ଚିପ୍‌ ଫେରାଇବାକୁ ୧୦ ହଜାର ମାଗିଥିଲେ ମାନସ, କରିଥିଲେ ବ୍ଲାକ୍‌ମେଲ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୭ା୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇଙ୍କଠାରୁ ନୂଆ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ମାନସ ମେମୋରି ଚିପ୍‌ ନେଇଯିବା ସହ ବ୍ଲାକ୍‌ମେଲ କରିଥିଲେ। ଚିପ୍‌ ବଦଳରେ ସେ ଶର୍ମିଷ୍ଠାଙ୍କୁ ୧୦ହଜାର ଟଙ୍କା ଓ ତାଙ୍କ କ୍ୟାମେରା ଫେରାଇବାକୁ ଦାବି କରିଥିଲେ। ତଦନ୍ତରୁ ଏହା ଜଣାପଡ଼ିବା ପରେ ଉକ୍ତ ଚିପ୍‌ ପାଇବା ଆଶାରେ ତଦନ୍ତକାରୀ ଟିମ୍‌ ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀସ୍ଥିତ ମାନସଙ୍କ ପୈତୃକ ଘରକୁ ଯାଇ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଯାଞ୍ଚ କରିଥିଲା। ଏଥିସହ ମାନସ ରହିଥିବା ଭୁବନେଶ୍ୱରର ଦୁଇ ସ୍ଥାନରେ ମଧ୍ୟ ତନାଘନା କରିଥିଲା। ଚିପ୍‌କୁ ନେଇ ତଦନ୍ତ ଜାରି ରହିଥିବା ବୁଧବାର କ୍ରାଇମବ୍ରାଞ୍ଚ ପ୍ରେସ ବିବୃତିରେ ସୂଚନା ଦେଇଛି।

ସାକ୍ଷୀ ଓ ତଦନ୍ତ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ସୂଚନା ଦେଇଛି ଯେ, ମାନସ ଜାନୁୟାରୀ ୧୦ରୁ ଭୁବନେଶ୍ୱର ଏୟାରଫିଲ୍ଡ ଥାନାଞ୍ଚଳରେ ଥିବା ଦୟାଲ ଆଶ୍ରମରେ ରହୁଥିଲେ। ଜାନୁୟାରୀ ୩୦ରେ ଶର୍ମିଷ୍ଠା ଏବଂ ଅନ୍ୟତମ ଅଭିଯୁକ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ତାଙ୍କୁ ସମ୍ପୂର୍ଣ୍ଣ ନ୍ୟୁଜ୍‌ ଅଫିସ୍‌କୁ ଡାକି ଭିଡିଓ ସହ ଚିପ୍‌ ଫେରାଇବାକୁ କହିଥିଲେ। ସେଠାରେ ଉଭୟ ମାନସଙ୍କୁ ମାଡ଼ ମାରିଥିଲେ। ଏହାପରେ ମାନସଙ୍କୁ ସେମାନେ ନିକଟରେ ଥିବା ଦୟାଲ ଆଶ୍ରମକୁ ନେଇ ସେ ରହୁଥିବା ଘରେ ଚିପ୍‌ ଖୋଜାଖୋଜି କରିଥିଲେ। ଏହା ପରଦିନ ଅର୍ଥାତ୍‌ ଜାନୁୟାରୀ ୩୧ରେ ମାନସ ଦୟାଲ ଆଶ୍ରମ ଛାଡ଼ି ଭୁବନେଶ୍ୱରର ଭିନ୍ନ ଭିନ୍ନ ସ୍ଥାନରେ ରହିଥିଲେ। ଏହାପରେ ତାଙ୍କଠାରୁ ଛଡ଼ାଇ ନିଆଯାଇଥିବା କ୍ୟାମେରା ଓ ୧୦ ହଜାର ଟଙ୍କା ଦେଲେ ଚିପ୍‌ ଫେରାଇଦେବେ ବୋଲି ମାନସ ଶର୍ମିଷ୍ଠାଙ୍କୁ କହିଥିଲେ। ଫେବୃୟାରୀ ୫ରେ ସହଯୋଗୀ ଦୀପକଙ୍କ ସହ ମାନସ ବାହାଘର ଶୁଟ୍‌ ପାଇଁ ଭଦ୍ରକ ଚାନ୍ଦବାଲିକୁ ଯାଇଥିଲେ। ଏହା ଜାଣିବା ପରେ ଶର୍ମିଷ୍ଠା ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ପଳାସପୁର ଗ୍ରାମରୁ ମାନସଙ୍କୁ ଅପହରଣ କରି ନିଜ କାର୍‌ରେ ତାଙ୍କୁ ଦୟାଲ ଆଶ୍ରମକୁ ନେଇଆସିଥିଲେ। ଚିପ୍‌ ପାଇବା ପାଇଁ ତାଙ୍କୁ ନାନା ନିର୍ଯାତନା ଦେବା ସହ ଶେଷରେ ହତ୍ୟା କରିଥିଲେ।

ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ସେଥିରେ ଏମିତି କ’ଣ ଥିଲା ଜଣାପଡିନାହିଁ। ଉକ୍ତ ଚିପ୍‌ ମିଳିଲେ ଏଭଳି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିଥାନ୍ତା। ଯେହେତୁ ମାନସ ଏବେ ମୃତ, ତେଣୁ ମେମୋରି ଚିପ୍‌ ପାଇବା କ୍ରାଇମବ୍ରାଞ୍ଚ ପାଇଁ କଷ୍ଟକର ହୋଇପଡ଼ିଛି। ମାନସଙ୍କ ରହଣି ସ୍ଥାନ ଓ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ଉକ୍ତ ଚିପ୍‌ ପାଇବା ପାଇଁ କ୍ରାଇମବ୍ରାଞ୍ଚ ଯଥାସମ୍ଭବ ଚେଷ୍ଟା ଜାରି ରଖିଛି। ସେପଟେ ଶର୍ମିଷ୍ଠା ଓ ଝୁନାଙ୍କ ରିମାଣ୍ଡ ସରିଥିବାରୁ ଉଭୟଙ୍କୁ ଗୁରୁବାର ଅପରାହ୍ନ ୧ଟାରେ କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିବ। ତେବେ ମାନସଙ୍କ ହତ୍ୟାର କାରଣ ଓ ମେମୋରି ଚିପ୍‌ ରହସ୍ୟ ହୋଇ ରହିଯିବ ବୋଲି ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?