ଜର୍ମାନୀରେ ମାନ୍ଦାବସ୍ଥା

ବର୍ଲିନ,୨୬ା୫: ବିଶ୍ୱର ଚତୁର୍ଥ ବୃହତ୍‌ ରାଷ୍ଟ୍ର ଜର୍ମାନୀରେ ମାନ୍ଦାବସ୍ଥା ଦେଖାଦେଇଛି। ଏହି ୟୁରୋପୀୟ ଦେଶର ଅର୍ଥନୀତି ୨୦୨୨ର ଚତୁର୍ଥ କ୍ୱାର୍ଟରରେ ଅପ୍ରତ୍ୟାଶିତ ଭାବେ ନକାରାମତ୍କ ଅଭିବୃଦ୍ଧି ଦେଖାଇବା ପରେ ଚଳିତ ବର୍ଷର ପ୍ରଥମ ତ୍ରୈମାସିକରେ ସଙ୍କୁଚିତ ହୋଇଯାଇଛି।
ୟୁରୋପର ସର୍ବବୃହତ୍‌ ଅର୍ଥନୀତି ମାନ୍ଦାବସ୍ଥାକୁ ଚାଲିଯାଇଥିବା ଗୁରୁବାର ସ୍ପଷ୍ଟ ହେବା ପରେ ୟୁରୋ ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ଫେଡେରାଲ ଷ୍ଟାଟିଷ୍ଟିକାଲ୍‌ ଅଫିସ୍‌ ପକ୍ଷରୁ ଗୁରୁବାର ଜାରି ତଥ୍ୟାନୁସାରେ ଜର୍ମାନୀର ମୋଟ ଘରୋଇ ଉତ୍ପାଦ (ଜିଡିପି) ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୦.୩% ହ୍ରାସ ପାଇଛି। ଏହା ପୂର୍ବରୁ ୨୦୨୨ ଶେଷ କ୍ୱାର୍ଟରରେ ଦେଶର ଅର୍ଥନୀତି ୦.୫% ସଙ୍କୁଚିତ ହୋଇଥିଲା। ଲଗାତର ଦୁଇଟି କ୍ୱାର୍ଟରରେ ଏପରି ଅସ୍ବାଭାବିକ ହ୍ରାସ ଆନୁଷ୍ଠାନିକ ଭାବେ ମାନ୍ଦାବସ୍ଥା ଆଗମନର ସଙ୍କେତ ଦେଇଛି। ଏହା ଗତ ମାସରେ ଚଳିତ ବର୍ଷ ପାଇଁ ନିଜ ଅଭିବୃଦ୍ଧିକୁ ଦୁଇଗୁଣା ଦର୍ଶାଇଥିବା ଜର୍ମାନୀ ସରକାରଙ୍କୁ ଝଟ୍‌କା ଦେଇଛି। ଜିଡିପି ଅଭିବୃଦ୍ଧି ୦.୨% ଥିବାବେଳେ ଏହା ୦.୪%ରେ ପହଞ୍ଚତ୍ବା ନେଇ ଗତ ଜାନୁୟାରୀ ଶେଷରେ ସରକାର ଆକଳନ କରିଥିଲେ। ଏବେ ନୂଆ ଡେଟା ଆସିବା ପରେ ଏହି ଅନୁମାନକୁ ଅପ୍‌ଡେଟ୍‌ କରିବାକୁ ପଡ଼ିବ। ଉଚ୍ଚ ମୁଦ୍ରାସ୍ଫୀତି ଉପଭୋକ୍ତାଙ୍କ ଖର୍ଚ୍ଚ କରିବା କ୍ଷମତାକୁ ପ୍ରଭାବିତ କରିଥିବାରୁ ଏପ୍ରିଲରେ ଏହା ୭.୨% ରହିଥିବା ଅର୍ଥନୀତିଜ୍ଞମାନେ କହିଛନ୍ତି। ଜର୍ମାନୀର ଖବରକାଗଜ ବିଲ୍ଡ ଅନୁସାରେ ୨୦୨୨ ଓ୍ବିଣ୍ଟର କ୍ୱାର୍ଟରରେ ଦେଶର ଅର୍ଥନୀତି ୦.୫% ଖସିବା ସହ ଭୁଶୁଡ଼ି ପଡ଼ିଥିଲା। ଏକ ଦେଶରେ ଉତ୍ପାଦିତ ସାମଗ୍ରୀ ଓ ସେବାରୁ ଜିଡିପି ପ୍ରତିଫଳିତ ହୋଇଥାଏ। କେବଳ ଏହି ଅଙ୍କ ଆର୍ଥିକ ସମୃଦ୍ଧିର ଏକ ଉପଯୋଗୀ ସୂଚକାଙ୍କ କି ବୋଲି ଅର୍ଥନୀତିଜ୍ଞମାନେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ନେଇ ଏମିତି ଭୁଲ୍‌ କଥା କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଏବେ ହେଉଛନ୍ତି ଟ୍ରୋଲ୍‌

ଇସଲାମାବାଦ,୫ା୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ଜନସଂଖ୍ୟାକୁ ନେଇ ଭୁଲ ତଥ୍ୟ ଦେଇଛନ୍ତି। ଯାହା ପରେ ସୋସିଆଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହେଉଛି।...

ସଂଘର୍ଷରତ ମା’ କାନ୍ଧରେ ପରିବାର ବୋଝ

ହଂକଂ,୫ା୫:ଜୟମାଳା ଦେବୀଙ୍କୁ ୧୪ ବର୍ଷ ବୟସରେ ବାହା କରାଇଥିଲେ ମା’ବାପା। ତାଙ୍କ ଉପରେ ସ୍ବାମୀ ଚାପ ପକାଇଚାଲିଥିଲେ ପୁଅ ଜନ୍ମ କରିବାକୁ। ଦୁଇ ପୁଅଙ୍କୁ ଜନ୍ମ...

ମୂଳ ଭାରତୀୟ ଅଜୟ ବଙ୍ଗା ହେଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: କାର୍ଯ୍ୟକାଳ ୫ ବର୍ଷ…

ଓ୍ବାଶିଂଟନ,୩।୬ : ମୂଳ ଭାରତୀୟ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ସେ ଗ୍ଲୋବାଲ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁଶନ,...

ଉହାନ ଲାବ୍‌ ପ୍ରଘଟ ସୂତ୍ର ବିଶ୍ୱସନୀୟ ହେଲା କିପରି

ଓ୍ବାଶିଂଟନ,୨୫।୬: କରୋନା ମହାମାରୀ ସାରା ବିଶ୍ୱରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ତେବେ ଏହି ଭୂତାଣୁର ମୂଳ ଉତ୍ସ ଏବେ ବି ରହସ୍ୟାବୃତ...

ଊର୍ଦ୍ଦୁ କବି ନାସିର ତୁରାବିଙ୍କ ପରଲୋକ

କରାଚୀ, ୧୨ା୧:ଭାରତ ଜନ୍ମିତ ପାକିସ୍ତାନର ଖ୍ୟାତାନାମା ଊର୍ଦ୍ଦୁ କବି ନାସିର ତୁରାବିଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ଯୋଗୁ...

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା, ତୈଳ ଉତ୍ପାଦନ ହ୍ରାସ ଘୋଷଣା କଲା ସୌଦି ଆରବ…

ରିୟାଦ,୫।୬ : ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ମାନ୍ଦା ଅବସ୍ଥା ଆଶଙ୍କା ସତ୍ତ୍ୱେ ମୂଲ୍ୟ ବୃଦ୍ଧି ପାଇଁ ପ୍ରତିଦିନ ତୈଳ...

ଶ୍ରୀଲଙ୍କାରେ ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ, ଭାରତ-ଚାଇନା ହସ୍ତକ୍ଷେପରୁ ଦୂରେଇ ରହିବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ…

କଲମ୍ବୋ, ୩୦।୮ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ମଙ୍ଗଳବାର କହିଛନ୍ତି ଯେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ଏକ ବେଲଆଉଟ୍‌ ପ୍ୟାକେଜ ଉପରେ...

କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ...

Advertisement
Archives

Model This Week