Posted inଜାତୀୟ

ପ୍ରବଳ ରାଗିଗଲେ ଦିଦି

କୋଲକତା,୯।୪: ଭୋଟରଙ୍କୁ ବିଭାଜନ କରିବାର କୌଣସି ପ୍ରୟାସ ବିରୋଧରେ ସ୍‌ସ୍ବର ଉତ୍ତୋଳନ କରିବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏଥିପାଇଁ ଯଦି ନିର୍ବାଚନ ଆୟୋଗ ତାଙ୍କ ଯଦି ୧୦ଟି କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହାଁନ୍ତି, ତେବେ ତାଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ମମତା ମୁସଲମାନ ଭୋଟରଙ୍କୁ ଟିଏମସି ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିବା ଅଭିଯୋଗ ହୋଇଛି। ଏହା ପରେ ନିର୍ବାଚନ ଆୟୋଗ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମମତା ବାନାର୍ଜୀଙ୍କୁ ନୋଟିସ ପଠାଇଛନ୍ତି।

ଡୋମଜୁର ନିର୍ବାଚନ ପ୍ରଚାର ସମୟରେ ଟିଏମସି ମୁଖ୍ୟ ମମତା କହିଛନ୍ତିି ଯେ, ଭାଜପାର ତାରକା ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣରେ ହିନ୍ଦୁ ଏବଂ ମୁସଲମାନ ଭୋଟ ବ୍ୟାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ତା’ହେଲେ ତାଙ୍କ ବିରୋଧରେ କୌଣସି ଅଭିଯୋଗ କାହିଁକି ଦାଖଲ କରାଯାଇ ନାହିଁ? ନିର୍ବାଚନ ଆୟୋଗ ଚାହିଁଲେ ମୋତେ ଦଶଟି କାରଣ ଦର୍ଶାଅ ନୋଟିସ ପଠାଇ ପାରିବ, କିନ୍ତୁ ମୋର ଉତ୍ତର ସମାନ ହେବ। ମୁଁ ସବୁବେଳେ ହିନ୍ଦୁ ଏବଂ ମୁସଲମାନ ଭୋଟର ବିଭାଜନ ବିରୋଧରେ କହିବି। ଧାର୍ମିକ ଆଧାରରେ ଭୋଟରଙ୍କୁ ଭାଗ କରିବା ବିରୋଧରେ ମୁଁ ଠିଆ ହେବି ବୋଲି ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏବେ ଆପଣ ମୁଖ୍ୟମନ୍ତ୍ରୀ, ଫିଲ୍ମ ଭଳି ଡାଏଲଗ କୁହନ୍ତୁ ନାହିଁ’: ବିଧାନସଭାରେ CM ବିଜୟଙ୍କୁ ଏମିତି କହିଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୨୧।୮: ତାମିଲନାଡୁରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ପୂର୍ବତନ DMK ସରକାର ସମୟର କଥିତ…

ନାବାଳକଙ୍କ ନାରକୀୟ କାଣ୍ଡ: ସାମାନ୍ୟ ବଚସାରୁ ବାପ-ପୁଅଙ୍କୁ ମାରିଲେ ଗୁଳି

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ଯଯଯ ହତ୍ୟାକାଣ୍ଡ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ଶୁକ୍ରବାର ସକାଳୁ ଛୁରା ମାଡରେ…

କିନ୍ନର ବେଶ ଯାଇ ପ୍ରଥମେ ପାଣି ଛିଞ୍ଚିଲେ, ଏୟାର ହୋଷ୍ଟେସଙ୍କୁ ଏକା ଦେଖି ଯାହା କଲେ…

ମୁମ୍ବାଇ,୨୧।୮: ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଆଶୀର୍ବାଦ…

ଥାନା ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ, ସାଥିରେ ଅଛନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧ା୮: ପେଲେଟ୍ ଗନ୍‌ ବ୍ୟବହାରକୁ ନେଇ ପୁଣିଥରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିବା ସହ…

କମିଲା ବନ୍ୟାଜଳ ପ୍ରବେଶର ପରିମାଣ, ହୀରାକୁଦ ବନ୍ଦ କଲା ୪ ଗେଟ୍‌

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି…

ପ୍ରଶାନ୍ତ କିଶୋରଙ୍କ ବଡ଼ ପ୍ରସ୍ତୁତି: ନୀତୀଶ କୁମାରଙ୍କ ପୂର୍ବରୁ ନିଜେ କରିବେ ଏମିତି କାମ, ଦେଶରେ ଚହଳ

ପାଟନା,୨୧।୮: ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ପ୍ରଶାନ୍ତ କିଶୋର ଏବେ ବିହାରରେ ନିଜ ରାଜନୈତିକ ପ୍ରଭାବ ଆହୁରି ମଜବୁତ କରିବାକୁ ବଡ଼ ପ୍ରସ୍ତୁତି କରୁଛନ୍ତି।…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ବିବାଦ ପାଇଁ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ, ୩ ଦିନ ହେଲା ଶାଶୁଙ୍କ ଶବକୁ ଜଗିବସିଛନ୍ତି ବୋହୂ

ରାଜନଗର,୨୧ା୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଯେଉଁଠି ହଜିଯାଇଛି ମାନବିକତା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri