Posted inଫୁରସତ

୪୩ ବର୍ଷରେ ୫୩ ଥର ବିବାହ କରିଛନ୍ତି ଏହି ବ୍ୟକ୍ତି, କାରଣ ଜାଣିଲେ…

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବିବାହ ସ୍ବତନ୍ତ୍ର ହୋଇଥାଏ। କୁହାଯାଏ, ଜଣେ ବ୍ୟକ୍ତି ଜୀବନରେ ଥରେ ବିବାହ କରନ୍ତି। ତେଣୁ ସେ ଏହି ଦିନକୁ ସ୍ମରଣୀୟ କରିବା ପାଇଁ କେତେ କ’ଣ ବନ୍ଦୋବସ୍ତ କରିଥାନ୍ତି। କିନ୍ତୁ ବିଭିନ୍ନ କାରଣରୁ କିଛି ଲୋକ ଏକାଧିକ ଥର ବିବାହ କରନ୍ତି। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ସାଉଦି ଆରବର ୬୩ ବର୍ଷୀୟ ଆବୁ ଅବଦୁଲ୍ଲା। ସେ ୪୩ ବର୍ଷରେ ୫୩ ଥର ବିବାହ କରିଛନ୍ତି। ଯାହାକୁ ନେଇ ଅନେକ ଚର୍ଚ୍ଚା।

କିନ୍ତୁ ଆବୁ ଏହାକୁ ଆଶ୍ଚର୍ଯ୍ୟଜନକ ମନେ କରନ୍ତି ନାହିଁ। ବିବାହ କରିବାର କାରଣ ମଧ୍ୟ ବହୁତ ଅଦ୍ଭୁତ ଅଟେ। ଏକ ସାକ୍ଷାତକାରରେ କହିଛନ୍ତି, ସେ ନିଜ ଖୁସି ପାଇଁ କିମ୍ବା କେବଳ ସମ୍ପର୍କ ସ୍ଥାପନ କରିବା ପାଇଁ ୫୩ ଥର ବିବାହ କରିନାହାନ୍ତି ବରଂ ଜୀବନ ଏବଂ ମାନସିକ ଶାନ୍ତିରେ ସନ୍ତୁଳନ ହାସଲ କରିଛନ୍ତି।

ତାଙ୍କର ପ୍ରଥମ ବିବାହ ୨୦ ବର୍ଷ ବୟସରେ ହୋଇଥିଲା। ତାଙ୍କ ପ୍ରଥମ ଆବୁଙ୍କଠାରୁ ୬ ବର୍ଷ ବଡ଼ ଥିଲେ। ସେ ଖୁସି ଥିଲେ, ତାଙ୍କର ମଧ୍ୟ ସନ୍ତାନ ଥିଲେ। କିନ୍ତୁ କିଛି ଦିନ ପରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ପରେ ସେ ପୁଣି ବିବାହ କରିବାକୁ ସ୍ଥିର କଲେ। ୨୩ ବର୍ଷ ବୟସରେ ସେ ଦ୍ୱିତୀୟ ଥର ବିବାହ କରିଥିଲେ। କିନ୍ତୁ ଏହା ପରେ ତାଙ୍କର ପ୍ରଥମ ଏବଂ ଦ୍ୱିତୀୟ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଜଟିଳତାକୁ ଏଡ଼ାଇବା ପାଇଁ ସେ ତୃତୀୟ ଥର ଏବଂ ପରେ ଚତୁର୍ଥ ଥର ବିବାହ କରିଥିଲେ। ଯେତେବେଳେ ସେହି ମହିଳାମାନଙ୍କ ମଧ୍ୟରେ ଝଗଡ଼ା ଅଧିକ ହେଲା, ସେତେବେଳେ ଆବୁ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଦେଲେ।

 

ଏପରିକି ଆବୁ କିଛି ବିବାହ କେବଳ ଗୋଟିଏ ରାତି ପାଇଁ ବି କରିଥିଲେ। ସେ କହିଛନ୍ତି, ଏତେ ସଂଖ୍ୟକ ବିବାହ କରିବାର କାରଣ ସେ ନିଜ ପାଇଁ ଜଣେ ଏମିତି ସ୍ତ୍ରୀ ଚାହୁଁଛନ୍ତି ଯିଏ ତାଙ୍କୁ ବୁଝିବେ ଏବଂ ତାଙ୍କୁ ଖୁସିରେ ରଖିବେ। ସେ ପ୍ରତ୍ୟେକ ସ୍ତ୍ରୀଙ୍କୁ ଭଲ ବ୍ୟବହାର କରୁଥିଲେ। ୪୩ ବର୍ଷରେ ସେ କେବଳ ସାଉଦି ମହିଳାମାନଙ୍କ ସହିତ ନୁହେଁ, ବିଦେଶୀ ମହିଳାମାନଙ୍କକୁ ମଧ୍ୟ ବିବାହ କରିଥିଲେ। ସେ ୩-୪ ମାସ ପର୍ଯ୍ୟନ୍ତ ବ୍ୟବସାୟ ଭ୍ରମଣରେ ଯାଇ ବିଦେଶରେ ରହୁଥିଲେ। ଏହି ସମୟରେ ଅନେକ ମହିଳାଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେଠାରେ ମଧ୍ୟ କିଛି ମହିଳାଙ୍କୁ ବିବାହ କରିଥିଲେ। ଏମିତି ସେ ୫୩ ସ୍ତ୍ରୀଙ୍କୁ ବିବାହ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ଏହାପରଠାରୁ ସେ ଆଉ ବିବାହ କରିବାକୁ ଚାହୁଁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri