ପଳାଶୁଣୀ ଛକରେ ଛକି ବସିଥିଲା ମୃତ୍ୟୁ: ୫ମାସ ହେଲା ଶିଳାନ୍ୟାସରେ ଅଟକିଛି ଫୁଟ୍‌ ଓଭରବ୍ରିଜ୍‌

ଭୁବନେଶ୍ୱର,୨୧ା୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ରହୁଥିବା ପୁଅ ପାଖକୁ ଗଁାରୁ ଆସୁଥିଲେ ବାପା। ଦୁଇଟି ବ୍ୟାଗରେ ଭର୍ତ୍ତିକରି ଆଣିଥିଲେ ବିଭିନ୍ନ ପ୍ରକାର ପରିବା, ଚାଉଳ, ଲୁଗାପଟା ଆଦି ସାମଗ୍ରୀ। ଇଚ୍ଛା ଥିଲା ପୁଅ, ବୋହୂ, କୁନି ନାତିଙ୍କ ସହ କିଛିଦିନ ସମୟ ବିତାଇଥାନ୍ତେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଗଁାରୁ ଆଖିରେ ଅସୁମାରି ସ୍ବପ୍ନ ନେଇ ଆସିଥିବା ମଣିଷଟିର ବାଟରେ ଛକି ବସିଥିଲା ମୃତ୍ୟୁ। ଭୁବନେଶ୍ୱର ପଳାଶୁଣୀ ଛକ ଜାତୀୟ ରାଜପଥକୁ ପାର ହେବାବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ। ଗୁରୁବାର ପୂର୍ବାହ୍ନରେ ଘଟିଥିଲା ଏଭଳି ଏକ ଦୁଃଖଦ ଘଟଣା। ମୃତକ ହେଲେ ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଗଁାର ପ୍ରଶାନ୍ତ କୁମାର ବେଜ (୫୫)। ପ୍ରଶାନ୍ତଙ୍କୁ ବାଇକ ଧକ୍କା ଦେବା ପରେ ସେ ତଳେ ପଡ଼ିଯିବାରୁ ଏକ ଟ୍ରକ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।

ମଞ୍ଚେଶ୍ୱର ଥାନା ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ବ୍ୟବଚ୍ଛେଦ ପରେ ପ୍ରଶାନ୍ତଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରଶାନ୍ତଙ୍କ ପୁଅ ପାର୍ଥସାରଥିଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ଦୁର୍ଘଟଣାଜନିତ ମାମଲା (ନଂ.୬୩୩/୨୦୨୪) ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଦୁର୍ଘଟଣା ବେଳର ସିସିଟିଭି ଭିଡିଓ ଭାଇରାଲ ହେଉଛି। ପୋଲିସ ଦୁର୍ଘଟଣା ଘଟାଇଥିବା ବାଇକ ଓ ଟ୍ରକକୁ ଚିହ୍ନଟ କରି ଚାଳକଙ୍କୁ ଧରିବାକୁ ଖୋଜାଖୋଜି କରୁଛି। ସୂଚନା ଅନୁଯାୟୀ, ପ୍ରଶାନ୍ତଙ୍କ ପୁଅ ପାର୍ଥସାରଥି ପଟିଆ ରେଳଷ୍ଟେଶନ ନିକଟରେ ଭଡ଼ାଘରେ ପରିବାର ସହ ରୁହନ୍ତି।

ସ୍ଥାନୀୟ ଏକ ଆପାର୍ଟମେଣ୍ଟରେ ସେ କାମ କରି ପରିବାର ଚଳାନ୍ତି। ପ୍ରଶାନ୍ତ ଭଦ୍ରକରୁ ବସ୍‌ରେ ଆସୁଥିବା ନେଇ ପାର୍ଥସାରଥିଙ୍କୁ ସକାଳେ କଲ୍‌ କରି ଜଣାଇଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟା ୧୦ରେ ପଳାଶୁଣୀ ଦୁର୍ଗାମଣ୍ଡପ ସାମ୍ନାରେ ପ୍ରଶାନ୍ତ ବସ୍‌ରୁ ଓହ୍ଲାଇଥିଲେ। ଏପଟେ ତାଙ୍କୁ ନେବା ପାଇଁ ପାର୍ଥସାରଥି ମଧ୍ୟ ପଟିଆରୁ ବାହାରି ଆସିଥିଲେ। ଏହି ସମୟରେ ପ୍ରଶାନ୍ତ ଦୁଇଟି ବ୍ୟାଗ ଧରି କିଛି ସମୟ ରାସ୍ତାକଡ଼ରେ ଠିଆ ହୋଇଥିଲେ। ଗାଡ଼ି ଚଳାଚଳ ସାମାନ୍ୟ କମିଯିବା ପରେ ପ୍ରଶାନ୍ତ ରାସ୍ତାର ଅପରପାର୍ଶ୍ୱକୁ ଯାଉଥିଲେ। ଏହି ସମୟରେ କଟକ ପାର୍ଶ୍ୱରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ପ୍ରଶାନ୍ତ ରାସ୍ତାରେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ଉପରେ ଏକ ଦ୍ରୁତଗାମୀ ଟ୍ରକ୍‌ ଚଢ଼ି ପଳାଇଥିଲା। ତାଙ୍କ ଦୁଇ ବ୍ୟାଗରେ ଥିବା ସାମଗ୍ରୀଗୁଡ଼ିକ ରାସ୍ତାରେ ବିଛାଡ଼ି ହୋଇଯାଇଥିଲା। ବାଇକ ଚାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ତେବେ ଦୁର୍ଘଟଣା ପରେ କିଛିସମୟ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ସେଠାରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ପାଇଁ ୫ ମାସ ତଳେ ଶିଳାନ୍ୟାସ ହୋଇଥିବା ବେଳେ ଏହି କାମ କେବଳ ମାଟିଖୋଳାରେ ଅଟକି ରହିଥିବାରୁ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ରାସ୍ତା ମଝିରେ ରୁଣ୍ଡ ହୋଇ ପ୍ରତିବାଦ କରିବାରୁ କଟକ ପାର୍ଶ୍ୱରୁ ଆସୁଥିବା ଗାଡ଼ିଗୁଡ଼ିକ କିଛିସମୟ ଅଟକି ରହିଥିଲା। ପୋଲିସ ବୁଝାଶୁଝା କରିବା ପରେ ସ୍ଥିତି ସୁଧୁରିଥିଲା। ଏହି ସ୍ଥାନରେ ବାରମ୍ବାର ଗାଡ଼ି ଧକ୍କାରେ ବହୁ ଜୀବନ ଯାଉଛି। ଗତ ମେ’ ୯ରେ ଟ୍ରକ୍‌ ଧକ୍କାରେ ଏକ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ଜୁନ୍‌ ୧୩ରେ ସିରିଜ୍‌ ଦୁର୍ଘଟଣାରେ ୫ଜଣ ଆହତ ହୋଇଥିଲେ। ଅକ୍ଟୋବର ୬ରେ ମଧ୍ୟ ଟ୍ରକ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ତୁରନ୍ତ ଫୁଟ୍‌ ଓଭରବ୍ରିଜ୍‌ କାମ ନେଇଥିବା ଠିକାଦାର କେବଳ ମାଟିଖୋଳି ଛାଡ଼ିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି,…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୯: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?