Posted inଜାତୀୟ

ଆତ୍ମହତ୍ୟା କରିବାକୁ ଯାଉଥିଲେ ସ୍ତ୍ରୀ, ରୋକିବା ବଦଳରେ ଭିଡିଓ କଲେ ସ୍ବାମୀ

ନେଲୋର,୨୩ା୯: ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଆତ୍ମହତ୍ୟା କରୁଥିବା ବେଳର ଦୃଶ୍ୟକୁ ତାଙ୍କ ସ୍ବାମୀ ଭିଡିଓ ଶୁଟିଂ କରିଛନ୍ତି। ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଉକ୍ତ ଭିଡିଓକୁ ଅଭିଯୁକ୍ତ ସ୍ବାମୀ ତାଙ୍କ ଶ୍ୱଶୁର ଘରକୁ ପଠାଇବା ପରେ ପୋଲିସ ତାଙ୍କୁ ଗିରଫ କରିଛି।

ଘଟଣାରୁ ପ୍ରକାଶ, ମୃତା କୋନ୍ଦାମ୍ମା (୨୯) ପେଞ୍ଚାଲାଇଆଙ୍କୁ ୧୨ ବର୍ଷ ପୂର୍ବେ ବିବାହ କରିଥିଲେ। ଉଭୟଙ୍କର ୨ଟି ସନ୍ତାନ ରହିଛନ୍ତି। କୋନ୍ଦାମ୍ମା ଆଉ କାହା ସହ ସମ୍ପର୍କ ରଖିଥିବା ସନ୍ଦେହ କରି ପେଞ୍ଚାଲାଇଆ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ମଙ୍ଗଳବାର ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅତିଷ୍ଠ ହୋଇ କୋନ୍ଦାମ୍ମା ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଘରେ ସ୍ବାମୀ ଓ ପିଲାଙ୍କ ସାମ୍‌ନାରେ ସିଲିଂ ଫ୍ୟାନ୍‌ରେ ସେ ତାଙ୍କ ଶାଢ଼ିରେ ଝୁଲି ପଡ଼ିଥିଲେ। ସେହି ସମୟରେ ପେଞ୍ଚାଲାଇଆ ସ୍ତ୍ରୀଙ୍କୁ ରୋକିବା ପରିବର୍ତ୍ତେ ଆତ୍ମହତ୍ୟାର ଭିଡିଓ ରେକର୍ଡିଂ କରିଥିଲେ। ଉକ୍ତ ଭିଡିଓକୁ ସେ ଶ୍ୱଶୁର ଘରକୁ ପଠାଇ ମୃତଦେହ ସେଠାରୁ ନେଇଯିବାକୁ କହିଥିଲେ। ଏ ନେଇ କୋନ୍ଦାମ୍ମାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପେଞ୍ଚାଲାଇଆଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବାୟୁ’ ଉଠାଇବ ୧୦ ଫୁଟ ଜୁଆର

ନୂଆଦିଲ୍ଲୀ, ୧୩ା୬ :ଆରବ ସାଗରରେ ବାତ୍ୟା ‘ବାୟୁୁ’ ଉଗ୍ରରୂପ ଧାରଣ କରିବା ସହ ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇବାରେ ଲାଗିଛି। ଗୁରୁବାର ସକାଳେ ଏହା ଉପକୂଳ...

ଜିନ୍ସ, ଟି-ଶାର୍ଟ ପିନ୍ଧିପାରିବେନି ସରକାରୀ କର୍ମଚାରୀ

ପାଟନା,୩୦।୮: ରାଜ୍ୟ ସଚିବାଳୟରେ ସରକାରୀ କର୍ମଚାରୀମାନେ ପିନ୍ଧୁଥିବା ଜିନ୍ସ ଓ ଟି-ଶାର୍ଟ ଉପରେ ବିହାର ସରକାର କଟକଣା ଲଗାଇଛନ୍ତି। ଯେଉଁ ସରକାରୀ କର୍ମଚାରୀ ପୋଷାକରେ ଶାଳୀନତା...

ଲୋକସଭା ବାଚସ୍ପତି-ସିଜେଆଇଙ୍କ ସୁରକ୍ଷା ବଢ଼ିଲା

ନୂଆଦିଲ୍ଲୀ,୨୮।୧: ଲୋକସଭା ବାଚସ୍ପତି ଓମ୍‌ ବିରଳା ଏବଂ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବଢ଼ାଇଛନ୍ତି।...

ଦିଲ୍ଲୀ ହିଂସା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଫଳତା: ରଜନୀକାନ୍ତ

ଚେନ୍ନାଇ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ଉପୁଜିଥିବା ହିଂସାକୁ ଏବେ ପ୍ରାୟ ସବୁ ମହଲରେ ନିନ୍ଦା କରାଯାଉଛି। ଏହାକୁ ନେଇ ସାଉଥ୍‌ ସୁପରଷ୍ଟାର...

ପଶ୍ଚିମବଙ୍ଗରେ ବନ୍ଦ ସମୟରେ ହିଂସା: ବସ୍‌ରେ ପଥରମାଡ଼

କୋଲକାତା,୮।୧: କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ଆର୍ଥିକ ଏବଂ ଜନବିରୋଧୀ ନୀତି ବିରୋଧରେ ବୁଧବାର ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଉକ୍ତ...

ରାହୁଲଙ୍କ ଟୁଇଟର ଫଲୋଅର୍ସଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିଲା: ଆମେଠି ଲୋକଙ୍କ ସହ ମନାଇବେ ଉତ୍ସବ

ନୂଆଦିଲ୍ଲୀ, ୧୦।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟର ଫଲୋଅର୍ସ ସଂଖ୍ୟା ୧ କୋଟି ଟପିଛିି। ଲୋକ ସଭା ନିର୍ବାଚନରେ ପରାସ୍ତ ହେବା ପରେ...

ନିଖୋଜ ବିମାନକୁ ଖୋଜିବେ ପର୍ବତାରୋହୀ

ଗୁଆହାଟି,୧୦।୬: ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ ନିଖୋଜ ହେବାର ୮ ଦିନ ବିତିଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ତା’ର ପତ୍ତା ମିଳିପାରିନାହିଁ। ସୋମବାର ପାଗ ଖରାପ...

ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ, ୧୪।୬: ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ରଜ ପର୍ବ ସମାଜରେ ଆନନ୍ଦ...

Advertisement


Archives

Model This Week