ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କଲେ ଫେରିବାଲା, ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡ଼ିତା

କେନ୍ଦୁଝର,୧୭ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ଦିବ୍ୟାଙ୍ଗ ଜନଜାତି ନାବାଳିକାଙ୍କୁ ଆସିଫ୍‌ ଅନବର ଖାନ୍‌ ନାମକ ଫେରିବାଲା ଶନିବାର ଅପରାହ୍ନରେ ବାରମ୍ବାର ବଳାତ୍କାର କରି କ୍ଷତାକ୍ତ କରି ଦେଇଥିବା ଯୋଗୁ ପୀଡ଼ିତା କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗ ସହିତ କେନ୍ଦୁଝରରେ ବଢୁଥିବା ଅନୁପ୍ରବେଶକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। କେନ୍ଦୁଝରରେ ମହିଳାଙ୍କ ଉପରେ ଏହି ଅସାମାଜିକ ବ୍ୟକ୍ତିମାନେ ଲୋଲୁପ ଦୃଷ୍ଟି ପକାଇ ସେମାନଙ୍କୁ ଅପହରଣ ବଳାତ୍କାର ଏବଂ ହତ୍ୟାର ଅନେକ ଘଟଣା ଘଟି ଚାଲିଟିଯିବା ବେଳେ କିଛି ଲୋକଲୋଚନକୁ ଆସୁଥିବା ବେଳେ ଅନେକ ଲୋକଙ୍କ ନଜରରୁ ଦୂରେଇ ରହୁଛି। ଏ ବିଷୟରେ କେନ୍ଦୁଝର ଜିଲା ପ୍ରଶାସନ ଓ ପୋଲିସକୁ ପୂର୍ବରୁ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରି କେନ୍ଦୁଝରରୁ ବିଦା କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଥିପାଇଁ ବିଶ୍ବହିନ୍ଦୁ ପରିଷଦ କେନ୍ଦୁଝର ଜିଲା ପକ୍ଷରୁ ଆଜି କେନ୍ଦୁଝର ଜିଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜିଲା ବନ୍ଦର ଡାକରା ଦିଆଯାଇଛି। ଏହାକୁ ସମସ୍ତ ହିନ୍ଦୁ ସଂଗଠନ ଓ ହିନ୍ଦୁ ଭଉଣୀଭାଇ ସହଯୋଗ ଓ ସମର୍ଥନ କରିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ବପ୍ନେଶ୍ୱର ସାହୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତୁଷାର ସାମନ୍ତ, ଇଂ ବସନ୍ତ କୁମାର ଦାନୀ, ଦେବାଶିଷ ପତି ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୀୟୁଷଙ୍କୁ ନେଇ ରାଣୀ ପଣ୍ଡାଙ୍କ ବିବାଦୀୟ ବୟାନ, ପାଲଟା ଜବାବ ରଖିଲେ ପୀୟୁଷ

ଭୁବନେଶ୍ବର,୨୨ା୧: ଯାତ୍ରା ଦୁନିଆର ଦୁଇ ଲୋକପ୍ରିୟ କଳାକାର ପୀୟୁଷ ତ୍ରିପାଠୀ ଏବଂ ରାଣୀ ପଣ୍ଡା ମୁହାଁମୁହିଁ। ଯାଜପୁର ଜିଲା ବିଞ୍ଝାରପୁରର ବାରୁଣେଶ୍ୱର ମେଳାରେ ଦୁଇଜଣଙ୍କ ମଧ୍ୟରେ ଦେଖାଦେଇଥିବା…

କଂଗ୍ରେସ ସହ ହାତ ମିଳାଇଲା ଭାଜପା, ନିର୍ୱାଚନ ଜିତିବାକୁ ଏହି ରାଜ୍ୟରେ କଲା ମେଣ୍ଟ

ମୁମ୍ୱାଇ,୨୨।୧: ଶୀର୍ଷ ନେତୃତ୍ୱର ଅସନ୍ତୋଷ ସତ୍ତ୍ୱେ, ମହାରାଷ୍ଟ୍ରର ଅମରାବତୀ ଜିଲାର ଅଚଳପୁର ପୌର ପରିଷଦରେ ବିଭିନ୍ନ କମିଟିର ଅଧ୍ୟକ୍ଷଙ୍କ ର୍ନିବିରୋଧୀ ନିର୍ୱାଚନ ସୁନିଶ୍ଚିତ କରିବା ପାଇଁ ଭାଜପା,…

T20 World Cup 2026 ପୂର୍ୱରୁ କ୍ରିକେଟ ଜଗତରେ ହଲଚଲ, ଇସ୍ତଫା ଦେଲେ…

ନୂଆଦିଲ୍ଲୀ,୨୨।୧: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ୧୫ ଦିନ ବାକି ଥିବାବେଳେ, ଇଂଲଣ୍ଡ କ୍ରିକେଟରେ ହଲଚଲ ଦେଖିବାକୁ ମିଳିଛି। ପୁରୁଷ ଜାତୀୟ ଦଳର…

ସରସ୍ୱତୀ ପୂଜାରେ ବଡ଼ ସଂଯୋଗ, ୪ ରାଶିରେ ହଠାତ୍ ମିଳିବ ଖୁସି ଖବର

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌ ଶୁଭ…

ବିଶ୍ୱକପରୁ ବିଦା ହେଲା ବାଂଲାଦେଶ, ଏହି ଟିମ୍‌କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୨।୧: ବାଂଲାଦେଶ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛି। ନିଷ୍ପତ୍ତି ନେବା ପାଇଁ ଆଇସିସି ବାଂଲାଦେଶକୁ ୨୪ ଘଣ୍ଟା ସମୟ ଦେଇଥିଲା। ଗୁରୁବାର ଢାକାରେ ବିସିବି ଏବଂ ବାଂଲାଦେଶ…

୨୦୩୬ ସୁଦ୍ଧା ଓଡ଼ିଶାର ୯୦% ଚାଷଜମିକୁ ମିଳିବ ଜଳସେଚନ ସୁବିଧା

ଭୁବନେଶ୍ବର,୨୨ା୧: ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚାଷ ଜମିକୁ ଜଳସେଚନ ଗୁରୁତ୍ୱପୂର୍ଣ୍ଣ। ଗୁରୁବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ପାଣି ପଞ୍ଚାୟତ…

ଭାରତରେ ବିଶ୍ୱକପ ଖେଳିବ ନାହିଁ ବାଂଲାଦେଶ: ଏହି ନିଷ୍ପତ୍ତିରେ କିଏ ଅଧିକ ସହିବ କ୍ଷତି, ଆଇସିସି ନା ବାଂଲାଦେଶ କ୍ରିକେଟ ବୋର୍ଡ?

ନୂଆଦିଲ୍ଲୀ,୨୨।୧: ଭାରତରେ ହେବାକୁ ଥିବା T20 ବିଶ୍ୱକପରୁ ବାଂଲାଦେଶର ଓହରିଯିବା ନିଷ୍ପତ୍ତି କ୍ରୀଡା ଜଗତରେ ହଇଚଇ ସୃଷ୍ଟି କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର 24 ଘଣ୍ଟାର ଅଲ୍ଟିମେଟମ…

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲେ ନୂଆ ଅତିଥି, ଛୁଟିଲା ଶୁଭେଚ୍ଛାର ସୁଅ

ଭୁବନେଶ୍ବର,୨୨ା୧: ଓଡ଼ିଶାର ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଘରକୁ ଆସିଛି ନୂଆ ଅତିଥି। ବୁଧବାର ଏହି ଷ୍ଟାର୍ ଦମ୍ପତି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri