Posted inଫୁରସତ

ଦୌଡ଼ି ଦୌଡ଼ି ନଡ଼ିଆ ଗଛରେ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ଏକ ଗଛ ଉପରକୁ ଚଢ଼ିବା ଏବଂ ଫଳ ତୋଳିବା ଯେତିକି ସହଜ ମନେହୁଏ ବାସ୍ତବରେ ତାହା ସେତିକି ସହଜ ହୋଇ ନ ଥାଏ। ବିଶେଷକରି ନଡ଼ିଆ ଗଛ ଚଢ଼ିବା ଏତେ ସହଜ ନୁହେଁ। ଏହି ଗଛ ଉପରକୁ ଚଢ଼ିବାକୁ ହେଲେ ଶରୀର ଫିଟ୍‌ ହେବା ଆବଶ୍ୟକ, ସଠିକ୍‌ କୌଶଳ ସହିତ ଗଛର ଶୀର୍ଷରେ ପହଞ୍ଚିବା ଜରୁରୀ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଖୁବ୍‌ ତୀବ୍ର ବେଗରେ ଗଛରେ ଚଢ଼ି ନଡ଼ିଆ ତୋଳୁଛନ୍ତି।

 

ଆଇଏଏସ୍‌ ଅଧିକାରୀ ପ୍ରେମ ପ୍ରକାଶ ମୀନା ତାଙ୍କ ଟୁଇଟରରେ ଏହି ଭିଡିଓଟି ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଗଛ ଉପରକୁ ଖୁବ୍‌ ଶୀଘ୍ର ଶୀଘ୍ର ଚଢ଼ି ଯାଉଛନ୍ତି। ତାଙ୍କ ଚଢ଼ିବା ଶୈଳୀ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। କାରଣ ନଡ଼ିଆ ଗଛ ଚଢ଼ିବା ବେଳେ ଲୋକେ ନାନା କୌଶଳ ଆପଣାଇଥାନ୍ତି। ଏହି ବ୍ୟକ୍ତି ଜଣକ କିଛି ବି ସାହାରା ନ ନେଇ କେବଳ ହାତ ପାଦ ବ୍ୟବହାର କରି ବେଶ୍‌ ଆରାମରେ ଚଢ଼ି ଯାଇ ନଡ଼ିଆ ତୋଳି ତଳକୁ ଫିଙ୍ଗୁଛନ୍ତି।

ଭିଡିଓ ଶେୟାର କରି ପ୍ରେମ ପ୍ରକାଶ କ୍ୟାପଶନ ଲେଖିଛନ୍ତି, ‘ଜୀବନ ଏହିପରି, କେବଳ ଜାରି ରଖ, ତୁମେ ନିଶ୍ଚିତ ଭାବରେ ଫଳ ପାଇବ।’ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୮୬ ହଜାରରୁ ଅଧିକ ଲୋକ ଦେଖିଥିବାବେଳେ ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି। ଅନେକ ଲୋକ ଏଥିରେ ନିଜର ମତାମତ ମଧ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, କଳିଯୁଗ ସାର୍‌, ଏଠାରେ କାର୍ଯ୍ୟ ଜାରି ରଖନ୍ତୁ, ଆପଣ ଫଳାଫଳ ପାଇବେ କି ନାହିଁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ଜୀବନ ବେଶୀ ଉଚ୍ଚତାରେ ନାହିଁ ସାର୍‌। ଜଣେ ମହିଳା ୟୁଜର କହିଛନ୍ତି, ଗଛ ଚଢୁଥିବା ବ୍ୟକ୍ତି ଜଣକ ଖୁବ୍‌ ସାହସୀ ଏବଂ ଆତ୍ମବିଶ୍ୱାସୀ।


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?