Posted inଜାତୀୟ

ପ୍ରବଳ ରାଗିଗଲେ ଦିଦି

କୋଲକତା,୯।୪: ଭୋଟରଙ୍କୁ ବିଭାଜନ କରିବାର କୌଣସି ପ୍ରୟାସ ବିରୋଧରେ ସ୍‌ସ୍ବର ଉତ୍ତୋଳନ କରିବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏଥିପାଇଁ ଯଦି ନିର୍ବାଚନ ଆୟୋଗ ତାଙ୍କ ଯଦି ୧୦ଟି କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହାଁନ୍ତି, ତେବେ ତାଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ମମତା ମୁସଲମାନ ଭୋଟରଙ୍କୁ ଟିଏମସି ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିବା ଅଭିଯୋଗ ହୋଇଛି। ଏହା ପରେ ନିର୍ବାଚନ ଆୟୋଗ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମମତା ବାନାର୍ଜୀଙ୍କୁ ନୋଟିସ ପଠାଇଛନ୍ତି।

ଡୋମଜୁର ନିର୍ବାଚନ ପ୍ରଚାର ସମୟରେ ଟିଏମସି ମୁଖ୍ୟ ମମତା କହିଛନ୍ତିି ଯେ, ଭାଜପାର ତାରକା ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣରେ ହିନ୍ଦୁ ଏବଂ ମୁସଲମାନ ଭୋଟ ବ୍ୟାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ତା’ହେଲେ ତାଙ୍କ ବିରୋଧରେ କୌଣସି ଅଭିଯୋଗ କାହିଁକି ଦାଖଲ କରାଯାଇ ନାହିଁ? ନିର୍ବାଚନ ଆୟୋଗ ଚାହିଁଲେ ମୋତେ ଦଶଟି କାରଣ ଦର୍ଶାଅ ନୋଟିସ ପଠାଇ ପାରିବ, କିନ୍ତୁ ମୋର ଉତ୍ତର ସମାନ ହେବ। ମୁଁ ସବୁବେଳେ ହିନ୍ଦୁ ଏବଂ ମୁସଲମାନ ଭୋଟର ବିଭାଜନ ବିରୋଧରେ କହିବି। ଧାର୍ମିକ ଆଧାରରେ ଭୋଟରଙ୍କୁ ଭାଗ କରିବା ବିରୋଧରେ ମୁଁ ଠିଆ ହେବି ବୋଲି ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ୟାତନାମା କାର୍ଟୁନିଷ୍ଟ ଅଜିତ ନିନାନଙ୍କ ପରଲୋକ

ନୂଆଦିଲ୍ଲୀ,୮।୯: ପରଲୋକରେ ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନ। ଶୁକ୍ରବାର ସକାଳେ ମହୀଶୂରସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁ ତାଙ୍କର...

ଫେବୃୟାରୀରେ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି ହ୍ବାଟସଆପ…

ନୂଆଦିଲ୍ଲୀ,୨।୪ : ଫେବୃଆରୀରେ ହ୍ବାଟସଆପ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ଯାହା ଗତ ମାସରେ ନିଷିଦ୍ଧ ହୋଇଥିବା ଆକାଉଣ୍ଟ ସଂଖ୍ୟାଠାରୁ ଅଧିକ। ଜାନୁଆରୀରେ...

ଥରିଲା ଆସାମ-ହିମାଚଳପ୍ରଦେଶ

ଗୁଆହାଟୀ,୮।୯: ଆସାମ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ଆସାମର କାର୍ବି ଅଙ୍ଗଲଙ୍ଗ ଜିଲାରେ ସକାଳ ୭ଟା ୩ରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ...

ସିଦ୍ଧୁ ଆମ୍‌ ଆଦମୀ ପାର୍ଟିରେ ଯୋଗଦେବା ନେଇ କେଜ୍‌ରିଓ୍ବାଲ୍‌ କହିଲେ…

ଚଣ୍ଡିଗଡ,୩୦।୯: ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ଦୁଇ ଦିନିଆ ପଞ୍ଜାବ ଗସ୍ତରେ...

କେସିଆର୍‌ଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୭।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ୬୬ତମ ଜନ୍ମଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୋଦି କେସିଆର୍‌ଙ୍କ...

କମିବା ପରେ ପୁଣି ବଢୁଛି ଦେଶରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୫ ।୧୧: ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଥିଲା । ହେଲେ ଗୁରୁବାର ପୁଣି ଏହି ସଂଖ୍ୟାରେ ବୃଦ୍ଧି...

ସୁଶାନ୍ତଙ୍କ ମୃତ୍ୟୁ ନେଇ ହେଉଛି ରାଜନୀତି: ସଞ୍ଜୟ

ମୁମ୍ବାଇ,୧୯।୮: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ ଭାର ଏବେ ସୁପ୍ରିମକୋର୍ଟ ସିବିଆଇକୁ ହସ୍ତାନ୍ତର କରିଛି। ବୁଧବାର କୋର୍ଟର ଏହି ନିଷ୍ପତ୍ତି ପରେ...

ଇଦରେ ଇଦଗାହ ବାହାରେ ସଡ଼କ ଉପରେ ନମାଜ ପଢିବାରୁ ୨ହଜାର ଲୋକଙ୍କ ବିରୋଧରେ ମାମାଲା ରୁଜୁ

ବଜରିଆ,୨୮।୪: କାନପୁର ସହରର ବଜରିଆ, ବେଗାମପୁରଓ୍ବା ଓ ଜାଜମଉ ସମେତ ବିଭିନ୍ନ ସ୍ଥାନରେ ଇଦରେ ବିନା ଅନୁମତିରେ ଇଦଗାହ ବାହାରେ ସଡ଼କ ଉପରେ ନମାଜ ପଢିବା...

Advertisement
Archives

Model This Week