Posted inଫୁରସତ

ସ୍ତ୍ରୀଙ୍କୁ ଏମିତି ପ୍ରେମ ! ବାପଘର ଚାଲିଗଲେ ବୋଲି ସ୍କୁଟିରେ ୫୦୦ କିମି ଦୂର ଯାତ୍ରା କଲେ ସ୍ବାମୀ; ଥାନାରେ ବିତିଲା…

ପୁର୍ନିୟା: ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଥିବେ। ଏବେ ସେଭଳି ଏକ ଅଗାଧ ପ୍ରେମର ଘଟଣା ବିହାରର ପୁର୍ନିୟା ଜିଲାରେ ଦେଖିବାକୁ ମିଳିଛି। ଏଠାରେ ସ୍ତ୍ରୀ ବାପଘରକୁ ଚାଲିଯିବା ଯୋଗୁଁ ସ୍ବାମୀ ଏତେ ମର୍ମାହତ ହୋଇପଡ଼ିଲେ ଯେ ସେ ସ୍କୁଟିରେ ୫୦୦ କିମି ଦୂରତା ଅତିକ୍ରମ କରିଦେଲେ। ଏହି ସମୟରେ ତାଙ୍କୁ ଥାନାରେ ରାତି କାଟିବାକୁ ମଧ୍ୟ ପଡ଼ିଛି।

ପୋଲିସ ମୁତାବକ, ଉତ୍ତରପ୍ରଦେଶର କୁଶିନଗର ଜିଲାର ସନ୍ଦିପ କୁମାରଙ୍କ ବିବାହ ଦୁଇ ବର୍ଷ ତଳେ ହୋଇଥିଲା। ତାଙ୍କ ସ୍ତ୍ରୀ ହଠାତ୍‌ ବାପଘରକୁ ଚାଲି ଯାଇଥିଲେ। ଯେତେ ଚେଷ୍ଟା କରିଥିଲେ ହେଁ ସେ ଆସି ନ ଥିଲେ। ଏଣୁ ଏତେ ଦିନ ଅଲଗା ରହିବାକୁ ନେଇ ବ୍ୟଥିତ ହୋଇପଡ଼ିଥିଲେ ସେ। ଶେଷରେ ନିଜେ ଯାଇ ତାଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ସେ ସ୍କୁଟି ଚଳାଇ ୪୯୫ କିମି ଦୂର ପୁର୍ନିୟାରେ ପହଞ୍ଚିଥିଲେ। ହେଲେ ରାତିରେ କିଛି ଅସାମାଜିକ ଯୁବକ ତାଙ୍କୁ ହଇରାଣ କରିବାରୁ ସେ କେହାଟ ଥାନାରେ ଶରଣ ପଶିଥିଲେ।

ଥାନାରେ ତାଙ୍କୁ ପରିଚୟପତ୍ର ମଗାଯାଇଥିଲା। ହେଲେ ସେ ଦେଇପାରି ନ ଥିଲେ। ପୋଲିସ ପରିଚୟ ଲାଗି କୁଶିନଗର ଜିଲାରେ ଥିବା ପଟେରିୟା ଫାଜିଲ ନଗର ଥାନା ସହ ଯୋଗାଯୋଗ କରିଥିଲେ। ସନ୍ଦିପଙ୍କ ବାପା ପୁଅଙ୍କୁ ଥାନାରେ ହିଁ ରଖିଥାନ୍ତୁ ବୋଲି ଅନୁରୋଧ କରିଥିଲେ। ତାହା ହିଁ ହୋଇଥିଲା।

ସନ୍ଦିପଙ୍କୁ ଶେଷରେ ପୁର୍ନିଆଙ୍କ ସହ କଥା କରାଯାଇଥିଲା। ସ୍ତ୍ରୀ ଫେରିବାକୁ ହଁ କହିବାରୁ ସନ୍ଦୀପ ଶାନ୍ତ ପଡ଼ିଥିଲେ। ପୁର୍ନିୟା ସହ କିଛି ସମ୍ପର୍କ ନ ଥିବା ସତ୍ତ୍ୱେ ସେ ବୁଲିବୁଲି ସେଠାରେ ପହଞ୍ଚିଯାଇଥିବା ପୋଲିସ ପରିବାରଲୋକଙ୍କୁ କହିଥିଲା। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ବର୍ଷୀୟା ମହିଳା ଜନ୍ମ ଦେଲେ ୬ କେଜି ଓଜନର କନ୍ୟା ସନ୍ତାନ

ଲଣ୍ଡନ,୧।୫: ବ୍ରିଟେନରେ ଜଣେ ୨୧ ବର୍ଷୀୟା ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଶିଶୁର ଓଜନ ୬ କେଜି। ଯାହାକୁ ନେଇ ଡାକ୍ତରମାନେ...

ଭିନ୍ନ ଏହି କ୍ୟାମ୍ପିଙ୍ଗ୍‌ ସାମଗ୍ରୀ

ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି କିଛି ରୋମାଞ୍ଚକର ଅନୁଭୂତି ପାଇବା ପାଇଁ କେତେ ଲୋକ କ୍ୟାମ୍ପିଙ୍ଗ୍‌ରେ ଯିବାକୁ ପସନ୍ଦ କରିଥାନ୍ତି। ତେବେ ଏହି କ୍ୟାମ୍ପିଙ୍ଗ୍‌କୁ...

ଚିନ୍ତା ବଢ଼ାଉଛି ମାନସିକ ସ୍ବାସ୍ଥ୍ୟ ସମସ୍ୟା

ପ୍ରତିବର୍ଷ ୧୦ ଅକ୍ଟୋବରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଥମଥର ୧୯୯୨ରେ ଏହି ଦିବସ...

ସାଂସଦଙ୍କ ଅଦ୍ଭୁତ ପରାମର୍ଶ: କାଦୁଅରେ ଗାଧୋଇ ଶଙ୍ଖ ଫୁଙ୍ଖିଲେ ହେବନି କରୋନା

ଜୟପୁର, ୧୭।୮: କରୋନା ମହାମାରୀକୁ ନେଇ ଯେଉଁଠାରେ ସାରା ବିଶ୍ୱର ବୈଜ୍ଞାନିକ ଏହାର ନିରାକରଣ ଟୀକା ସନ୍ଧାନରେ ରହିଛନ୍ତି ସେଭଳି ସମୟରେ ରାଜସ୍ଥାନର ଜଣେ ସାଂସଦଙ୍କ...

ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ରାଗରେ ଏମିତି କହିଲେ ଏହି ଝିଅ

ଟିକ୍‌ଟକ୍‌ ସହିତ ୫୯ଟି ଚାଇନା ଆପ୍‌ସ ଭାରତରେ ବ୍ୟାନ୍‌ ହୋଇଛି। ଏବେ ନା କେହି ଟିକ୍‌ଟକ୍‌ ଆପ୍‌କୁ ଡାଉନ୍‌ଲୋଡ୍‌ କରିପାରୁଛନ୍ତି ନା ହିଁ ପୂର୍ବରୁ ଥିବା...

କଭି କଭି ମେରେ ଦିଲ୍‌ ମେଁ…

୧୯୭୬ରେ ୟସ୍‌ ଚୋପ୍ରା ନିର୍ମାଣ କରିଥିଲେ ଫିଲ୍ମ ‘କଭି କଭି’। ‘କଭି କଭି’ ରିଲିଜ୍‌ ହେବା ପରେ ଭାରତୀୟ ସଙ୍ଗୀତ ଜଗତରେ ଚହଳ ପକେଇ ଦେଇଥିଲା...

କାର୍‌ ଚକାରେ ଥିଲା ବିରାଟକାୟ ଅଜଗର..ଆଉ ତା’ପରେ

ନ୍ୟୁମେକ୍ସିକୋରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ କାର ଚକାରେ ଅଜଗର ଦେଖି ଚକିତ ହୋଇପଡିଥିଲେ। ସେ ତୁରନ୍ତ ପୋଲିସରେ ଏନେଇ ସୂଚନା...

୫ଷ୍ଟାର ହୋଟେଲରୁ କିଛି କମ୍‌ ନୁହେଁ: ଜିମ୍‌, ସ୍ପା ସହିତ ଏଭଳି ସୁବିଧା ରହିଛି ଏହି ଟ୍ରେନ୍‌ରେ

ବିଳାସପୂର୍ଣ୍ଣ ଟ୍ରେନ୍‌ର ନାଁ ଆସିଲେ ପ୍ରଥମେ ମନରେ ଦୁରନ୍ତୋ, ଶତାବ୍ଦି ଓ ରାଜଧାନୀ ଟ୍ରେନ୍‌ର ନାଁ ମନକୁ ଆସିଥାଏ। କିନ୍ତୁ ଏଭଳି ଏକ ଭାରତୀୟ ଟ୍ରେନ୍‌ର...

Advertisement


Archives

Model This Week

Why Dharitri