋକ୍ତାଙ୍କ ଖର୍ଚ୍ଚ କରିବା କ୍ଷମତାକୁ ପ୍ରଭାବିତ କରିଥିବାରୁ ଏପ୍ରିଲରେ ଏହା ୭.୨% ରହିଥିବା ଅର୍ଥନୀତିଜ୍ଞମାନେ କହିଛନ୍ତି। ଜର୍ମାନୀର ଖବରକାଗଜ ବିଲ୍ଡ ଅନୁସାରେ ୨୦୨୨ ଓ୍ବିଣ୍ଟର କ୍ୱାର୍ଟରରେ ଦେଶର ଅର୍ଥନୀତି ୦.୫% ଖସିବା ସହ ଭୁଶୁଡ଼ି ପଡ଼ିଥିଲା। ଏକ ଦେଶରେ ଉତ୍ପାଦିତ ସାମଗ୍ରୀ ଓ ସେବାରୁ ଜିଡିପି ପ୍ରତିଫଳିତ ହୋଇଥାଏ। କେବଳ ଏହି ଅଙ୍କ ଆର୍ଥିକ ସମୃଦ୍ଧିର ଏକ ଉପଯୋଗୀ ସୂଚକାଙ୍କ କି ବୋଲି ଅର୍ଥନୀତିଜ୍ଞମାନେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri