ମହାକାଶରେ ମଣିଷ

ଖ୍ରୀଷ୍ଟପୂର୍ବ ୩୯୯ରେ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ୍‌ କହିଥିଲେ, ”ମଣିଷ ପୃଥିବୀ ଉପରୁ ବାୟୁମଣ୍ଡଳର ଶୀର୍ଷ ଭାଗକୁ କିମ୍ବା ତା’ଠାରୁ ଅଧିକ ଉପରକୁ ଯାଇପାରିଲେ ହିଁ ସେ ନିଜ ଦୁନିଆକୁ ସମ୍ପୂର୍ଣ୍ଣ ରୂପେ ଜାଣିପାରିବ। “ ତେଣୁ ମହାକାଶକୁ ମାନବ ପ୍ରେରଣ କରିବା ମଣିଷର ପ୍ରାଚୀନତମ ସ୍ବପ୍ନଗୁଡ଼ିକରେ ଅଗ୍ରଣୀ ସ୍ଥାନ ନେଇଛି। ମହାକାଶରେ ରହି ଗବେଷଣା କରିବାର ସୁଫଳ ବ୍ୟବସାୟିକ ସ୍ତରରେ ପହଞ୍ଚି ବିଶାଳ ମହାକାଶ ପ୍ରୟୋଗ ବଜାର ସୃଷ୍ଟି କରିପାରଛି। ୧୯୫୭ ଅକ୍ଟୋବର ୪ରେ ବିଶ୍ୱର ପ୍ରଥମ କୃତ୍ରିମ ଉପଗ୍ରହ ସ୍ପୁଟନିକ୍‌ ପ୍ରେରଣକରି ଶୋଭିଏଟ୍‌ ସଂଘ ବିଜ୍ଞାନ ଦୁନିଆରେ ଚହଳ ସୃଷ୍ଟି କରିଥିଲା । ଆଶ୍ଚର୍ଯ୍ୟ କଥା ହେଲା ସ୍ପୁଟନିକ୍‌ ପ୍ରକଳ୍ପର ନେତୃତ୍ୱ ନେଇଥିବା ବୈଜ୍ଞାନିକ ସରେଗେଇ କୋରୋଲେଭ ଏହାର ୯ ବର୍ଷ ପରେ ମୃତ୍ୟୁ ପର୍ଯ୍ୟନ୍ତ ସମଗ୍ର ଦୁନିଆ ପାଖରେ ଅଜ୍ଞାତ ରହିଥିଲେ। ସ୍ପୁଟନିକ୍‌-୧ର ୧ ମାସ ପରେ ସ୍ପୁଟନିକ୍‌ -୨ ପ୍ରକଳ୍ପର ଆରମ୍ଭ କରାଯାଇଥିଲା। ଇତିହାସର ମାତ୍ର ଦ୍ୱିତୀୟ କୃତ୍ରିମ ଉପଗ୍ରହରେ ନିଜର ଉତ୍ସାହକୁ କାବୁକରି ନ ପାରି ମଣିଷ ପ୍ରେରଣ ପୂର୍ବରୁ ଲାଇକା ନାମକ କୁକୁରକୁ ପ୍ରେରଣ କରିଥିଲା। ଲାଇକାକୁ ଆରାମଦାୟକ ରଖିବା ପାଇଁ ଉଷ୍ମ ପବନ କ୍ୟାପ୍‌ସୁଲରେ ଯୋଗାଇ ଦିଆ ଯାଇଥିଲେ ମଧ୍ୟ ତାପମାତ୍ର ନିୟନ୍ତ୍ରଣ ସମସ୍ୟା ହେତୁ ମିଶନର ଚତୁର୍ଥ ଦିନରେ ଲାଇକା ମରିଥିଲା। ୧୯୬୧ ଏପ୍ରିଲ ୧୨ରେ ମହାକାଶଚାରୀ ୟୁରି ଗାଗାରିନ୍‌ଙ୍କୁ ରୁଷିଆ ପ୍ରଥମ କରି ମହାକାଶକୁ ପ୍ରେରଣ କରିଥିଲା। ସେ ସଫଳତାର ସହ ପୃଥିବୀର କକ୍ଷପଥକୁ ସମ୍ପୂର୍ଣ୍ଣ ଭାବରେ ଥରେ ପରିକ୍ରମାକରି ମହାକାଶରେ ସୋଭିଏଟ୍‌ ୟୁନିୟନର ନେତୃତ୍ୱ ପ୍ରତିଷ୍ଠା କରିଥିଲେ।
ଫଳରେ ଆମେରିକା ଓ ରୁଷିଆ ମଧରେ ସ୍ପେସ୍‌ ରେସ୍‌ ଆରମ୍ଭ ହୋଇଥିଲା।
ଆମେରିକା ମରକ୍ୟୁରି, ଜେମିନି ଏବଂ ଆପୋଲୋ ପ୍ରଭୃତି ମିଶନ କରି ରୁଷିଆକୁ ଅନୁସରଣକଲା। କିନ୍ତୁ ରୁଷିଆର ବୈଜ୍ଞାନିକ ସରେଗେଇ କୋରୋଲେଭ ଯେଉଁ ସ୍ପେସ୍‌ ରେସ୍‌ରେ ନିଜ ଦେଶକୁ ବିଜୟୀ କରିବାକୁ ଚାହୁଁଥିଲେ ତାହା ୧୯୬୯ ଜୁଲାଇ ୨୦ରେ ଆମେରିକୀୟ ମହାକାଶଚାରୀ ନିଲ୍‌ ଆମ୍‌ଷ୍ଟ୍ରଙ୍ଗ୍‌ ଚନ୍ଦ୍ରପୃଷ୍ଠରେ ପ୍ରଥମ ମଣିଷ ଭାବରେ ପାଦଦେଇ ଧୂଳିସାତ୍‌ କରିଦେଲେ ଓ ଆମେରିକା ସ୍ପେସ୍‌ ରେସ୍‌ରେ ବିଜୟୀ ଘୋଷିତ ହେଲା। ପରେ ଆମେରିକା ଓ ରୁଷିଆ ଭିତରେ ଥିବା ସ୍ପେସ୍‌ ରେସ୍‌ରୁ ରୁଷିଆ ଓହରିଯିବା ପରେ ବୈଜ୍ଞାନିକ ଜ୍ଞାନକୌଶଳର ଏହି ପ୍ରତିଯୋଗିତା ସହଭାଗିତାରେ ପରିଣତହୋଇ ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେଶନକୁ ଜନ୍ମଦେଲା। ଆମେରିକା, ରୁଷିଆ, ଜାପାନ, କାନାଡା ୟୁରୋପିୟାନ ୟୁନିୟନ ସମେତ ୧୫ଟି ଦେଶ ଦ୍ୱାରା ମିଳିତ ଭାବରେ ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେଶନ ଆଇଏସ୍‌ଏସ୍‌ ୧୯୯୮ରେ ପ୍ରତିଷ୍ଠା ହେଲା, ଯାହା ପୃଥିବୀ ଉପରୁ ୪୦୦ କି.ମି. ଉପରେ ରହି ଦିନକୁ ୧୫ ଥରରୁ ଅଧିକ ଥର ପୃଥିବୀକୁ ପ୍ରଦିକ୍ଷଣ କରୁଛି। ସୂଚନାଯୋଗ୍ୟ, ଏହି ଆଇଏସ୍‌ଏସ୍‌ରେ ୨୦୦୦ ମସିହା ପରଠାରୁ କେହି ନା କେହି ବୈଜ୍ଞାନିକ ସବୁବେଳେ ରହି ଆସିଛନ୍ତି। ବର୍ତ୍ତମାନ ମହାକାଶ ବିଜ୍ଞାନରେ ଭାରତ, ଫ୍ରାନ୍ସ, ଚାଇନା ଭଳି ଦେଶ ଅନେକ ଉନ୍ନତି କରି ବାଣିଜି୍ୟକ ଉପଗ୍ରହ ଉତ୍‌କ୍ଷେପଣ କରିଛନ୍ତି। ଅନେକ ଦେଶ ଆମେରିକାର ସଟଲରେ କିମ୍ବା ରୁଷିଆର ସୋୟୁଜ୍‌ରେ ମହାକାଶକୁ ମାନବ ପ୍ରେରଣ କରିଛନ୍ତି। ଯଦିଓ ମାନବଯୁକ୍ତ ମହାକାଶ ଯାତ୍ରା ଏକ ଅତ୍ୟନ୍ତ ବ୍ୟୟ ବହୁଳ ପ୍ରକ୍ରିୟା ୨୦୨୦ ସୁଦ୍ଧା ୪୦ ଦେଶର ୫ ଶହରୁ ଅଧିକ ଲୋକ ମହାକାଶକୁ ଯାଇସାରିଛନ୍ତି। କେବଳ ଚାଇନା, ଆମେରିକା ଓ ରୁଷିଆ ମଣିଷକୁ ମହାକାଶକୁ ନେଇ ଯିବାର ଜ୍ଞାନକୌଶଳରେ ପାରଙ୍ଗମ।
ମାନବ କଲ୍ୟାଣ ତୁଳନାରେ ମହାକାଶ ଗବେଷଣାର ବ୍ୟୟବହୁଳତା ମାନବଯୁକ୍ତ ମହାକାଶ ଗବେଷଣାକୁ ନେଇ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ଦୃଢ଼ ଯୁକ୍ତି ହେଉଛି ମହାକାଶରେ ମଣିଷର ଆବଶ୍ୟକତା ନାହିଁ। କାରଣ ମାନବବିହୀନ, ରୋବୋଟିକ୍‌ ମହାକାଶଯାନ ସହ ସମାନ କିମ୍ବା ଉନ୍ନତ ମାନର ଗବେଷଣା କାର୍ଯ୍ୟ କରାଯାଇପାରେ। ମହାକାଶରେ ଯାଇ ଯେଉଁସବୁ ଲାବରେଟୋରି ପରୀକ୍ଷଣଗୁଡ଼ିକ କରାଯାଇପାରିବ ତାହା ସହଜରେ ଭୂପୃଷ୍ଠରେ ମଧ୍ୟ ଅଳ୍ପ ଖର୍ଚ୍ଚରେ କରାଯାଇପାରିବ। ଯେଉଁମାନେ ମାନବଯୁକ୍ତ ମହାକାଶ ଗବେଷଣା ସପକ୍ଷରେ ଯୁକ୍ତି କରନ୍ତି ସେମାନେ ଏଥିରେ ସହମତ ନୁହନ୍ତି। ସେମାନେ ବିଶେଷ ଭାବରେ ମାନବ ଏବଂ ଅନ୍ୟ ଜୀବମାନଙ୍କ ଉପରେ ମହାକାଶରେ ହେଉଥିବା ଗବେଷଣା ବୈପ୍ଲବିକ ଜନକଲ୍ୟାଣ ସୃଷ୍ଟିକରିବେ ବୋଲି ଆଶା କରାଯାଏ। ଏହିପରି ଗବେଷଣା ମହାକାଶରେ ସ୍ଥାୟୀ ଥିବା ଗବେଷଣା କେନ୍ଦ୍ର ଉପରେ ନିର୍ଭର କରେ ଯେପରିକି ସ୍କାଏଲାବ୍‌ ୧୯୭୦ ଦଶକ ପୂର୍ବରୁ ଥିଲା ଏବଂ ଯାହାର ଅନୁସନ୍ଧାନ ତଥ୍ୟ ଆଜି ପର୍ଯ୍ୟନ୍ତ ସୁବର୍ଣ୍ଣ ମାନକ ଭାବରେ କାର୍ଯ୍ୟ କରୁଛି।
ମହାକାଶରେ କିମ୍ବା ସ୍ପେସ୍‌ ମିଶନ ପ୍ରସ୍ତୁତି ସମୟରେ ୪ଟି ପୃଥକ୍‌ ଘଟଣାରେ ସମୁଦାୟ ୧୮ ଜଣ ଲୋକ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି। ତେବେ ସ୍ପେସ୍‌ ଫ୍ଲାଇଟ୍‌ ସହ ଜଡ଼ିତ ଥିବା ବୃହତ୍‌ ଆଶଙ୍କା ତୁଳନାରେ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ କମ୍‌।
ଏଥିମଧ୍ୟରୁ କେବଳ ଦୁଇଟି ଭୟଙ୍କର ଦୁର୍ଘଟଣା ନାସାର ସ୍ପେସ୍‌ ସଟଲ ସହ ସଂଘଟିତ ହୋଇଥିଲା। ୧୯୮୬ ଜାନୁୟାରୀ ୨୮ରେ ନାସାର ଚ୍ୟାଲେଞ୍ଜର ସ୍ପେସ୍‌ ସଟଲ ଉଡ଼ାଣର ୭୩ ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ସମସ୍ତ ୭ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୦୩ ରେ ପୃଥିବୀର ବାୟୁମଣ୍ଡଳରେ ପୁନର୍ବାର ପ୍ରବେଶ କରିବା ସମୟରେ କଲମ୍ବିଆ ସଟଲ ଭାଙ୍ଗିଯିବା ପରେ ଆହୁରି ୭ଜଣ ମହାକାଶଚାରୀଙ୍କ ମୃତ୍ୟୁ ହୋଇଥିଲା।
ସୋଭିଏଟ୍‌ ୟୁନିୟନର ୪ଜଣ ମହାକାଶଚାରୀଙ୍କର ପୃଥକ୍‌ ପୃଥକ୍‌ ଘଟଣାରେ ସ୍ପେସ୍‌ ଫ୍ଲାଇଟ ସମୟରେ ଦୁର୍ଘଟଣା ଯୋଗୁ ମୃତ୍ୟୁ ଘଟିଥିଲା। ପ୍ରଥମଟି ୨୪ ଏପ୍ରିଲ ୧୯୬୭ରେ ସୋୟୁଜ୍‌-୧ ମିଶନର ଲ୍ୟାଣ୍ଡିଂ କ୍ୟାପ୍‌ସୁଲରେ ପାରାଶୁଟ୍‌ ଖୋଲିବାରେ ବିଫଳ ହୋଇଥିବାରୁ ଭ୍ଲାଡିମିର କୋମାରୋଭ ଦୁର୍ଘଟଣାର ଶିକାର ହେଲେ। ସେହିପରି ୧୯୭୧ରେ ସୋୟୁଜ୍‌-୧୧ ମିଶନ କ୍ରୁରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ସୁନିତା ଉଇଲିୟମ୍ସ ଓ ବବ୍‌ ଓ୍ବିଲମୋରଙ୍କୁ ନେଇ ଯାଇଥିବା ଷ୍ଟାର ଲାଇନର ସ୍ପେସ୍‌ ଶିପ୍‌ ଖାଲି ଖାଲି ଫେରିଆସିବା ପରେ ଏହି ୨ଜଣ ମହାକାଶଚାରୀ ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେଶନରେ ରହିଛନ୍ତି। ଏଠାରେ କହିରଖିବା ଉଚିତ ଯେ ସେମାନେ ସେଠାରେ ଏକୁଟିଆ ନାହାନ୍ତି ଓ ସେମାନଙ୍କ ସହ ଏବେ ସେଠି ମାର୍ଚ୍ଚ ୮ ରୁ ସ୍ପେସେ୍‌କ୍ସ ଡ୍ରାଗନର ୯ ଜଣ ମହାକାଶଚାରୀ ମଧ୍ୟ ଅଛନ୍ତି। ଖୁବ୍‌ ଶୀଘ୍ର ରୁଷିଆର ସୋୟୁଜ୍‌ ସ୍ପେସ୍‌ କ୍ରାଫ୍ଟ ଆଉ ୩ଜଣ ମହାକାଶଚାରୀଙ୍କୁ ନେଇ ସେଠି ପହଞ୍ଚିବ। ତେବେ ସୁନିତା ଓ ବବ୍‌ ସୁରକ୍ଷିତ ଭାବରେ ଫେରିଆସିବେ ସେଥିରେ ସନ୍ଦେହ ନାହିଁ ।
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri