Posted inଜାତୀୟ

ସ୍ବାମୀଙ୍କ ମୃତଦେହକୁ ଟ୍ରଲି ବ୍ୟାଗ୍‌ରେ ଭରି ଡ୍ରେନରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ,୨୮।୮: ଗତ ୧୦ ତାରିଖରେ ରାଜଧାନୀର ସୁଖଦେବ ବିହାରର ଡ୍ରେନରୁ ଏକ ଟ୍ରଲି ବ୍ୟାଗରୁ ମିଳିଥିଲା ଜଣେ ପୁରୁଷଙ୍କ ମୃତଦେହ। ପାଣିରେ ରହି ରହି ମୃତଦେହ ପଚି ଯାଇଥିବାରୁ ମୃତକଙ୍କ ପରିଚୟ ଜାଣିବା ପୋଲିସ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ମୃତକଙ୍କ ଡାହାଣହାତରେ ଥିଲା ଏକ ଟାଟୁ, ଯେଉଁଥିରେ ଉଲ୍ଲେଖ ଥିଲା ‘ନବୀନ’। ଘଟଣା ସ୍ଥଳରୁ ହତ୍ୟା ସମ୍ପର୍କୀତ କୌଣସି ତଥ୍ୟ ନ ମିଳିବାରୁ ତାଙ୍କୁ ଅନ୍ୟତ୍ର ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ ପାଇଥିଲା।

ମୃତକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ପକ୍ଷରୁ ଆଖ ପାଖ ଥାନାକୁ ମୃତଦେହ ଓ ହାତରେ ଥିବା ଟାଟୁ ଫଟୋ ପଠାଯାଇଥିଲା। ପରେ ନବୀନ ନାମକ ଜଣେ ବ୍ୟକ୍ତି ନିଖୋଜ ଥିବା ପୋଲିସ ଜାଣିବାକୁ ପାଇଥିଲା। ତୁରନ୍ତ ଅଭିଯୋଗକାରୀ ମୁସ୍କାନ ତଥା ନବୀନଙ୍କ ସ୍ତ୍ରୀ ପାଖରେ ପହଞ୍ଚିଥିଲା ପୋଲିସ।

ପ୍ରାରମ୍ଭିକ ତଦନ୍ତ ବେଳେ ପୋଲିସକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଥିଲେ ମୁସ୍କାନ। କିନ୍ତୁ ନବୀନଙ୍କ ହତ୍ୟା ପଛରେ ତାଙ୍କ ହାତ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ପଚରାଉଚୁରା ବେଳେ ମୁସ୍କାନ ତାଙ୍କ ପ୍ରେମିକ ଜମାଲଙ୍କ ସହ ମିଶି ସ୍ବାମୀ ନବୀନଙ୍କୁ ଛୁରି ଭୁଷି ହତ୍ୟା କରିଥିବା ସ୍ବୀକାର କରିଥିଲେ। ଏହି ହତ୍ୟାକାଣ୍ଡରେ ଜଡ଼ିତ ଅନ୍ୟ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପତ୍ର ଲେଖିଲେ ଖାର୍ଗେ, କେବଳ ଖବରରେ ଦେଖାଯାଉଛି ଚମକୁଥିବା ରେଲଓ୍ବେ, ଗ୍ରାଉଣ୍ଡ ଲେବଲରୁ ହେଉ କାମ

ନୂଆଦିଲ୍ଲୀ,୫।୬: ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣା ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଟ୍ରେନ ଦୁର୍ଘଟଣାକୁ...

ଆସାମ, ବିହାର ବନ୍ୟା ମୃତ୍ୟୁସଂଖ୍ୟା ୧୫୦

ନୂଆଦିଲ୍ଲୀ,୨୦ା୭(ପି.ଟି.): ବିହାର ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିବାବେଳେ ୧ କୋଟି ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ...

ଲକ୍ଷେ ୪୮ ହଜାର ଟପିଲା ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୨୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ସର୍ତ୍ତ ମାନିଲେ ନୀତୀଶଙ୍କ ସହ ମିଶିବି, କହିଲେ ପିକେ…

ପାଟନା, ୧୫।୯ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାର ଗୁମର ଖୋଲିଛନ୍ତି। ସେ କହିଛନ୍ତି ଯେ ନୀତୀଶଙ୍କୁ ଦୁଇ...

ଓଲଟିଲା ସ୍କୁଲ୍‌ ବସ୍‌: ୧୮ ଆହତ

ବେଙ୍ଗାଲୁରୁ,୧୫।୧୨: କର୍ନାଟକର ଶିବମୋଗ୍ଗା ଜିଲା ସାଗର ତାଲୁକର ତୁମାରି ନିକଟ ଭାକ୍କୋଡିରେ ଏକ ସ୍କୁଲ୍‌ ବସ୍‌ ଓଲଟି ପଡିଛି। ଫଳରେ ୧୮ ଜଣ ଛାତ୍ର ଏବଂ...

ଦୁବଇରୁ ଫେରୁଥିଲେ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୫ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଏହା ଅନ୍ୟ ଭାରିଏଣ୍ଟ ତୁଳନାରେ ଦ୍ରୁତ...

ଲୋକତନ୍ତ୍ର ନୁହେଁ, ଗାନ୍ଧୀ ପରିବାର ବିପଦରେ; ବିରୋଧୀ ଯେତେ କାଦୁଅ ଫିଙ୍ଗିଲେ ପଦ୍ମ ସେତେ ଫୁଟିଲା

ଲକ୍ଷ୍ନୌ,୭।୪: ଗଙ୍ଗା ଓ ଯମୁନାର ଦୋଆବାରେ ଥିବା କଡା ଧାମରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୌଶଂବି ସହ ପୂର୍ବାଞ୍ଚଳ ଓ ବୁନ୍ଦେଲଖଣ୍ଡ ପରିଦର୍ଶନ...

ମୋଦି ରାମମନ୍ଦିର ଭୂମିପୂଜନ କରୁଥିବା ସମୟରେ ପଶିଆସିଲେ ୨ ଛେଳି, ଆଉ ତା’ ପରେ…

ନୂଆଦିଲ୍ଲୀ,୫ା୮: ରାମମନ୍ଦିର ଭୂମି ପୂଜା ସମୟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକି କଡ଼ା ସୁରକ୍ଷା ମଧ୍ୟରେ ଅଜବ ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ...

Advertisement
Archives

Model This Week