Posted inଫୁରସତ

ଗୋଟିଏ ଛାତ ତଳେ ୯ ସ୍ତ୍ରୀଙ୍କ ସହ ରହୁଛନ୍ତି ଏହି ଯୁବକ, ଏମିତି ବଦଳିଗଲା ଜୀବନ

ଏକାସାଙ୍ଗରେ ୯ ମହିଳାଙ୍କୁ ବିବାହ କରି ପାଖରେ ରଖିବା ଆଶ୍ଚର୍ଯ୍ୟଜନକ କଥା। ମାତ୍ର ବ୍ରାଜିଲର ମଡେଲ ଆର୍ଥର-ଓ-ଉର୍ସୋ ୯ଜଣଙ୍କୁ ବିବାହ କରି ପାଖରେ ରଖିଛନ୍ତି। ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ଆର୍ଥର ପୂର୍ବରୁ ବିବାହ କରିଥିଲେ। ମାତ୍ର ‘ଫ୍ରି ଲଭ୍‌’ ଉତ୍ସବ ପାଳନ କରିବାକୁ ‘ଏକ ବିବାହ’କୁ ସେ ବିରୋଧ କରୁଥିଲେ। ସେଥିପାଇଁ ସେ ୯ ଜଣ ମହିଳାଙ୍କୁ ବିବାହ କରିଥିଲେ। ପୂର୍ବରୁ ଜଣଙ୍କୁ ବିବାହ କରିଥିଲେ। ସମୁଦାୟ ୧୦ ମହିଳାଙ୍କୁ ସେ ବିବାହ କରିଛନ୍ତି।

ମୋଟା ଯୋଗୁ ଆର୍ଥର ବହୁତ ଚିନ୍ତାଗ୍ରସ୍ତ ଥିଲେ। ତାଙ୍କର ଓଜନ ୧ କ୍ୱିଣ୍ଟାଲ ହୋଇଯାଇଥିଲା। ପରେ ତାଙ୍କ ଓଜନ ୨୮ କେଜି କମାଇଥିଲେ। ଓଜନ କମାଇବା ପରେ ସେ ମଡେଲିଂ ଆରମ୍ଭ କରିଥିଲେ। ସେ କହିଛନ୍ତି, ମୁଁ ଓଜନ ଯଦି କମାଇ ନ ଥାନ୍ତି ୯ ମହିଳାଙ୍କୁ ଏକାସାଙ୍ଗରେ ବିବାହ କରିପାରି ନ ଥାନ୍ତି। ଆର୍ଥରଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ ଲୁଆନା କାଜାକୀ। ଏହା ପରେ ଆର୍ଥରଙ୍କ ଜୀବନ କେମିତି ବଦଳିଲା ତାହାକୁ ନେଇ ସେ କହିଛନ୍ତି।

ଆର୍ଥର ସୋମବାରରୁ ଶନିବାର ପର୍ଯ୍ୟନ୍ତ ଜିମ୍‌ରେ ଝାଳ ବୁହାନ୍ତି। ରବିବାର ବିଶ୍ରାମ ନିଅନ୍ତି। ଖାଇବା ପିଇବା ସମ୍ପର୍କରେ ସେ କୁହନ୍ତି, ମୁଁ ଏମିତି ଖାଦ୍ୟ ଖାଏ ନାହିଁ, ଯେଉଁଥିରେ ଲୁଣ, ଚିନି ଏବଂ ଫ୍ୟାଟ୍‌ ଥାଏ। ସନ୍ତୁଳିତ ଆହାର ପାଇଁ ମୁଁ ରୁଟିନ୍‌ କରିଛି। ତାଙ୍କର ଜୀବନଶୈଳୀରେ ପରିବର୍ତ୍ତନ କରିବା ପରେ ଏକ ଆକର୍ଷକ ଚେହେରା ପାଇଥିଲେ। ପରେ ମହିଳାମାନେ ତାଙ୍କ ପ୍ରେମରେ ପଡ଼ିଥିଲେ। ଯେଉଁଥିପାଇଁ ଆଜି ସେ ୯ ମହିଳାଙ୍କୁ ପାଖରେ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri