Posted inଫୁରସତ

ଦୌଡ଼ି ଦୌଡ଼ି ନଡ଼ିଆ ଗଛରେ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ଏକ ଗଛ ଉପରକୁ ଚଢ଼ିବା ଏବଂ ଫଳ ତୋଳିବା ଯେତିକି ସହଜ ମନେହୁଏ ବାସ୍ତବରେ ତାହା ସେତିକି ସହଜ ହୋଇ ନ ଥାଏ। ବିଶେଷକରି ନଡ଼ିଆ ଗଛ ଚଢ଼ିବା ଏତେ ସହଜ ନୁହେଁ। ଏହି ଗଛ ଉପରକୁ ଚଢ଼ିବାକୁ ହେଲେ ଶରୀର ଫିଟ୍‌ ହେବା ଆବଶ୍ୟକ, ସଠିକ୍‌ କୌଶଳ ସହିତ ଗଛର ଶୀର୍ଷରେ ପହଞ୍ଚିବା ଜରୁରୀ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଖୁବ୍‌ ତୀବ୍ର ବେଗରେ ଗଛରେ ଚଢ଼ି ନଡ଼ିଆ ତୋଳୁଛନ୍ତି।

 

ଆଇଏଏସ୍‌ ଅଧିକାରୀ ପ୍ରେମ ପ୍ରକାଶ ମୀନା ତାଙ୍କ ଟୁଇଟରରେ ଏହି ଭିଡିଓଟି ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଗଛ ଉପରକୁ ଖୁବ୍‌ ଶୀଘ୍ର ଶୀଘ୍ର ଚଢ଼ି ଯାଉଛନ୍ତି। ତାଙ୍କ ଚଢ଼ିବା ଶୈଳୀ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। କାରଣ ନଡ଼ିଆ ଗଛ ଚଢ଼ିବା ବେଳେ ଲୋକେ ନାନା କୌଶଳ ଆପଣାଇଥାନ୍ତି। ଏହି ବ୍ୟକ୍ତି ଜଣକ କିଛି ବି ସାହାରା ନ ନେଇ କେବଳ ହାତ ପାଦ ବ୍ୟବହାର କରି ବେଶ୍‌ ଆରାମରେ ଚଢ଼ି ଯାଇ ନଡ଼ିଆ ତୋଳି ତଳକୁ ଫିଙ୍ଗୁଛନ୍ତି।

ଭିଡିଓ ଶେୟାର କରି ପ୍ରେମ ପ୍ରକାଶ କ୍ୟାପଶନ ଲେଖିଛନ୍ତି, ‘ଜୀବନ ଏହିପରି, କେବଳ ଜାରି ରଖ, ତୁମେ ନିଶ୍ଚିତ ଭାବରେ ଫଳ ପାଇବ।’ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୮୬ ହଜାରରୁ ଅଧିକ ଲୋକ ଦେଖିଥିବାବେଳେ ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି। ଅନେକ ଲୋକ ଏଥିରେ ନିଜର ମତାମତ ମଧ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, କଳିଯୁଗ ସାର୍‌, ଏଠାରେ କାର୍ଯ୍ୟ ଜାରି ରଖନ୍ତୁ, ଆପଣ ଫଳାଫଳ ପାଇବେ କି ନାହିଁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ଜୀବନ ବେଶୀ ଉଚ୍ଚତାରେ ନାହିଁ ସାର୍‌। ଜଣେ ମହିଳା ୟୁଜର କହିଛନ୍ତି, ଗଛ ଚଢୁଥିବା ବ୍ୟକ୍ତି ଜଣକ ଖୁବ୍‌ ସାହସୀ ଏବଂ ଆତ୍ମବିଶ୍ୱାସୀ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri