ପ୍ରକଳ୍ପ ଥାଇ ବି ପାଣି ପାଇଁ ହାହାକାର

ଯାଜପୁର ଅଫିସ,୭।୪: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହିକ୍ରମରେ ଗ୍ରାମାଞ୍ଚଳର ଜଳସ୍ତର ଏବେଠୁ ହ୍ରାସ ପାଇଲାଣି। ଏହି ପରିସ୍ଥିତିରେ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା ଲୋକଙ୍କୁ ଅତିଷ୍ଠ କରିଛି। ମନେହେଉଛି ସରକାରଙ୍କ ବସୁଧା ଯୋଜନା ଯେମିତି ବାଟବଣା ହୋଇଛି। ଯାଜପୁର ଜିଲା ଗ୍ରାମ୍ୟ ଜଳ ଯୋଗାଣ ପରିମଳ ସଂସ୍ଥା (ଆରଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ପ୍ରାୟ ୩୩୦ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ (ପିଡବ୍ଲ୍ୟୁଏସ୍‌) କାର୍ଯ୍ୟକ୍ଷମ ହେଉଛି ବୋଲି ଦାବି କରାଯାଉଥିବା ବେଳେ ବାସ୍ତବରେ ଏହି ରିପୋର୍ଟ ପାଣିରେ ସର ପକାଇବା ଭଳି ହୋଇଛି ା ବହୁ ବର୍ଷ ହେଲା ବିଭାଗୀୟ ରିପୋର୍ଟରେ ପ୍ରକଳ୍ପ କାମ ଚାଲିଥିବା ଉଲ୍ଲେଖ ରହିଛି। ବିଭାଗୀୟ, ପ୍ରଶାସନିକ ଏବଂ ବିଧାନସଭା କମିଟି ବିଭିନ୍ନ ସମୟରେ ସମୀକ୍ଷାବେଳେ ପ୍ରକଳ୍ପଗୁଡିକର ସ୍ଥିତି ଅପରିବର୍ତ୍ତିତ ରହୁଛି । ଏହାସତ୍ତ୍ବେ ପ୍ରକଳ୍ପ କାମ ତୁରନ୍ତ ସାରିବାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଜିଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଓ ଭରତପୁର ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଦ୍ୱୟକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ୫୬ ଲକ୍ଷ ୭୯ ହଜାର ୭୦୦ ଟଙ୍କାର ଏହି ଦୁଇ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ସୁଦ୍ଧା ସ୍ଥାନୀୟ ଲୋକେ ଏଯାଏ ପାଣି ବୁନ୍ଦାଏ ପାଇ ପାରିନାହାନ୍ତି। ତେଣୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହି ଦୁଇ ପ୍ରକଳ୍ପରେ ବ୍ୟାପକ ହରିଲୁଟ ହେବା ସହ ଉପଯୁକ୍ତ ଭାବେ ନିର୍ମାଣ ହୋଇ ନ ଥିବା ନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଓଡ଼ିଶା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଧର୍ମଶାଳା ବ୍ଲକର ଗେଙ୍ଗୁଟିଆ ଗ୍ରାମରେ ୩୧ ଲକ୍ଷ ୪୨ ହଜାର ୨୦୦ ଟଙ୍କା ଓ ଭରତପୁର ଗ୍ରାମରେ ୨୫ ଲକ୍ଷ ୩୭ ହଜାର ୫୦୦ ଟଙ୍କା ବ୍ୟୟରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି। ଏହି ଦୁଇ ପ୍ରକଳ୍ପ ୩୧ା୩ା୨୦୨୧ରେ ସମ୍ପୂର୍ଣ୍ଣ ହୋଇଛି। ପ୍ରକଳ୍ପରେ ୧୬୦ ଏମ୍‌ଏମ୍‌ ଓ ୧୧୬ ଏମ୍‌ଏମ୍‌ ପାଇପ ବ୍ୟବହାର କରାଯାଇଛି। ତେବେ ଅତିନିମ୍ନମାନର କାମ ହୋଇଥିବାରୁ ଏହି ପ୍ରକଳ୍ପ ଦ୍ୱୟ ଏବେ ବି ଅଚଳ ହୋଇ ପଡିଛି। ଆଶ୍ଚର୍ଯ୍ୟର କଥା, ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ନେଇ କୁଆଖିଆ ଇଲେକ୍ଟ୍ରିକାଲ ଡିଭିଜନ ପକ୍ଷରୁ ବିଦ୍ୟୁତ୍‌ ବିଲ୍‌ ମଧ୍ୟ ଜାରି କରାଯାଇଛି। ଗତ୧୬ା୩ା୨୦୨୨ରେ ଉଭୟ ଗ୍ରାମର ଗ୍ରାମବାସୀ ଧର୍ମଶାଳା ବିଡିଓଙ୍କ ନିକଟରେ ପ୍ରକଳ୍ପ ଦ୍ୱୟ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ କରିଛନ୍ତି। ତେଣୁ ଏ ସଂକ୍ରାନ୍ତରେ ଆବଶ୍ୟକ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକାୟୁକ୍ତରେ ଆବେଦନ କରାଯାଇଛି। ଜଳ ଉତ୍ସର ପ୍ରସ୍ତୁତି, ପମ୍ପ ହାଉସ ନିର୍ମାଣ, ସରବରାହ ପାଇଁ ପାଇପ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବିଭାଗୀୟ ରିପୋର୍ଟରେ ଉଲ୍ଲେଖ ରହିଛି ା ହେଲେ ସେହି ପ୍ରକଳ୍ପ ଅଚଳ ହୋଇପଡିଥିବାରୁ ଗେଙ୍ଗୁଟିଆ ଓ ଭରତପୁର ଗ୍ରାମବାସୀ ପାଣି ଗରାଏ ପାଇଁ ଚାତକ ଭଳି ଚାହିଁ ରହିଛନ୍ତି । ଜିଲାର ୧୦ ବ୍ଲକ ଅଧୀନ ପ୍ରାୟ ୧୮ ଲକ୍ଷ ଅଧିବାସୀଙ୍କୁ ପାନୀୟ ଜଳ ଉପଲବ୍ଧ କରାଇବାକୁ ସରକାରୀ ଯୋଜନା କିଭଳି ଚାଲିଛି ଏଥିରୁ ଅନୁମେୟ ।
ଏ ସଂକ୍ରାନ୍ତରେ ଆରଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଘଡେଇଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରକଳ୍ପରୁ ଆବଶ୍ୟକ ପାଣି ବାହାରୁ ନାହିଁ, ଲୌହଅଂଶ ରହିଥିବାରୁ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇ ନାହିଁ। ତେଣୁ ବିକଳ୍ପ ଜଳଉସତ୍ ସନ୍ଧାନ କରି ଅଚଳ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ ଜାରି ରହିଛି। କୌଣସି ପ୍ରକଳ୍ପ କାମରେ ଦୁର୍ନୀତି ହୋଇ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷ୍ଣପ୍ରସାଦରେ ଲାଗିଲା ଆଣ୍ଡାମାନ ବୋଟ

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୬।୧୦(ଡି.ଏନ୍‌.ଏ.): ଆଣ୍ଡାମାନ ଦ୍ବୀପରେ ବ୍ୟବସାୟ କରୁଥିବା ଏକ ବୋଟ ସାମୁଦ୍ରିକ ଝଡ଼ରେ ବାଟବଣା ହୋଇ ଗୁରୁବାର ରାତିରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଖିରିସାହି...

କାର୍ଯ୍ୟକ୍ଷମ ହେଉନି ସେବାଶ୍ରମ ଛାତ୍ରାବାସ

ପଦ୍ମପୁର,୨୯।୨(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ସନନ୍ଦପୁର ଗ୍ରାମରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ସେବାଶ୍ରମ ଛାତ୍ରାବାସ। ମାତ୍ର ଛାତ୍ରାବାସ...

ଚମକିଲେ ନିଆରା ହୀରା

ପୁରୀ ଅଫିସ,୧।୩:ବାପା ଦିନମଜୁରିଆ। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ନାହିଁ। ଫନୀ ମହାବାତ୍ୟା ପରଠାରୁ ପଲିଥିନ ତଳେ ବିତିଛି ଜୀବନ। ହେଲେ ରାଜନୀତି ପ୍ରତି ଥିବା...

ନିଆଁରେ ପୋଡ଼ିଗଲା ଆମ୍ବ ବଗିଚା

ଭେଡେନ,୧୪।୬(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ଥାନା ରୂଷୁଡା ଫାଣ୍ଡି ଅଧୀନ ଗଣ୍ଡତୁରୁମ ଗ୍ରାମରେ ବୁଧବାର ସାରେ ବିଲରେ ଲଗାଯାଇଥିବା ନିଆଁ ଭୟଙ୍କର ରୂପ ନେଇ...

ଦ୍ୱାରଶୁଣି ଘାଟିରେ ଟ୍ରେଲର ଦୁର୍ଘଟଣାଗ୍ରସ୍ତ

ବାଙ୍ଗିରିପୋଷି,୨୮ା୨(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଘଟିଛି ଦୁର୍ଘଟଣା ା ଗୁରୁବାର ମଧ୍ୟାହ୍ନରେ ଏକ ଆଇରନ ଡଷ୍ଟ...

ନିମ୍ନମାନର କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସୀ

ବଡସାହି,୧୧ା୧(ସ୍ବ.ପ୍ର.)-ବଡ଼ସାହି ବ୍ଲକ ଅଧୀନ ଭୀମଦା ପଞ୍ଚାୟତ ଚେଙ୍ଗୁଆ-ମଙ୍ଗଳପୁର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ...

ଭ୍ରୂଣହତ୍ୟା ତଦନ୍ତରେ ଫସିଲେ ନକଲି ଡାକ୍ତର: ଡାକ୍ତରୀ ପାଠ ନ ପଢ଼ି…

ନୟାଗଡ଼ ଅଫିସ,୫।୯: ନୟାଗଡ଼ ଜିଲାରେ ଭ୍ରୂଣହତ୍ୟା ଘଟଣା ୨ୟ ଥର ସାମ୍‌ନାକୁ ଆସିବା ପରେ ପ୍ରଶାସନର ନିଦ ହଜିଯାଇଛି । ଏହି ଘଟଣାରେ ପ୍ରଶାସନର ପ୍ରାଥମିକ...

୩୧ରୁ ନଭେମ୍ବର ୨ ଯାଏ ମେଘୁଆ ପାଗ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟରେ ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲ୍‌ସିୟସକୁ ଖସି ଆସିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ...

Advertisement
Archives

Model This Week